କାମ ନ ସରୁଣୁ ଧସୁଛି ପଥରବନ୍ଧ

ଜଳେଶ୍ୱର, ୧୦।୫(ସ୍ବ.ପ୍ର)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ମାକିଡିଆ ପଞ୍ଚାୟତଠାରେ ନିର୍ମାଣାଧୀନ ସୁବର୍ଣ୍ଣରେଖା ନଦୀର ପଥରବନ୍ଧ ଓ ସ୍ପର ନିର୍ମାଣ ନ ସରୁଣୁ ୩ଦିନରେ ୩ଟି ସ୍ଥାନରେ ଧସି ଯାଇଛି। ବର୍ଷାଋତୁ ଆସିବା ପୂର୍ବରୁ ପଥରବନ୍ଧର ଏପରି ଅବସ୍ଥା ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି।
ସୁବର୍ଣ୍ଣରେଖା ନଦୀ ଓଡିଶାର ପ୍ରବେଶପଥର ମାତ୍ର ୧ କିମି. ପରେ ପଡେ ମାକିଡ଼ିଆ ଗାଁ। ଏହି ଗାଁକୁ ସୁବର୍ଣ୍ଣରେଖା ନଦୀ ତିନି ପଟୁ ଘେରି ରହିଛି । ଏହାର ରକ୍ଷା ଲାଗି ୧୯୭୮ରେ ବିଶ୍ୱବ୍ୟାଙ୍କ ସହାୟତାରେ ଛୋଟ ଛୋଟ ସ୍ପର ନିର୍ମାଣ କରାଯାଇଥିଲା। ତେବେ ୨୦୧୦ରେ ଗାଁଟି ନଦୀଗର୍ଭରେ ଲୀନ ହେବାକୁ ବସିଥିବାବେଳେ ନଦୀପାର୍ଶ୍ୱରେ ସୁଦୀର୍ଘ ସ୍ପର ଓ ପଥରପ୍ୟାକିଂ ଯୋଗୁ ଗାଁଟି ତିଷ୍ଠି ରହିଛି। ଏବେ ନିକଟରେ ୭ଟି ସ୍ପର ଓ ୮ଶହ ମିଟର ପଥରପ୍ୟାକିଂ ଲାଗି ୧୪କୋଟି ୩୬ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଗତ ୩୦ା୧ା୧୯ରେ ଏହି କାର୍ଯ୍ୟ ଆରମ୍ଭ ହୋଇ ୩୦ା୪ା୨୦ରେ ସରିବାକୁ ଥିବା ବେଳେ ଏବେ ପ୍ରାୟ ୬୦ଭାଗ କାମ ଶେଷ ହୋଇଛି। କିନ୍ତୁ ନିର୍ମାଣ ହୋଇଥିବା ପଥରପ୍ୟାକିଂର ୩ଟି ସ୍ଥାନରେ ଧସିଯାଇଥିବା ଦେଖିବାକୁ ମିଳିଛି। ଅଦିନିଆ ବର୍ଷାରେ ସୁବର୍ଣ୍ଣରେଖା ନଦୀର ମାକିଡ଼ିଆରୁ କୁଅଁରପୁର ଚାଲିଥିବା ପଥରବନ୍ଧ କାର୍ଯ୍ୟ ଧସିଯାଉଥିବା ବେଳେ ଆସନ୍ତା ବର୍ଷାଋତୁ ଓ ବନ୍ୟା ଆସିଲେ ଏହାର ସ୍ଥିତି କ’ଣ ହେବ ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନମାନର ପଥର ବ୍ୟବହାର କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗାଁର ବିବେକ ପ୍ରିୟଦର୍ଶୀ ପ୍ରଧାନ ନାମକ ଯୁବକ ଆର୍‌ଟିଆଇରେ ୧୬ା୧୨ା୧୯ରେ ସବିଶେଷ ତଥ୍ୟ ମାଗିଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଅଦ୍ୟାବଧି ଦେଉ ନ ଥିବାରୁ ସେ ଆର୍‌ଟିଆଇ କମିଶନରଙ୍କ ଦ୍ୱାରସ୍ଥ ହେବେ ବୋଲି ଶନିବାର କହିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ସେ ବିଭାଗୀୟ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ସମ୍ପର୍କରେ ଜଳେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଇଂ. ପ୍ରିୟବ୍ରତ ସିଂଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟରେ ୧୭କୋଟି ଟଙ୍କା ବ୍ୟୟରେ ୮ଟି ସ୍ପର ଓ ୮ଶହ ମିଟର ପଥର ପ୍ୟାକିଂ କାର୍ଯ୍ୟ ଚାଲିଛି। ୬୫ଭାଗ କାର୍ଯ୍ୟ ହୋଇଥିବା ବେଳେ ଲକ୍‌ଡାଉନ୍‌ ଯୋଗୁ କାର୍ଯ୍ୟ ବନ୍ଦ ହୋଇରହିଛି। ଅନ୍ୟପକ୍ଷରେ ଏହି କାର୍ଯ୍ୟ ଓଡ଼ିଶା ନିର୍ମାଣ ନିଗମ ପକ୍ଷରୁ ଚାଲିଥିବା ବେଳେ ଆର୍‌ଟିଆଇ ସମ୍ପର୍କରେ ସେ ସମ୍ପୃକ୍ତ ନିଗମ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ ସେମାନେ ତଥ୍ୟ ଦେଉ ନ ଥିବାରୁ ଆବେଦନକାରୀଙ୍କୁ ତଥ୍ୟ ଦିଆଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri