ପ୍ରଦୂଷଣରୁ ମୁକୁଳୁଛି କାରୋନା ଭାଇରସ ପ୍ରଭାବିତ ଚାଇନା!

ଓ୍ବାଶିଂଟନ,୧।୩: କରୋନା ଭାଇରସରେ ପ୍ରଭାବିତ ହୋଇଥିବା ଚାଇନା ଏବେ ପ୍ରଦୂଷଣରୁ ମୁଳୁଳୁଥିବା ଦେଖାଯାଇଛି। ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସା ଏକ ଫଟୋ ଜାରି କରି ଏହି ସୂଚନା ଦେଇଛି। ନାସାର ଉକ୍ତ ଫଟୋରେ ଚାଇନାର ମୁଖ୍ୟ ସହର ଉପରେ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ଥିବା ଦର୍ଶାଯାଇଛି। ଜାନୁୟାରୀ ୧,୨୦୨୦ ଓ ଫେବୃୟାରୀ ୧୦, ୨୦୨୦ ମଧ୍ୟରେ ଦୁଇଟି ଫଟୋରେ ପ୍ରଦୂଷଣର ମାତ୍ରାକୁ ତୁଳନା କରାଯାଇ ଦର୍ଶାଯାଇଛି। ନାସାର ବୈଜ୍ଞାନିକଙ୍କ ମତରେ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ହେବାର ମୁଖ୍ୟ କାରଣ ହେଉଛି କମ୍‌ ପରିମାଣରେ ଯାନବାହାନ ଚଳାଚଳ ଓ ଉହାନ-ସାଂଘାଇ ଭଳି ସହରରେ ଆର୍ଥିକ କାରବାର କମ୍‌। ନାସାର ଗୋଡାର୍ଡ ସ୍ପେଶ ଫ୍ଲାଇଟ୍‌ ସେଣ୍ଟରର ଜଣେ ବୈଜ୍ଞାନିକ କହିଛନ୍ତି , ପ୍ରଥମଥର ପାଇଁ ଏକ ବିଶେଷ କାରଣ ଯୋଗୁ କିପରି ବାୟୁ ପ୍ରଦୂଷଣର ମାତ୍ରାରେ ସୁଧାର ଆସିଛି ତାହା ଦେଖାଯାଇଛି। ସୂଚନାଯୋଗ୍ୟ, ୨୦୦୮ରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ନାଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା କମ୍‌ ହୋଇଥିଲା ହେଲେ ଏହା ଏବେ ଅପେକ୍ଷା କମ୍‌ ରହିଥିଲା। ତେବେ ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଥିବାରୁ ସେଠାକାର ଆର୍ଥିକ ସ୍ଥିତି ମଧ୍ୟ ବିଗିଡି ଯାଇଥିଲା। ଲୋକସଂଖ୍ୟା କମ୍‌ ହୋଇଯିବା ଓ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ହେବା ଫଳରେ ଯାନବାହାନ ଚଳାଚଳ ମଧ୍ୟ କମି ଯାଇଥିଲା। ସୂଚନାଯୋଗ୍ୟ, ଏବେସୁଦ୍ଧା ଚାଇନାରେ କରୋନା ଭାଇରସ ସଂକ୍ରମଣରେ ୨,୯୬୯ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୮୬,୨୭୫। ଆଉ ୩୯,୭୮୧ ଜଣ ସୁସ୍ଥ ହୋଇଥିବା ଖବର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri