କିମ୍ବଦନ୍ତୀର ମୂକସାକ୍ଷୀ: ପବିତ୍ର ନାରାୟଣୀଙ୍କ ପୋଖରୀବନ୍ଧ୍ୟା ସ୍ନାନ କଲେ ହୁଅନ୍ତି ସନ୍ତାନବତୀ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡ଼ା ଗ୍ରାମ ନିକଟସ୍ଥ ପୌରାଣିକ କିମ୍ବଦନ୍ତୀର ମୂକସାକ୍ଷୀ ପାଲଟିଥିବା ମା’ ନାରାୟଣୀ ପୀଠସ୍ଥିତ ପୋଖରୀଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରସିଦ୍ଧ। ମା’ଙ୍କ ହୁକୁମ ପାଇ ଭକ୍ତି ଓ ବିଶ୍ୱାସର ସହ ବନ୍ଧ୍ୟା ନାରୀଟିଏ ସଂକଳ୍ପ କରି ଏଠାରେ ସ୍ନାନପୂର୍ବକ ପୁଷ୍ପରିଣୀ ମଧ୍ୟରୁ ଏକ ପଥର ଆଣି ମନ୍ଦିର ପରିସରରେ ରଖିଲେ ସନ୍ତାନ ପ୍ରସବା ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏଭଳି ମହାତ୍ମ୍ୟ ଯୋଗୁ ଦୂରଦୂରାନ୍ତରୁ ଭକ୍ତି ଓ ବିଶ୍ୱାସସମ୍ପନ୍ନା ମହିଳାମାନେ ଦେବୀପୀଠକୁ ଆସିଥାନ୍ତି। ତେବେ ବର୍ତ୍ତମାନ ଏହା ପ୍ରଦୂଷିତ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ପୋଖରୀଟିରେ ଗୁଳ୍ମଜାତୀୟ ଦଳ ପରିପୂର୍ଣ୍ଣ ହୋଇଥିବାବେଳେ ବିଭିନ୍ନ ସମୟରେ ବଣଭୋଜି, ବିବାହ, ବ୍ରତ ଆଦି ଉତ୍ସବ ପରେ ଲୋକେ ବଳକା ଅଇଁଠା ଖଲିପତ୍ର ଆଦି ପରିତ୍ୟକ୍ତ ଜିନିଷ ବାହାରେ ଫୋପାଡି ଦେଇଥାନ୍ତି। ପଲିଥିନି, ପତ୍ର, ଠୁଙ୍ଗା ଆଦି ବର୍ଜ୍ୟବସ୍ତୁ ପବନରେ ଉଡ଼ିି ଆସି ପୋଖରୀ ଭିତରେ ଜମା ହୋଇଥିବାରୁ କଦର୍ଯ୍ୟ ଓ ଅସୁନ୍ଦର ପରିବେଶ ସୃଷ୍ଟି ହେଉଛି ା ମନ୍ଦିର ସମ୍ମୁଖସ୍ଥିତ ଏହି ପୋଖରୀର ଜଳକୁ ପୂଜା ଆଦି କାର୍ଯ୍ୟ ନିମନ୍ତେ ଗ୍ରହଣ କରାଯାଉଥିବାବେଳେ ଭକ୍ତ ଓ ପର୍ଯ୍ୟଟକମାନେ ପିଇବା ପାଣି ଭାବେ ବ୍ୟବହାର କରିଥାନ୍ତି। ଶ୍ରଦ୍ଧା ଓ ଭକ୍ତି ଭାବ ଯୋଗୁ ଏହି ଜଳ ବ୍ୟବହାର ଅନୁପୋଯୋଗୀ ହୋଇଥିବା ଜାଣି ମଧ୍ୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏହାକୁ ପବିତ୍ର ଜଳ ଭାବେ ବ୍ୟବହାର କରିଥାନ୍ତି। ଏ ପରିସ୍ଥିତିରେ ପୋଖରୀଟିକୁ ସଫା କିମ୍ବା ପଙ୍କୋଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଉପରେ ନ୍ୟସ୍ତ ରହିଥିବାବେଳେ ପୁଷ୍କରିଣୀଟିର ବିକାଶ ଓ ସୁରକ୍ଷା ପ୍ରତି ସେଭଳି କିଛି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି ା ଏ ସମସ୍ୟା ନେଇ ଦେବୋତ୍ତର ବିଭାଗ ମ୍ୟାନେଜର ହରିହର ଦାଶଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗତବର୍ଷ ପୋଖରୀଟିକୁ ସଫା କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ପୁଣି ଅଳିଆ ଓ ଆବର୍ଜନା ପୁରିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର...

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ

ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...

ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...

ଗାଁରେ ଡକାୟତ ଆତଙ୍କ: ଜଣଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ବୋମାମାଡ଼। ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ...

ବୁଲେଟ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ବାଇକ୍‌ ଆରୋହୀଙ୍କ ଜୀବନ

ଓଡଗାଁ,୩୦।୯(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ୨୧ ନମ୍ବର ରାଜ୍ୟ ରାଜପଥ ଗୋଡିପଲି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ...

ଟିକା ନେଇ ଚାଲିଗଲା ୪ ମାସର ଶିଶୁଙ୍କ ଜୀବନ: ଡାକ୍ତରଖାନାରେ ଭଙ୍ଗାରୁଜା

ନୟାଗଡ଼,୨୫।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ୪ ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ...

ରାତିଅଧରେ ଓଲଟିଲା ଯାତ୍ରୀବାହୀ ବସ୍‌: କଣ୍ଡକ୍ଟର ଗୁରୁତର,

ନୟାଗଡ଼,୧୪।୯(ଲୋକନାଥ ମିଶ୍ର): ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ନୟାଗଡ଼ ଜିଲା ବାଣୀଗୋଛା ଥାନା ଜାମୁସାହି ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri