କାଳିଆ-ପିଏମ୍‌ କିଷାନ ଯୋଜନା ମିଶି ପାରିବ ନାହିଁ: ଭାଜପା

ଭୁବନେଶ୍ୱର,୬।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିପାରିବ ନାହିଁ। ରାଜ୍ୟ ଭାଜପା ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ନେତା ସମୀର ମହାନ୍ତି ଏବଂ ଗୋଲକ ମହାପାତ୍ର ଏହା କହିଛନ୍ତି।

ସେମାନେ କହିଛନ୍ତି, କାଳିଆ ହେଉଛି ରାଜ୍ୟ ଯୋଜନା। ପିଏମ୍‌ କିଷାନ କେନ୍ଦ୍ର ସରକାରଙ୍କ ଯୋଜନା। ପିଏମ୍‌ କିଷାନ ସହ କାଳିଆ ଯୋଜନା ମିଶିପାରିବ ନାହିଁ। ରାଜ୍ୟ ସରକାର ଚାଷୀଙ୍କୁ ପ୍ରତାରିତ କରିଛନ୍ତି। ଭୁଆଁ ବୁଲାଇଛନ୍ତି। କାଳିଆ ଯୋଜନାରେ କେତେ ଚାଷୀଙ୍କୁ ଅନୁଦାନ ଦିଆଯାଇଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଉଭୟ ନେତା ଦାବି କରିଛନ୍ତି।

ପ୍ରକାଶଯୋଗ୍ୟ, ରାଜ୍ୟ ସରକାର କାଳିଆ ଯୋଜନା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍‌ କିଷାନ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ଚାଷୀଙ୍କୁ ୬ହଜାର ଟଙ୍କା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ମାତ୍ର ଏହାକୁ ଓଡ଼ିଶା ସରକାର ପ୍ରଥମେ ଗ୍ରହଣ କରି ନ ଥିଲେ। ଏପରିକି ଚାଷୀଙ୍କ ତାଲିକା ପ୍ରଦାନ କରି ନ ଥିଳେ। ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସବୁବେଳେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଥିଲା। ହେଲେ ଗତ ବିଧାନସଭା ଅଧିବେଶନ ସମୟରେ ବସିଥିବା କ୍ୟାବିନେଟ୍‌ ବୈଠକରେ ପିଏମ୍‌ କିଷାନ ସହ କାଳିଆ ଯୋଜନା ମିଶାଇଦେବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହାକୁ କୃଷି ମନ୍ତ୍ରୀ ଅରୁଣ ସାହୁ ସ୍ବୀକାର କରିଛନ୍ତି। ତେବେ କାଳିଆ ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ କରାଯାଇସାରିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ଭାଜପାର କେନ୍ଦ୍ରୀୟ ହେଭିୱେଟ୍ ବନାମ ବିଜେଡିର ଦୁଇ ହେଭିୱେଟ୍, କିଏ କାହା ଉପରେ ପଡ଼ିବେ ଭାରି ?

ଭୁବନେଶ୍ୱର,୮ା୫: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ କେଇଟା ଦିନ ବାକି ଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ। ଭାରତୀୟ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri