କାଳୀପୂଜା ପ୍ରସ୍ତୁତି ବୈଠକ: ପ୍ଲାଷ୍ଟିକମୁକ୍ତ ପୂଜା ମଣ୍ଡପ ନିଷ୍ପତ୍ତି

ଯାଜପୁର ରୋଡ, ୧୭।୧୦(ନି.ପ୍ର.): ଯାଜପୁର ରୋଡ ସହରରେ କାଳୀପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବୁଧବାର ଜିଲା ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କେଏନ୍‌ଡିଏ କଲ୍ୟାଣ ମଣ୍ଡପଠାରେ ବ୍ୟାସନଗର ତହସିଲଦାର ନୀରନ ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ଯାଜପୁର ରୋଡ ଏସ୍‌ଡିପିଓ କେଦାରନାଥ ସାହୁ, ଯାଜପୁର ରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତି, ଦାନଗଦୀ ତହସିଲଦାର ବୁଲବୁଲ ବେହେରା, ପୌର ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ। ଏଥିସହ ଯାଜପୁର ରୋଡ ଓ କଳିଙ୍ଗନଗର ସହରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ଶାନ୍ତି କମିଟି, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ବିଶେଷକରି ସହରର ଟ୍ରାଫିକ୍‌, ବିଦ୍ୟୁତ୍‌, ପାନୀୟ ଜଳ ସମସ୍ୟା, ରାସ୍ତାଘାଟଗୁଡିକ ପୂର୍ତ୍ତ ବିଭାଗ ଓ ପୌର ପରିଷଦ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବା ସହ ପୌର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥା ସୁଧାରିବା ପ୍ରଭୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ଅକ୍ଟୋବର ୨୭ ତାରିଖରୁ କାଳୀପୂଜା ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ବୁଧବାର ମେଲଣ ଓ ଭସାଣି ଉତ୍ସବ ଅନୁଷ୍ଠିତ ହେବା ନେଇ ବୈଠକରେସ୍ଥିର କରାଯାଇଛି। ମେଲଣରେ ଜନସମାଗମକୁ ଦୃଷ୍ଟିରେ ରଖି ଶାନ୍ତିସୃଙ୍ଖଳା ପାଇଁ ପୋଲିସ ଓ ଶାନ୍ତି କମିଟିକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପୂଜା ସମୟରେ ଶଦ୍ଦ ପ୍ରଦୂଷଣ ନ ହେବା, ମଣ୍ଡପଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ସିସି କ୍ୟାମେରା, ପୂଜା କମିଟି ପକ୍ଷରୁ ବିଦ୍ୟୁତ୍‌ ସୁରକ୍ଷା ପ୍ରମାଣପତ୍ର ଏବଂ ମେଢ଼ଗୁଡିକର ବିସର୍ଜନ ଫାୟାର ଷ୍ଟେଶନ୍‌ ପଛପଟ ଛଇରେ କରାଯିବା ପାଇଁ ପୌର ପରିଷଦ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂଜା ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳରୁ ଆସୁଥିବା ଭାରିଯାନଗୁଡିକ ସହର ମଧ୍ୟରେ ପ୍ରବେଶ କଟକଣା, ମଣ୍ଡପଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ପୌର ପରିଷଦ ପକ୍ଷରୁ ପୂଜା ମଣ୍ଡପଗୁଡିକର ସଫେଇ କାମ କରିବା ପାଇଁ ୨ ଜଣ ସଫେଇ କର୍ମଚାରୀ ନିଯୁକ୍ତ, ସହରର ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ଜହ୍ନା ଛକ, ଫାୟାର ଷ୍ଟେଶନ୍‌, ମିଲିଟାରୀ ଓ ମୁଣ୍ଡମାଳ ପ୍ରଭୃତି ଛକରେ ଗାଡି ପାର୍କିଂ ବ୍ୟବସ୍ଥା କରାଯିବା ନେଇ କୁହାଯାଇଛି। ସହର ମଧ୍ୟକୁ ସନ୍ଧ୍ୟା ସମୟରେ କେବଳ ଦୁଇ ଚକିଆ ଯାନ ଛଡାଯିବ ା ମେଲଣ ଉତ୍ସବ ଦିନ ମେଢଗୁଡିକ ରାତି ୧୦ଟା ସୁଦ୍ଧା ମେଲଣ ପଡିଆରେ ପହଞ୍ଚାଇବାକୁ ସମସ୍ତ କମିଟିକୁ ଅନୁରୋଧ କରାଯାଇଛି। ମେଲଣ ପଡିଆ ସାମ୍ନାରେ ଥିବା ଡ୍ରେନ୍‌କୁ ସଫେଇ କରିବା ସହିତ ମେଲଣ ପଡିଆରେ ଜଳ ନିଷ୍କାସନ ଓ ପରିଷ୍କାର ପରିଚ୍ଛନ ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି ା ସହରର ସମସ୍ତ ଅଞ୍ଚଳରେ ଏଲ୍‌ଇଡି ଲାଇଟ୍‌ ସଂଯୋଗ କରିବା ସହ ମହାତ୍ମା ଗାନ୍ଧୀ ମାର୍ଗରେ ତୁରନ୍ତ ସମ୍ପୂର୍ଣ୍ଣ ଆଲୋକୀକରଣ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ଏଥିସହ ୨୪ ଘଣ୍ଟିଆ ପାନୀୟ ଜଳ, ପାୱାର କଟ୍‌ ବନ୍ଦ କରିବା ପାଇଁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ବିଭିନ୍ନ ଜାଗାରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ସହ ବିଭିନ୍ନ ମଣ୍ଡପରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତି ୧୦ରୁ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବୈଠକରେ ଦାବି କରାଯାଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡ, ବିଦ୍ୟୁତ୍‌ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ପୌର ପରିଷଦ ଯନ୍ତ୍ରୀ, କୋରେଇ ଥାନାଧିକାରୀ, ଯାଜପୁର ରୋଡ ପୋଲିସ୍‌, ଅଗ୍ନିଶମ ବିଭାଗ, ପ୍ରଭୃତି ବିଭାଗର କର୍ମକର୍ତ୍ତା ଯୋଗଦେଇଥିଲେ। ଶାନ୍ତି କମିଟି ପକ୍ଷରୁ ପ୍ରଫୁଲ୍ଲ ବୋଇତାଇ, ବିଦ୍ୟାଧର ମହାନ୍ତି, ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ସଦାଶିବ ଦାସ, ହେମନ୍ତ ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri