କାର୍ଯ୍ୟକ୍ଷମ ହୋଇପାରୁନି ଉଠାଜଳସେଚନ ପଏଣ୍ଟ

ବାସୁଦେବପୁର, ୨୬।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଚଳିତ ଖରିଫ ଋତୁରେ ଚାଷକାର୍ଯ୍ୟ ପ୍ରାରମ୍ଭ ତଳି ପକାଇବାଠାରୁ ଆରମ୍ଭ କରି ଅଦ୍ୟାବଧି ଶ୍ରାବଣର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ବର୍ଷା ହୋଇ ନ ଥିବାରୁ ମରୁଡ଼ି ଆଶଙ୍କା ଦେଖାଦେଇଛି। ବ୍ଲକର ମୋଟ ୩୪, ୪୦୦ ହେକ୍ଟର ଚାଷଜମି ମଧ୍ୟରୁ ୩୨ ହଜାର ହେକ୍ଟର ଜମିରେ ଧାନଚାଷ ପାଇଁ ଖରିଫଋତୁରେ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଅଦ୍ୟାବଧି ମାତ୍ର ୩୫ ଶହ ହେକ୍ଟର ଜମିରେ ପ୍ରାରମ୍ଭିକ ଚାଷ ହୋଇଛି। ଏହି ଖରିଫ ଋତୁରେ ଖରିଡି, ଆତରା, ଚବକା ଉପାୟରେ ୨୭୨୪ ହେକ୍ଟର ଜମିରେ ତଳି ପଡ଼ିଥିବାବେଳେ ୧୨ ହେକ୍ଟର ଜମିରେ ତଳି ନଷ୍ଟ ହୋଇଗଲାଣି। ଏଭଳି ସ୍ଥିତିରେ ଅଞ୍ଚଳରେ ଥିବା ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହୋଇପାରୁନି। ଏଠାରେ ମାତ୍ର ୧୬ ହଜାର ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ଥିବାବେଳେ କେନାଲଗୁଡ଼ିକ ପୋତି ହୋଇପଡ଼ିଛି। ମରାମତି ହେଉ ନ ଥିବାରୁ କେନାଲ ପାଣି ଚାଷୀଙ୍କ ଜମିକୁ ମାଡ଼ିପାରୁ ନାହିଁ।
ପ୍ରକାଶ ଯେ, ବାସୁଦେବପୁର ଅଞ୍ଚଳର ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଇରମ ଓ ବାସୁଦେବପୁର କ୍ଲଷ୍ଟରରେ ମୋଟ ୨୦୮ଟି ଉଠାଜଳସେଚନ ପଏଣ୍ଟ ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ୧୭୫ଟି କାର୍ଯ୍ୟକ୍ଷମ ଅଛି। ୨୯ ଉଠାଜଳସେଚନ ପଏଣ୍ଟ ସ୍ଥାୟୀ ଭାବେ ଅଚଳ ଥିବାବେଳେ ୪ଟି ଅସ୍ଥାୟୀ ଭାବେ ଅଚଳ ଥିବା ଜଣାପଡ଼ିଛି। ଗୋଟିଏ ପଏଣ୍ଟର ପ୍ରାୟ ୨୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଜଳସେଚିତ କରିବାର ଦକ୍ଷତା ରହିଛି। ଏହି ସଚଳ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କ୍ଷେତ୍ରରେ ବିଦ୍ୟୁତ୍‌ ବିଲ୍‌ ଚାଷୀଙ୍କ ପାଇଁ ବୋଝ ସାଜୁଛି। ୮୦ରୁ ଊର୍ଦ୍ଧ୍ୱ ପଏଣ୍ଟରେ ବିଦ୍ୟୁତ୍‌ ମିଟର ଲାଗିଥିବାବେଳେ ୧୦୦ରୁ ଊର୍ଦ୍ଧ୍ୱ ପଏଣ୍ଟରେ ବିଭାଗ ପକ୍ଷରୁ ମିଟର ଲଗାଯାଇ ନାହିଁ। ଫଳରେ ଏହି ପଏଣ୍ଟରେ ଅଧିକ ବିଲ୍‌ ଚାଷୀଙ୍କ ଉପରେ ବିଦ୍ୟୁତ୍‌ ବିଭାଗ ଲଗାଉଥିବାରୁ ପଏଣ୍ଟ ଖୋଲିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଉଠାଜଳସେଚନ ସହକାରୀ ଯନ୍ତ୍ରୀ ଭୀମସେନ ମଲ୍ଲିକ କହିଛନ୍ତି। ସମସ୍ତ ସଚଳ ଉଠାଜଳସେଚନ ପଏଣ୍ଟକୁ ଗ୍ରାମର ପାଣିପଞ୍ଚାୟତ କମିଟିକୁ ହସ୍ତାନ୍ତର କରାଯାଇଛି ବୋଲି ସେ ଜଣାଇଛନ୍ତି। ଅନ୍ୟ କେତେକ ପଏଣ୍ଟରେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଥିବାରୁ ଚାଷୀମାନେ ଏହାର ସୁଫଳ ପାଇପାରୁନାହାନ୍ତି। ସେହିପରି ଇରମର ୮ଟି ପଞ୍ଜୀକୃତ ୫ ଜଣିଆ ଚାଷୀ କମିଟିକୁ ନେଇ ୪୧ଟି ସାଲୋ ନଳକୂପ ବସାଯାଇଛି। ରାଜ୍ୟ ସରକାର ୯୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରିଥିବା ବେଳେ ଚାଷୀଙ୍କ ପକ୍ଷରୁ ୧୦ ପ୍ରତିଶତ ବ୍ୟକ୍ତିଗତ ସହାୟତା କ୍ରମେ ଏହି ଗଭୀର ନଳକୂପ ବାସୁଦେବପୁରରେ କାର୍ଯ୍ୟକ୍ଷମ ଅଛି। ସେହିପରି ଏହି ଯୋଜନାରେ ଆଉ ୧୬ଟି ସାଲୋ ନଳକୂପ ଖନନ ପ୍ରକ୍ରିୟା ଚାଲିଥିବା ଇରମ କ୍ଲଷ୍ଟର ଉଠାଜଳସେଚନ ଯନ୍ତ୍ରୀ ସତ୍ୟଚରଣ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଚଳିତବର୍ଷ ନିଅଣ୍ଟିଆ ବର୍ଷା ମରୁଡ଼ି ପରିସ୍ଥିତି ସୃଷ୍ଟି କରିଛି। ତୁରନ୍ତ ସଚଳ ଥିବା ୧୭୫ ଉଠାଜଳସେଚନ ପଏଣ୍ଟକୁ ବିଦ୍ୟୁତ୍‌ ସଂଯୋଗ ଦେଇ କାର୍ଯ୍ୟକ୍ଷମ କରାଯାଇପାରିଲେ ଚାଷଜମିକୁ ପାଣି ମଡ଼ାଯାଇ ପାରନ୍ତା ଓ ଚାଷକାର୍ଯ୍ୟ ତ୍ୱରାନ୍ବିତ ହୋଇପାରନ୍ତା ବୋଲି କେତେକ ଚାଷୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri