କିଡ୍‌ନୀ ଅଦଳବଦଳ ବଞ୍ଚାଇଲା ୨ ରୋଗୀଙ୍କ ଜୀବନ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପ୍ରତିବର୍ଷ ଭାରତରେ ପ୍ରାୟ ୧୦ଲକ୍ଷ ଲୋକ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌(ସିକେଡି) ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତରେ ପ୍ରତ୍ୟେକ ବର୍ଷ ୨ରୁ ୩ଲକ୍ଷ କିଡ୍‌ନୀ ପ୍ରତିରୋପଣ ଆବଶ୍ୟକତା ହେଉଥିବା ବେଳେ ମାତ୍ର ୬,୦୦୦ ପ୍ରତିରୋପଣ ସମ୍ଭବ ହୋଇପାରିଥାଏ। ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ପ୍ରତିବନ୍ଧକ ଭାରତରେ ଅଙ୍ଗ ପ୍ରତିରୋପଣ ପାଇଁ ପ୍ରମୁଖ ଆହ୍ବାନ ହୋଇଥିବା ବେଳେ ବ୍ଲଡ୍‌ ଗ୍ରୁପ୍‌ ମଧ୍ୟରେ ମେଳ ନ ଖାଇବା ଆଉ ଏକ ପ୍ରତିବନ୍ଧକ। ଏ ନେଇ ନେଫ୍ରୋଲୋଜିଷ୍ଟ କନସଲ୍‌ଟାଣ୍ଟ ଡା. ସାଇପ୍ରସାଦ ସାହୁ କହିଛନ୍ତି, ଭାରତରେ ମଧୁମେହ ଓ ହାଇପରଟେନ୍‌ଶନ ଯୋଗୁ ୪୦ରୁ ୬୦ପ୍ରତିଶତ କ୍ରନିକ୍‌ କିଡ୍‌ନୀ ରୋଗ ଦେଖାଯାଇଥାଏ। ଥରେ କିଡ୍‌ନୀ ଫେଲିୟୋର ହେଲେ ଜୀବନବ୍ୟାପୀ ଡାଏଲିସିସ୍‌ କିମ୍ବା କିଡ୍‌ନୀ ପ୍ରତିରୋପଣ କରିବା ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି। ନିକଟରେ ବିଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲର ଡାକ୍ତରମାନେ ଏକ ସ୍ବତନ୍ତ୍ର କିଡ୍‌ନୀ ସ୍ବାପ୍‌ ଟ୍ରାନ୍ସପ୍ଲାଣ୍ଟକୁ ସଫଳତାର ସହ କରିଛନ୍ତି। ଏହା ଏକ ବିରଳ ଅସ୍ତ୍ରୋପଚାର ହୋଇଥିବା ବେଳେ କେନ୍ଦୁଝର ଜିଲା ଟୁକୁନା ଗ୍ରାମର ୩୮ବର୍ଷୀୟ ଗଣେଶ୍ୱର ଶଙ୍ଖୁଆଙ୍କ ଏହି ଅସ୍ତ୍ରୋପଚାର ହୋଇଛି। ପୂର୍ବରୁ ଗଣେଶ୍ୱରଙ୍କର ଓଡ଼ିଶାର ଏକ ଘରୋଇ ହସ୍ପିଟାଲରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତାଙ୍କ ମା’ ତାଙ୍କୁ କିଡନୀ ଦେଇଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ମାତ୍ର ୪ ବର୍ଷ ପରେ ତାହା ବିଫଳ ହୋଇଥିଲା। ସ୍ତ୍ରୀଙ୍କ ବ୍ଲଡ୍‌ ଗ୍ରୁପ୍‌ ଗଣେଶ୍ୱରଙ୍କ ଗ୍ରୁପ୍‌ ସହ ମେଳ ଖାଉ ନ ଥିବାରୁ ଡାକ୍ତରମାନେ ତାଙ୍କୁ କିଡ୍‌ନୀ ସ୍ବାପ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦେଇଥିଲେ। ସମାନ ଅବସ୍ଥା ନରସିଂହପୁରର ୪୦ବର୍ଷ ବୟସ୍କ ସୁଶାନ୍ତ କୁମାର ସାହୁଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ରୋଗୀଙ୍କ ସ୍ତ୍ରୀଙ୍କ କିଡ୍‌ନୀ ପରସ୍ପର ମଧ୍ୟରେ ଅଦଳବଦଳ କରାଯାଇ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା। ୟୁରୋଲୋଜି କନସଲ୍‌ଟାଣ୍ଟ ଏବଂ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡା. ମାନସ ରଞ୍ଜନ ପ୍ରଧାନ ଓ ଡା. ବିଶ୍ୱଜିତ ନନ୍ଦଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ହୋଇଥିଲା। ଉଭୟ ରୋଗୀ ଏବଂ ଦାତା ଏବେ ସୁସ୍ଥ ଥିବାବେଳେ ପୋଷ୍ଟ ସର୍ଜରୀ ନିୟମ ଅନୁଯାୟୀ ପ୍ରଦୂଷିତ ସ୍ଥାନ, କୋଳାହଳ ଜାଗାରୁ ଦୂରେଇ ରହିବାକୁ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ…

ନୂଆଦିଲ୍ଲୀ,୨।୬: ଭାରତର ସୁରକ୍ଷା ସ୍ବାର୍ଥ ବିରୋଧରେ ମ୍ୟାନ୍‌ମାର ଅଞ୍ଚଳ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଏହାର ରାଷ୍ଟ୍ରପତି ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

ଆମେରିକାର ମାଲବାହୀ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଏଥିପାଇଁ ଇରାନ ଦାୟୀ ବୋଲି ଦାବି କଲା

ତେହରାନ,୨।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟ ଅସ୍ଥିର ରହିଛି। ଏହି ସମୟରେ, ଦୁଇ…

ବିନା କଟ୍‌ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍‌ଓଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା…

ଭାଜପା ଛାଡ଼ି ନୂଆ ଦଳ ଗଢ଼ିବେ ଆନ୍ନାମଲାଇ, କାହିଁକି ଏହି ନିଷ୍ପତ୍ତି ଜାଣନ୍ତୁ

ଚେନ୍ନାଇ,୨।୬: ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ…

ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri