କାନ୍‌ସରେ ଉନ୍ମୋଚିତ ହେଲା ‘ଜଙ୍ଗଲ କ୍ରାଏ’ର ପୋଷ୍ଟର : ଟିଜର୍‌ ଫିଲ୍ମରେ ବିଶ୍ୱବିଜେତା ଓଡ଼ିଶା ଜନଜାତି ଟିମ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଜୁନିୟର ରଗ୍‌ବୀ ଓ୍ବାର୍ଲଡ କପ୍‌ ଜିତି ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଥିବା କିସ୍‌ ରଗ୍‌ବୀ ଦଳ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ର ପ୍ରଥମ ପୋଷ୍ଟର ଓ ଟିଜର୍‌ ୭୧ତମ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ରିଲିଜ ହୋଇଛି। ଶୁକ୍ରବାର ରିଲିଜ ହୋଇଥିବା ଏହି ଟିଜରରେ କିସ୍‌ ଜନଜାତି ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ପ୍ରତି ରହିଥିବା ଭଲପାଇବା ଓ ଏକାଗ୍ରତାକୁ ଦେଖିବାକୁ ମିଳିଛି। ଏହାସହ ଦଳର କୋଚ୍‌ ରୁଦ୍ରକେଶ ଜେନାଙ୍କୁ ଏଥିରେ ମୁଖ୍ୟ ଚରିତ୍ର ଭାବେ ଦର୍ଶାଯାଇଛି। ୨୦୦୭ ମସିହାରେ ଏକ ଚ୍ୟାଲେଞ୍ଜ ନେଇ କିସ୍‌ରେ ପଢ଼ୁଥିବା ୧୩ବର୍ଷରୁ କମ୍‌ ବୟସର ଜନଜାତି ପିଲାମାନଙ୍କୁ ରଗ୍‌ବୀ ଖେଳିବା ପାଇଁ ଲଣ୍ଡନ ପଠାଯାଇଥିଲା। ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ପିଲାମାନେ କୋଚ୍‌ଙ୍କ ନେତୃତ୍ୱରେ ଲଣ୍ଡନରେ ରଗ୍‌ବୀ ବିଶ୍ୱ ଚାମ୍ପିୟନ ହୋଇଥିଲେ। ଏହାକୁ ଆଧାରକରି ବଲିଉଡ୍‌ ଓ ହଲିଉଡ୍‌ର ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ଦ୍ୱାରା ‘ଜଙ୍ଗଲ କ୍ରାଏ’ ନିର୍ମାଣ କରାଯାଇଛି। ଜନଜାତି ପିଲାମାନଙ୍କ ମାଧ୍ୟମରେ କିଭଳି ରଗ୍‌ବୀକୁ ପ୍ରୋତ୍ସାହନ ଦେଇ ବିଶ୍ୱ ଦରବାରରେ ପହଞ୍ଚାଯାଇ ପାରିଛି, ତାହା ହେଉଛି ଏହି ଚଳଚ୍ଚିତ୍ରର ବିଶେଷତ୍ୱ।
ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର କୋଚ୍‌ ରୁଦ୍ରକେଶ ଜେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍‌ ଅଭିନେତା ଅଭୟ ଦଓ୍ବେଲ୍‌। ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ଏମ୍‌ଲି ଶାହା। କିସ୍‌ର ରଗ୍‌ବୀ ଖେଳାଳି ମଧ୍ୟ ଏଥିରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଫିଲ୍ମର ନିର୍ଦ୍ଦେଶନା ହିନ୍ଦୀ ଫିଲ୍ମ ‘ଭେଜା ଫ୍ରାଏ’ର ନିର୍ଦ୍ଦେଶକ ସାଗର ବଲାରି ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ସବିର ବକ୍‌ସଓ୍ବାଲା ଓ ପ୍ରଶାନ୍ତ ଶାହା। କାହାଣୀ ଲେଖିଛନ୍ତି ଲେଖକ ଦୀପଙ୍କର ଗିରି। ଫିଲ୍ମର ୮୦ ପ୍ରତିଶତ ଓଡ଼ିଶାରେ ଶୁଟିଂ ହୋଇଥିବା ବେଳେ ଲଣ୍ଡନ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଶୁଟିଂ କରାଯାଇଛି। ୨୦ ତାରିଖ ଅର୍ଥାତ୍‌ ସୋମବାର ‘ଜଙ୍ଗଲ କ୍ରାଏ’ର ପୋଷ୍ଟର ଓ ଟିଜର୍‌ ହାଉସ୍‌ ଅଫ୍‌ ଲର୍ଡ୍‌ସରେ ଉନ୍ମୋଚନ ହେବ। ଆସନ୍ତା ସେପ୍ଟେମ୍ବରରେ ଏହି ଚଳଚ୍ଚିତ୍ର ରିଲିଜ୍‌ ହେବ। ଏହାପୂର୍ବରୁ ଏହାକୁ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri