କାଦୋ ସରସର ଖାଲଢ଼ିପ ରାସ୍‌ତା: ପଲ୍‌ହା ରୁଇ ପରତିବାଦ ଜନାଲେ ଗଁ।ର ମହିଲା

 

ବିନିକା,୨୦।୮(ଡି.ଏନ୍‌.ଏ.):
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ ତିଲେଇମାଲ ଗଁ। ର ମହିଲାମାନେ କାଦୋ ସରସର ରାସ୍‌ତାରେ ପଲ୍‌ହା ରୁଇ ଥାନୀୟ ପରଶାସନକେ ପରତିବାଦ୍‌ ଜନେଇଛନ୍‌।
ଗଁାର ମହିଲାମାନକର କହିବାର ହିସାବେ ବହୁତ ବଛର ହେଲା ତିଲେଇମାଲରୁ ରାମପୁର-ଅରିଗଁା ଆର୍‌ଡି ରାସ୍‌ତାକେ ଯୁଡ଼ି ହେଉଥିବାର ୪ କି.ମି. ରାସ୍‌ତାର ଖାଲି ୧୦ ମିଟରକେ ପଁଚେତ୍‌ ତରଫୁ କଂକ୍ରିଟ କରାଯାଇଛେ। ହେଲେ ସେ ଦିନ୍‌ଠାନୁ ଆଏଜ୍‌କେ ଦେଢ଼ ବଛର ହେଲା ରାସ୍‌ତା ମରାମତି, ତିଆରି ତ ଦୂରର କଥା ଆଏଜ୍‌ତକ ଇ ରାସ୍‌ତାରେ ମାଟି ମୁଠେ ନୁହେ ପଡ଼େ। ଯେନ୍‌ଥିରଲାଗି ବରଷା ହେଲେ ରାସ୍‌ତାରେ ଅଁାଠେ କାଦୋ ହେଉଛେ, ଅନେକ ଜାଗାରେ ଗାଡ଼ଖାଲ ହେଇ ପାଏନ୍‌ ଜମୁଛେ। ଏହେଦେ ବରଷା ଦିନେ ଅବସ୍‌ତା ଏନ୍‌ତା ଯେ, ଇ ରାସ୍‌ତାରେ ଯମ୍‌ ବି ନାଇଁ ଯାଏ ବଲି ଗଁାର ମହିଲାମାନେ ଅଭିଯୋଗ କରିଛନ୍‌। ରାସ୍‌ତା ମରାମତି ଦିଗେ ପରଶାସନର ଚରମ ଅବହେଲାକେ ନଜରରେ ରଖି ଗଁାର ମହିଲାମାନେ ଇ କାଦୋ ସରସର ରାସ୍‌ତାରେ ପଲ୍‌ହା ରୁଇ ପରତିବାଦ ଜନେଇଛନ୍‌। ଯଦି ଆଗ୍‌କେ ପରଶାସନ ରାସ୍‌ତା ତିଆରି ଦିଗେ ପଦକ୍ଷେପ ନାଇଁ ନେବା, ଆମେ ମହିଲାମାନେ ରାସ୍‌ତାକେ ଉତିରମୁ ବଲି ତିଲେଇମାଲ ଗଁାର ଆରତୀ କୁଦେଇ, ପଦ୍ମିନୀ କୁମ୍ଭାର, ସୁଭଳୟା ଦୀପ, ହେମକାନ୍ତି ମଲ୍ଲିକ, ସନ୍ଧ୍ୟା ଜାଲ, ପାଠ ଜାଲ, ବିମଳା ବିଶି, ଯଶୋବନ୍ତୀ ଜାଲ, ରୁକ୍ମିଣୀ ମଲ୍ଲିକ, ଭଗବତୀ ବଗର୍ତ୍ତି, ସତ୍ୟବତୀ ଭୁଏ, ନମିତା ଦୀପ ପରମୁଖ ମହିଲାମାନେ ଥାନୀୟ ପରଶାସନକେ ଚେତାବନୀ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri