କାର୍ଯ୍ୟକାରିଣୀରେ ନାହାନ୍ତି ଏକାଧିକ ବରିଷ୍ଠ ନେତା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ୮ମ ଥର ପାଇଁ ବିଜେଡି ସଭାପତି ଦାୟିତ୍ୱ ନେଇଛନ୍ତି। ଦଳର ମୁଖ୍ୟ ଭାବେ ବୁଧବାରଠାରୁ ତାଙ୍କପ ଅଷ୍ଟମ ଇଂନିସ ଆରମ୍ଭ ହୋଇଛି। ସଭାପତିଭାବେ ତାଙ୍କ ନାମ ଆନୁଷ୍ଠାନିକ ଘୋଷଣା ହେବା ସହ ୮୦ ଜଣିଆ କାର୍ଯ୍ୟକାରିଣୀ ତାଲିକା ମଧ୍ୟ ଘୋଷଣା କରାଯାଇଛି। ଏହି ତାଲିକାରେ ଦଳର ଅଧିକାଂଶ ପ୍ରମୁଖ ବ୍ୟକ୍ତି ସ୍ଥାନ ପାଇଛନ୍ତି। ଏପରିକି କେତେକ ନୂଆ ଚେହେରାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ହେଲେ ବହୁ ବରିଷ୍ଠ ନେତା, ମନ୍ତ୍ରୀ, ପୁରାତନ ସଦସ୍ୟଙ୍କ ନାଁ ନବୀନଙ୍କ ନୂଆ ତାଲିକାରେ ଦେଖିବାକୁ ମିଳିନାହିଁ।
ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରହିଥିବା ପଦ୍ମନାଭ ବେହେରା, ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦ, ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ , କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ପ୍ରମୁଖଙ୍କୁ କାର୍ଯ୍ୟକାରିଣୀରେ ନିଆଯାଇନାହିଁ। ସେହିପରି କାର୍ଯ୍ୟକାରିଣୀରେ କେତେକ ନୂଆ ମୁହଁଙ୍କୁ ନିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଆଇନଜୀବୀ ମିଲନ୍‌ କାନୁନଗୋ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଦଳୀୟ ସଙ୍ଗଠକ ରାଜୀବ ପାତ୍ର ଏବଂ ପ୍ରହଲ୍ଲାଦ ତ୍ରିପାଠୀ। ନବୀନଙ୍କ ଦଳୀୟ କାର୍ଯ୍ୟକାରିଣୀ ତାଲିକାରେ ୩ ବରିଷ୍ଠ ନେତାଙ୍କ ପୁତ୍ରମାନଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେମାନେ ହେଉଛନ୍ତି- ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବଂ ବରିଷ୍ଠ ନେତା ସୁର ନାୟକଙ୍କ ପୁଅ ସ୍ବାଧୀନ ନାୟକ। କିଛିଦିନ ତଳେ ଏମ୍‌ପି ଅନୁଭବ ଏବଂ ପଦ୍ମନାଭଙ୍କ ବିରୋଧରେ କଂଗ୍ରେସ ଦଳ ସତ୍ୟପାଠ ସମ୍ପର୍କିତ ଅଭିଯୋଗ ଆଣିଥିଲା। ଏଥିରେ ଉଭୟ ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ଅନିୟମିତତା କରିଥିବା କୁହାଯାଇଥିଲା। ତେଣୁ ବିଜେଡି ଏହି ଦୁଇ ନେତାଙ୍କୁ ବାଦ୍‌ ଦେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଦଳୀୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଥିବା ନେତାମାନେ ହେଉଛନ୍ତି-ଅରୂପ ପଟ୍ଟନାୟକ, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ବିକ୍ରମ କେଶରୀ ଆରୁଖ, ବିଜୟ ରଞ୍ଜନ ସିଂ ବରିହା, ବଦ୍ରି ନାରାୟଣ ପାତ୍ର, ବ୍ୟୋମକେଶ ରାୟ, ବ୍ରଜ କିଶୋର ପ୍ରଧାନ, ବାସନ୍ତୀ ହେମ୍ବ୍ରମ, ବିଭୂତିଭୂଷଣ ବଳବନ୍ତରାୟ, ବିଜୟ ନାୟକ, ବିନୟ ଟପ୍ପୋ, ବିପ୍ଲବ ପାତ୍ର, ଚନ୍ଦ୍ରଶେଖର ସାହୁ, ଚନ୍ଦ୍ରସାରଥୀ ବେହେରା, ଦେବାଶିଷ ସାମନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ଦେବୀପ୍ରସାଦ ମିଶ୍ର ଏବଂ ଦିଲ୍ଲୀପ ତିର୍କୀଙ୍କୁ ସ୍ଥାନ ମିଳିଛି। ସେହିଭଳି ଦେବେଶ ଆଚାର୍ଯ୍ୟ, ଧ୍ରୁବ ସାହୁ, ହୃଷିକେଶ ନାୟକ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ଝିନ୍ନ ହିକକା, କଳିକେଶ ନାରାୟଣ ସିଂହଦେଓ, କିଶୋର ମହାନ୍ତି, ଲୋପାମୁଦ୍ରା ବକ୍ସିପାତ୍ର, ମଙ୍ଗଳା କିଷାନ, ମହେଶ୍ୱର ମହାନ୍ତି, ମିଲନ୍‌ କାନୁନଗୋ, ମାନସ ମଙ୍ଗରାଜ, ମାନସ ମାଡକାମୀ, ମୁଜିବୁଲ୍ଲା ଖାଁ, ନବକିଶୋର ଦାସ, ଏନ.ଭାଷ୍କର ରାଓ ଏବଂ ନିରଞ୍ଜନ ପୂଜାରୀ ମଧ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନଳିନୀ ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, ପିନାକୀ ମିଶ୍ର, ପ୍ରୀତିରଞ୍ଜନ ଘଡ଼େଇ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରତାପ ଜେନା, ପ୍ରଶାନ୍ତ ମୁଦୁଲି, ପ୍ରଦୀପ ମହାରଥୀ, ପ୍ରଶାନ୍ତ ଜଗଦେବ, ପ୍ରଣବ କୁମାର ବଳବନ୍ତରାୟ, ପ୍ରମୋଦ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ରୋହିତ ପୂଜାରୀ, ରବୀନ୍ଦ୍ର କୁମାର ଜେନା, ରମେଶ ମାଝୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜଶ୍ରୀ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରବିନାରାୟଣ ନନ୍ଦ, ରାଜୀବ ପାତ୍ର, ସଞ୍ଜୟ କୁମାର ଦାସବର୍ମା, ସୁଶାନ୍ତ ସିଂ, ସୁବ୍ରତ ତରାଇ, ସୁଦାମ ମାରାଣ୍ଡି, ସରୋଜିନୀ ହେମ୍ବ୍ରମ, ସଞ୍ଜୟ ଅଗ୍ରୱାଲ, ସମୀରରଞ୍ଜନ ଦାଶ, ସୁଶାନ୍ତ ରାଉତ, ଶ୍ରୀକାନ୍ତ ସାହୁ, ପ୍ରହ୍ଲାଦ ତ୍ରିପାଠୀ, ସାନନ୍ଦ ମାରାଣ୍ଡି, ସ୍ବାଧୀନ ନାୟକ, ସୁବାସ ସିଂ, ଶ୍ରୀମୟୀ ମିଶ୍ର, ସସ୍ମିତ ପାତ୍ର ,ଟୁକୁନି ସାହୁ ଓ ଉଷାଦେବୀ ଏହି କମିଟିରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri