କାର୍ବନ ନିର୍ଗମନ ୧୭% କମିଛି

ନୂଆଦିଲ୍ଲୀ,୨୧ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନରେ ରହିଥିବାରୁ ଏହାର ସୁଫଳ ପରିବେଶ ଉପରେ ପଡ଼ିଛି। ଏହା ପ୍ରଭାବରେ ଏପ୍ରିଲରେ ବିଶ୍ୱ ସ୍ତରରେ କାର୍ବନ ନିର୍ଗମନ ୧୭ ପ୍ରତିଶତ ହ୍ରାସ ପାଇଛି। ଏହି ମାସରେ ଭାରତରେ କାର୍ବନ ନିର୍ଗମନ ୨୬ ପ୍ରତିଶତ ହ୍ରାସ ପାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। ବ୍ରିଟେନର ନ୍ୟାଶନାଲ କ୍ଲାଇମେଟ ଚେଞ୍ଜ୍‌ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ସାରା ବିଶ୍ୱରେ କାର୍ବନ ନିର୍ଗମନ ଗତବର୍ଷ ଏହି ସମୟ ତୁଳନାରେ ଯଥେଷ୍ଟ ହ୍ରାସ ପାଇଥିବାବେଳେ ବର୍ଷ ଶେଷ ବେଳକୁ ଏହା ୪.୪ରୁ ୮ ପ୍ରତିଶତ ହ୍ରାସ ପାଇପାରେ ବୋଲି ଆକଳନ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସର୍ବାଧିକ ବାର୍ଷିକ କାର୍ବନ ନିର୍ଗମନ ହ୍ରାସ ବୋଲି ଗବେଷକମାନେ ମତ ଦେଇଛନ୍ତି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଆମେରିକାରେ ଗତ ମାସରେ କାର୍ବନ ନିର୍ଗମନ ୩୧.୬ ପ୍ରତିଶତ ହ୍ରାସ ପାଇଥିବାବେଳେ ବ୍ରିଟେନରେ ୩୦.୭ ଏବଂ ଚାଇନାରେ ୨୩.୯ ପ୍ରତିଶତ ହ୍ରାସ ପାଇଥିବା ଅଧ୍ୟୟନରୁ ଜଣାପଡିଛି।
କୋଭିଡ୍‌-୧୯ ଜନିତ ଲକ୍‌ଡାଉନବେଳେ ଏପ୍ରିଲ ୭ରେ ବିଶ୍ୱସ୍ତରରେ ଦୈନିକ ନିର୍ଗମନ ୧୭ ପ୍ରତିଶତ ବା ୧୭ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ହ୍ରାସ ପାଇଥିଲା। ଏହି ହ୍ରାସ ପାଇବାର ସବୁଠୁ ବଡ଼ କାରଣ ହେଲା ପରିବହନ ସେବା ବନ୍ଦ। ସଡ଼କ ପରିବହନ ହ୍ରାସ ଯୋଗୁ ୪୩ ପ୍ରତିଶତ ଅଙ୍ଗାରକାମ୍ଳ କମିଥିବାବେଳେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ଯୋଗୁ ୧୯ ପ୍ରତିଶତ, ଶିଳ୍ପ ପାଇଁ ୨୫ ଓ ବିମାନ ଚଳାଚଳ ବନ୍ଦ ପାଇଁ ୧୦ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି। ଫଳରେ ବର୍ଷ ଶେଷ ବେଳକୁ ବିଶ୍ୱରେ ନିର୍ଗମନ ପରିମାଣ ୪ରୁ ୭ ପ୍ରତିଶତ ହ୍ରାସ ପାଇବା ଆକଳନ କରାଯାଇଛି। ତେବେ ଗୋଟିଏ ବର୍ଷ ନିର୍ଗମନ କମିଗଲେ ଜଳବାୟୁ ପରିବର୍ତ୍ତନରେ ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ଦୀର୍ଘ ବର୍ଷ ଧରି ଯେତିକି କାର୍ବନ ନିର୍ଗମନ ହୋଇଛି, ତାହା ତୁଳନାରେ ଏହା ଯଥେଷ୍ଟ କମ୍‌। ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦେଶର ସରକାର ଆଣୁଥିବା ଆର୍ଥତ୍କ ପ୍ୟାକେଜ୍‌ ଭବିଷ୍ୟତରେ କାର୍ବନ ନିର୍ଗମନ ଯେପରି ନ ବଢ଼ାଏ, ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri