କାରବାର ସୁଧାର ଆଶାରେ ବ୍ୟବସାୟୀ

ଭୁବନେଶ୍ୱର,୬।୫: ବର୍ତ୍ତମାନ ଲକ୍‌ଡାଉନ ଜାରି ରହିଛି। କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବା ବେଳେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ କରୁଥିବା ଶୋ’ରୁମ୍‌ଗୁଡ଼ିକ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ସ୍ପେକ୍ଟ୍ରାଭିଜନ, ରାଜ ଇଲେକ୍ଟ୍ରୋନିକ୍ସ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର, କଳିଙ୍ଗ ସେଲ୍‌ସ ଭଳି ପ୍ରମୁଖ ଷ୍ଟୋରଗୁଡିକ ସେବା ଯୋଗାଣ ନେଇ ପୁଣି ଥରେ ପ୍ରସ୍ତୁତ ହୋଇଛନ୍ତି। କିଛି କିଛି ବ୍ୟବସାୟୀ ଚଳିତ ମାସ ୧ ତାରିଖଠାରୁ ଷ୍ଟୋର ଖୋଲିଥିବା ବେଳେ ଅନ୍ୟ କେତେକେ ୫ ତାରିଖଠାରୁ ଷ୍ଟୋର ଖୋଲିବା ଆରମ୍ଭ କରିଛନ୍ତି। ଷ୍ଟୋରଗୁଡ଼ିକ ସରକାରଙ୍କ ନିୟମ କାନୁନ ଅନୁସାରେ ପରିଚାଳିତ ହେଉଛି। ଷ୍ଟାଫ୍‌ କମ୍‌ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ, ସାନିଟାଇଜର ବ୍ୟବସ୍ଥା ମଧ୍ୟ ହୋଇଛି।
ଗ୍ରାହକଙ୍କୁ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ଆଗଭର ହୋଇଛନ୍ତି। ବିଶେଷକରି ଫାଇନାନ୍ସ ସୁବିଧା ପ୍ରଦାନ କରିବାକୁ ଯୋଜନା ରହୁଥିବା ଏକ ପ୍ରମୁଖ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି। ଷ୍ଟୋରଗୁଡିକରେ କଷ୍ଟମର ଫୁଟ୍‌ଫଲ୍‌ ବା ଗ୍ରାହକ ଦୋକାନ ଯାଇ ସାମଗ୍ରୀ ପରଖିବା କମିଛି। କରୋନା ଯୋଗୁ ବିଜ୍‌ନେସ ମଧ୍ୟ କମିଛି। ଲୋକଙ୍କ ଅସୁବିଧା କ୍ଷେତ୍ରରେ ସର୍ଭିସ ଦେବା ଲାଗି ଯୋଜନା କରାଯାଇଛି। ଆଗାମୀ କିଛିଦିନ ଲାଗି ବିଜ୍‌ନେସ ମନ୍ଥର ରହିବ। ସୋସିଆଲ ଡିଷ୍ଟାନ୍ସିଂ,ଭାଇରସ୍‌ ଡର ରହୁଥିବାରୁ ଏହା ବାଣିଜ୍ୟକୁ ପ୍ରଭାବିତ କରିବ। ଜୁନ୍‌ ଯାଏ ଏସି କୁଲର ଫ୍ରିଜ୍‌ ବ୍ୟବସାୟ ଚାଲିବ। ପୂର୍ବାପେକ୍ଷା କାରବାର କମିଥିବା ବେଳେ ଭଲ ବ୍ୟବସାୟ ନେଇ ବ୍ୟବସାୟୀ ଆଶାବାଦୀ ରହିଛନ୍ତି। ଖରାଦିନକୁ ନଜରରେ ରଖି ବ୍ୟବସାୟୀମାନେ ଏବେ ପ୍ରସ୍ତୁତ ହୋଇଛନ୍ତି।

ଲୋକଙ୍କ ସୁବିଧାକୁ ଫୋକସ

ଶନିବାରଠାରୁ ଷ୍ଟୋର ଖୋଲିଛି। ଲୋକଙ୍କର ଅସୁବିଧା ସାମାଧାନ ପାଇଁ ଫୋକସ ରହିଛି। ଟେକ୍ନିସିଆନ କମ୍‌ ଥିବାରୁ ଏ କ୍ଷେତ୍ରରେ ଅସୁବିଧା ରହିଛି। ବର୍ତ୍ତମାନ ଆମର ଗୋଟିଏ ଷ୍ଟୋର ଖୋଲିଛି। ୯୦% ବ୍ୟବସାୟୀଙ୍କ ବାଣିଜ୍ୟ କାରବାର ଏବେ ପ୍ରଭାବିତ ରହିଛି। ଚଳିତ ବର୍ଷ ସ୍ଥିତି ସୁଧୁରିବ ବୋଲି କହି ହେଉନାହିଁ। କ୍ଷୁଦ୍ର ବିଜ୍‌ନେସ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ। ସରକାର ଏହି ବ୍ୟବସାୟୀଙ୍କ କଥା ଚିନ୍ତା କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନର କଷ୍ଟ ସମୟରେ ସମସ୍ତେ ସହଯୋଗିତା ସେବା ମନୋବୃତ୍ତି ରଖି କାମ କରିବା ଆବଶ୍ୟକ। କରୋନା ବିରୋଧରେ ମିଳିତ ଭାବେ ଲଢ଼ିବାକୁ ହେବ।
– ଦେବବ୍ରତ ଛୋଟରାୟ
ମ୍ୟାନେଜିଂ ପାର୍ଟନର, କଳିଙ୍ଗ ସେଲ୍‌ସ

ସରକାର ସହାୟତା ଦିଅନ୍ତୁ

ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକରେ ଷ୍ଟୋର ଖୋଲିଛି। କଟକଣା ସମ୍ପୂର୍ଣ୍ଣ ଉଠି ନ ଥିବାରୁ ଲୋକେ ଷ୍ଟୋରକୁ ଆସୁନାହାନ୍ତି। ଦୋକାନରେ ବିକ୍ରି ଏତେଟା ନାହିଁ। ଫାଇନାନ୍ସ ସୁବିଧା ଏବେ ଯାଏ ଆରମ୍ଭ ହୋଇନାହିଁ। ଗ୍ରାହକ ଏତେଟା ଆସୁନାହାନ୍ତି। ବର୍ତ୍ତମାନ କାରବାର ବନ୍ଦ ରହିଥିବା ଯୋଗୁ କର୍ମଚାରୀଙ୍କ ସମେତ ବିଭିନ୍ନ ପରିଚାଳନା ଖର୍ଚ୍ଚ କରିବାକୁ ପଡୁଛି। ବ୍ୟାଙ୍କ ଋଣରେ ସୁଧଛାଡ଼ ସହ ବିଭିନ୍ନ ସହାୟତା ହେବାର ଆବଶ୍ୟକତା ରହିଛି। ଏହା ହେଲେ ବ୍ୟବସାୟୀଙ୍କୁ କାରବାର ବଜାୟ ରଖିବା ସହଜ ହେବ। ସରକାର ସନ୍ଧ୍ୟା ୬ ଯାଏ ଅନୁମତି ଦେଇଥିବାରୁ ଖରାବେଳେ ଲୋକମାନେ ଆସୁନାହାନ୍ତି। ଅନ୍ତତଃ ପକ୍ଷେ ୮ଟା ଯାଏ ଷ୍ଟୋର ଖୋଲିବାକୁ ଅନୁମତି ଦେବା ଉଚିତ। ଲକ୍‌ଡାଉନ ସମ୍ପୂର୍ଣ୍ଣ ଉଠିବା ପରେ ବ୍ୟବସାୟରେ ସୁଧାର ଆସିବା ନେଇ ଆଶାବାଦୀ। କ୍ଷୁଦ୍ର ବ୍ୟବସାୟୀମାନେ ବହୁ ସଂଖ୍ୟାରେ ଲୋକଙ୍କୁ ନିଯୁକ୍ତି ଦେଇଥିବାରୁ ସରକାର ଏ କ୍ଷେତ୍ରରେ ସହାୟତା ଦେଲେ ବ୍ୟବସାୟୀଙ୍କ ଲାଗି ଭଲ ହୁଅନ୍ତା।
– ପ୍ରକାଶ ବିଶ୍ୱାଳ, ସ୍ବତ୍ୱାଧିକାରୀ, ରାଜ୍‌ ଇଲେକ୍ଟ୍ରୋନିକ୍ସ

ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନ ଦିଆଯାଉଛି
ଲକ୍‌ଡାଉନ ଯୋଗୁ ଷ୍ଟୋରରେ ଗ୍ରାହକଙ୍କ ସଂଖ୍ୟା ପୂର୍ବାପେକ୍ଷା କମିଛି। ଶୁକ୍ରବାରଠାରୁ ବାପୁଜୀନଗର ଶୋ’ରୁମ୍‌ ଖୋଲାଯାଇଛି। ଖରାଦିନ ଚାଲୁଥିବାରୁ ଗ୍ରାହକଙ୍କ ଚାହିଦାକୁ ବିଚାରକରି ସାମଗ୍ରୀ ଯୋଗାଇଦେବାକୁ ପ୍ରୟାସ ଜାରି ରହିଛି। ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ସ୍ଥିତି ଖରାପ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ଦିନର ବ୍ୟବସାୟ ସମ୍ପର୍କରେ ଏବେଠୁ ଆକଳନ କରିହେବ ନାହିଁ। ହେଲେ ଗ୍ରାହକଙ୍କୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ଗ୍ରାହକ ଯଦି ତାଙ୍କ ପକ୍ଷରୁ ଫୋନ ଦ୍ୱାରା ସମ୍ପର୍କ କରୁଛନ୍ତି ତାଙ୍କୁ ମଧ୍ୟ ହୋମ୍‌ ଡେଲିଭରି ଦେବାକୁ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ଫାଇନାନ୍ସ ସୁବିଧା ମଧ୍ୟ ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି। ଅତି ଆବଶ୍ୟକ କ୍ଷେତ୍ରରେ ସେବା ଯୋଗାଣ ହେଉଛି।
– ଦେବରାଜ ରଥ, ଏମ୍‌ଡି, ସ୍ପେକ୍ଟ୍ରାଭିଜନ


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri