କିଚେନ୍‌ ଗାର୍ଡେନ୍‌ ବୁଲିଲେ ବିଦେଶୀ ନାଗରିକ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ୭ ଦେଶ ଫ୍ରାନ୍ସ, କେନିଆ, ଇକ୍ୱାଡାର, ଇଟାଲୀ, ସ୍ପେନ୍‌, ପର୍ତ୍ତୁଗାଲ୍‌ ଏବଂ ପୋଲାଣ୍ଡରୁ ୭ ଜଣ ବିଦେଶୀ ନାଗରିକ ଆସି ଶୁକ୍ରବାର ଭୁବନେଶ୍ୱରସ୍ଥ କିଚେନ୍‌ ଗାର୍ଡେନ ପରିଦର୍ଶନ କରିଛନ୍ତି। କିଚେନ୍‌ ଗାର୍ଡେନ ଏବେ ପ୍ରାକୃତିକ ଚାଷ ସଂକ୍ରାନ୍ତ ପ୍ରଶିକ୍ଷଣ ତଥା ପ୍ରଦର୍ଶନୀ ହବ୍‌ ପାଲଟିଥିବା ବେଳେ ସହରୀ ବଗିଚା, ଭୂମିଶଯ୍ୟା, ମୃତ୍ତିକା ଏବଂ କୀଟନାଶକ ପରିଚାଳନା, ଘରୋଇ ବର୍ଜ୍ୟବସ୍ତୁର କମ୍ପୋଷ୍ଟିଂ, ମୃତ ଜଳ ପ୍ରସ୍ତୁତି ସହ ଜଳ ସଫେଇ, ମତ୍ସ୍ୟ ଟ୍ୟାଙ୍କର ବିଭିନ୍ନ ଡେମୋକୁ ବିଦେଶୀ ନାଗରିକମାନେ ବୁଲି ଦେଖିଛନ୍ତି। ଏହି ଅବସରରେ ଅନୁଷ୍ଠିତ ପାରସ୍ପରିକ ଅଧିବେଶନରେ ସମସ୍ତ ବିଦେଶୀ ନାଗରିକ ସେମାନଙ୍କ ଦେଶରେ ସହରୀ ଚାଷ ସ୍ଥିତି ବିଷୟରେ ବଖାଣିଥିଲେ। ଆମ ଦେଶରେ ସହରୀ ଚାଷରେ ସଫଳତା ପାଇଥିବା କୃଷକ ଦୁଷ୍ମନ୍ତ ଦାସ ସେମାନଙ୍କ ସହ ଭାବ ବିନିମୟ କରିଥିଲେ। ଡ. ମନୋରଞ୍ଜନ ମିଶ୍ର, ଡ. ଆଦିତ୍ୟ ମହାନ୍ତି, ମାମୁନି ମହାନ୍ତି, ପ୍ରଦୀପ୍ତ ମହାରଣା, ମହେଶ୍ୱର ଖିଲାର, ପ୍ରିୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ବିଦେଶୀ ନାଗରିକଙ୍କୁ ବିଭିନ୍ନ ମଡେଲ ଦେଖାଇଥିଲେ। ବର୍ଜ୍ୟବସ୍ତୁକୁ ବ୍ୟବହାର କରିବା ସହ ସେଗୁଡ଼ିକୁ କାର୍ଯ୍ୟରେ ଉପଯୋଗ କରୁଥିବାରୁ ବିଦେଶୀ ନାଗରିକମାନେ କିଚେନ୍‌ ଗାର୍ଡେନର୍ସ ଆସୋସିଏଶନ୍‌କୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri