କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟର ଏକାଧିକ କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ସ୍ବୀକୃତିପ୍ରାକ୍ତ ପଦବୀ ଅନୁସାରେ ଆବଶ୍ୟକ ଡାକ୍ତର ନାହାନ୍ତି। ଏପରିକି ଡାକ୍ତର ନିଯୁକ୍ତ ପାଇଁ ଜେଲ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଉଥିଲେ ମଧ୍ୟ ଗ୍ରାମାଞ୍ଚଳ ଜେଲକୁ ଯିବା ପାଇଁ ଡାକ୍ତର ମଙ୍ଗୁନାହାନ୍ତି। ରାଜ୍ୟରେ ୮୭ ଜେଲ ରହିଛି। ସେଥିରୁ ୧୮ଟି ସର୍କଲ ଜେଲ ରହିଥିବା ବେଳେ ବାକିସବୁ ସବ୍‌ଜେଲ। ଏହିସବୁ ଜେଲରେ ପ୍ରାୟ ୧୯ହଜାର କଏଦୀ ରହୁଛନ୍ତି।
ପୂର୍ବରୁ ସରକାର ୧୩ ଜିଲାର ୧୩ କାରାଗାର ପାଇଁ ୧୩ ଡାକ୍ତରଙ୍କୁ ନିୟମିତ ଭାବେ ନିଯୁକ୍ତ ଦେଲେ। ପରେ ବିଭିନ୍ନ ଜେଲରେ ମାନସିକ ରୋଗୀ କଏଦୀଙ୍କ ସଂଖ୍ୟା ବଢ଼ିଲା। ସରକାର ସର୍ଭେ କରିବା ପରେ ୪ଟି ଜେଲରେ ସରକାର ୪ଜଣ ମାନସିକ ରୋଗ ଡାକ୍ତରଙ୍କୁ ନିଯୁକ୍ତ ଦେଲେ। ଏହିଭଳି ୧୩ କାରାଗାରରେ ୧୭ ନିୟମିତ ଡାକ୍ତର ନିୟୁକ୍ତି ହେଲେ। ଜେଲ ବଢ଼ିବା ପରେ ସରକାର ଆଉ ନିୟମିତ ଡାକ୍ତର ନିଯୁକ୍ତ କଲେ ନାହିଁ। ଏହାପରେ ସରକାର ଠିକା ଡାକ୍ତରଙ୍କୁ ନିଯୁକ୍ତ ଦେଲେ। ୮୭ ଜେଲ ପାଇଁ ମୋଟ ୭୩ ଡାକ୍ତର ପଦବୀ ରହିଛି। କିନ୍ତୁ ବର୍ତ୍ତମାନ ୮୭ଜେଲରେ ୪୦ ଡାକ୍ତର ଅଛନ୍ତି। ଖାଲି ପଡ଼ିଥିବା ୩୩ ଡାକ୍ତରୀ ପଦବୀ ପୂରଣ ପାଇଁ ନିକଟରେ ଜେଲ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ବିଭିନ୍ନ ଜିଲାର ସହରାଞ୍ଚଳ ଜେଲର ଡାକ୍ତର ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ଆବେଦନ କରିଥିବାବେଳେ ଗ୍ରାମାଞ୍ଚଳ ପଦବୀ ପାଇଁ କେହି ଆବେଦନ କଲେ ନାହିଁ। ଶେଷରେ ୨୦ ଜଣ ଡାକ୍ତରଙ୍କୁ ଚୟନ କରାଯାଇଥିଲା। କିନ୍ତୁ ସେମାନେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ଯୋଗଦେଇ ନାହାନ୍ତି।
ଜେଲରେ ଆବଶ୍ୟକ ଅନୁସାରେ ଡାକ୍ତର ନ ଥିବାରୁ କଏଦୀଙ୍କ ହଠାତ୍‌ ଚିକିତ୍ସା ହୋଇପାରୁନାହାନ୍ତି। ଫଳରେ କେତେଜଣ ମୃତ୍ୟୁମୁଖରେ ପଡୁଛନ୍ତି। ଏହାପରେ ଚିକିତ୍ସା ଅବହେଳାକୁ ଭିନ୍ନ ରୂପ ଦିଆଯାଉଛି। ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଯେ, ଖାଲିଥିବା ଡାକ୍ତରୀ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ନିକଟରେ ୨୦ ଜଣ ଡାକ୍ତରଙ୍କୁ ଚୟନ କରାଯାଇଛି। ବାକି ଖାଲି ଥିବା ପଦବୀ ପାଇଁ ପୁଣି ବିଜ୍ଞାପନ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri