କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ସମାରୋହ: ଓଡ଼ିଆରେ ‘ପଠନ ଆନ୍ଦୋଳନ’ ଆଜିର ଆବଶ୍ୟକତା

ଭୁବନେଶ୍ୱର,୩ା୭(ବ୍ୟୁରୋ): ‘ହ୍ୟାରି ପଟର୍‌’ ସିରିଜର ଲେଖିକା ଜେ.କେ. ରାଓଲିଂ ନିଜ ଲେଖା ମାଧ୍ୟମରେ ଯୁବ ପାଠକମାନଙ୍କୁ ଆକୃଷ୍ଟ କରି ସେମାନଙ୍କ ମଧ୍ୟରେ ପୁଣିଥରେ ବହି ପଢିବା ପାଇଁ ଯେପରି ଆଗ୍ରହ ସୃଷ୍ଟି କରିପାରିଛନ୍ତି, ଓଡ଼ିଆ ଭାଷାରେ ମଧ୍ୟ ସେହିପରି ପାଠକ ସୃଷ୍ଟିର ଉଦ୍ୟମ ହେବା ଆବଶ୍ୟକ। ଓଡ଼ିଶାରେ ଧୀରେ ଧୀରେ ନୂଆପିଢିଙ୍କ ମଧ୍ୟରେ ପଢିବା ଓ ଲେଖିବାର ଅଭ୍ୟାସ ମରିଯାଉଛି। ଲେଖକମାନେ ନୂଆ ପାଠକ ସୃଷ୍ଟି କରିବାରେ ପ୍ରାୟତଃ ବିଫଳ ହେଉଛନ୍ତି। ପୁସ୍ତକ ପଠନ ପ୍ରତି ଆଗ୍ରହ କମି ଯାଉଥିବା ବେଳେ ନୂଆ ପିଢିକୁ ଆକୃଷ୍ଟ କରିବା ଭଳି ଲେଖକ ମଧ୍ୟ ସୃଷ୍ଟି ହେଉନାହାନ୍ତି। ଏପରି ସ୍ଥଳେ ଓଡ଼ିଆରେ ଏକ ‘ପଠନ ଆନ୍ଦୋଳନ’ ଗଢିତୋଳିବା ଆଜିର ଆବଶ୍ୟକତା ବୋଲି ମତପ୍ରକାଶ ପାଇଛି।
ପଦ୍ମଭୂଷଣ ସ୍ବର୍ଗତ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଶୁଭ ଜନ୍ମତିଥି ଅବସରରେ ମଙ୍ଗଳବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡିଶା ପରିସରରେ ‘ଧରିତ୍ରୀ’ ପକ୍ଷରୁ ଏକ ବନ୍ଧୁମିଳନ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇଥିବା ବିଶିଷ୍ଟ ଲେଖିକାଲେଖକମାନେ କହିଥିଲେ, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ର ବରଜୁ ଚରିତ୍ର ଆଜି ବି କୋଟି କୋଟି ଓଡ଼ିଆଙ୍କୁ ଅନୁପ୍ରାଣିତ କରେ। ଯୌଥ ସୂତ୍ରରେ ବାନ୍ଧି ହୋଇ ରହିବାର ବାର୍ତ୍ତା ପ୍ରଦାନ କରେ। ବରଜୁ ହେଉ କି ଗାନ୍ଧାରୀ, ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବାରେ ଏହି ଚରିତ୍ରମାନେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା। କାଳିନ୍ଦୀ ସାହିତ୍ୟରେ ବାରି ହୋଇପଡ଼ୁଥିବା ପ୍ରେମ, ମାନବିକତା ଓ ସୌନ୍ଦର୍ଯ୍ୟବୋଧ ପିଢି ପିଢି ଧରି ପାଠକଙ୍କୁ ଆକର୍ଷିତ କରିବ।
କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଏବଂ ‘ଓଡିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତଭାଷଣ ପ୍ରସଙ୍ଗରେ ବର୍ତ୍ତମାନ ଓଡ଼ିଆ ସାହିତ୍ୟର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ବାଧା ପ୍ରତିବନ୍ଧକ ଆସିଥିଲେ ମଧ୍ୟ ଧରିତ୍ରୀ ଆଜି ବି ଏହାର ମାନ ବଜାୟ ରଖିପାରିଛି। ଧରିତ୍ରୀର ସୁଖ ଦୁଃଖ ସବୁଥିରେ ସାଥିହୋଇ ଛିଡାହୋଇଥିବାରୁ ସେ ଉପସ୍ଥିତ ଲେଖକ ଓ ସାହିତି୍ୟକମାନଙ୍କୁ ଧନ୍ୟବାଦ ଦେଇଥିଲେ। ‘ଧରିତ୍ରୀ’ ଏବଂ ‘ଓଡିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଓଡ଼ିଆ ସାହିତ୍ୟରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ଆବଶ୍ୟକତା ରହିଥିବା କହିଥିଲେ। ଯୁବପିଢିଙ୍କୁ ସାହିତ୍ୟମୁଖୀ କରାଇବା ପ୍ରତ୍ୟେକ ଲେଖକଙ୍କର ଲକ୍ଷ୍ୟ ହେବା ଉଚିତ୍‌। ସିରିଜ ଲେଖା ସହ ଚିନ୍ତାଶୀଳ ଲେଖା ମାଧ୍ୟମରେ ଲେଖକମାନେ ଯୁବ ପାଠକଙ୍କର ନିକଟବର୍ତ୍ତୀ ହୁଅନ୍ତୁ। ସାହିତି୍ୟକମାନେ ନିଜ ପାଇଁ ନୁହେଁ, ପାଠକମାନଙ୍କ ପାଇଁ ଲେଖିବାକୁ ଆଦ୍ୟାଶା ସତପଥୀ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ କହିଥିଲେ, ନିର୍ଭୀକ ସାମ୍ବାଦିକତା ‘ଧରିତ୍ରୀ’ର ଧ୍ୟେୟ ହୋଇଥିବାରୁ ଏହା ଆଜି ଅଧିକ ଲୋକପ୍ରିୟତା ଅର୍ଜନ କରିପାରିଛି। କବି ପ୍ରତିଭା ଶତପଥୀ କାଳିନ୍ଦୀ ସାହିତ୍ୟର ବ୍ୟାଖ୍ୟା କରିଥିବା ବେଳେ ବିପିନ ବିହାରୀ ମିଶ୍ର ଧରିତ୍ରୀ ଏହାର ‘ସାହିତ୍ୟ’ ପୃଷ୍ଠା ପାଇଁ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୋଲିସ ଡିଜି ଶରତ ମିଶ୍ର, କବି ମମତା ଦାଶ, ବିମଳ ପ୍ରସାଦ ପାଣ୍ଡିଆ, ଶକୁନ୍ତଳା ବଳିୟାରସିଂହ, ଅରୁଣ ପଣ୍ଡା, ଡ. ବାବାଜୀ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଡ. ବିଜୟ କେତନ ପଟ୍ଟନାୟକ, ରଜତ କର, ଜୟନ୍ତୀ ରଥ, ଦ୍ୱିତୀଚନ୍ଦ୍ର ସାହୁ, ଛନ୍ଦା ମିଶ୍ର, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକା ଡ. ଅର୍ଚ୍ଚନା ନାୟକ, ହରିଶଙ୍କର ମିଶ୍ର, ନାଟ୍ୟକାର ରମେଶ ପାଣିଗ୍ରାହୀ, ଶରତ ଚନ୍ଦ୍ର ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଡ. ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ ଓଡିଶାର ବହୁ କବି, ଲେଖକ ଓ ସ୍ତମ୍ଭକାର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri