କାଟୁ କରୁନି କରୋନା କଟକଣା

କଟକ ଅଫିସ୍‌,୨୮ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ୨୪ତାରିଖ ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଲକ୍‌ଡାଉନ୍‌ ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ଓଡ଼ିଶାରେ ବହୁ ଲୋକ ନିୟମିତ ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରୁଛନ୍ତି। ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଲୋକେ କଟକଣା ମାନୁନାହାନ୍ତି। ମାତ୍ର ୩ଦିନରେ ରାଜ୍ୟର ବିଭିନ୍ନ ଥାନାରେ ଲକ୍‌ଡାଉନ୍‌ ଉଲ୍ଲଂଘନ ନେଇ ୭୪୮ଟି ମାମଲା ରୁଜୁ ହୋଇଛି।
ରାଜ୍ୟ ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ତାରିଖ ସକାଳଠାରୁ ୨୫ତାରିଖ ସକାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ କରୋନା କଟକଣା ଜନିତ ମୋଟ ୧୪୯ଟି ମାମଲା ରୁଜୁ ହୋଇଥିଲା। ସେଥିରୁ କେବଳ ୧୩୭ଟି ମାମଲା ଥିଲା ଲକ୍‌ଡାଉନ୍‌ ଉଲ୍ଲଂଘନ ଜନିତ। ଏହା ପରଠୁ ନିୟମିତ ଏହି ମାମଲା ବଢ଼ିବାରେ ଲାଗିଛି। ୨୫ତାରିଖ ସକାଳଠାରୁ ୨୬ତାରିଖ ସକାଳ ପର୍ଯ୍ୟନ୍ତ ଉଲ୍ଲଂଘନ ସମ୍ପର୍କିତ ମାମଲା ବୃଦ୍ଧି ହୋଇଥିଲା। ଏହି ସମୟରେ ମୋଟ ୨୫୫ଟି ମାମଲା ରୁଜୁ ହୋଇଥିଲା। ସେଥିରୁ କେବଳ ଲକ୍‌ଡାଉନ୍‌ ଉଲ୍ଲଂଘନ ଜନିତ ମାମଲା ଥିଲା ୨୪୩। ସେହିଭଳି ୨୬ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ କରୋନା ସମ୍ପର୍କିତ ୩୯୩ଟି ମାମଲା ରୁଜୁ ହୋଇଛି। କେବଳ ଲକ୍‌ଡାଉନ୍‌ ଉଲ୍ଲଂଘନ ସଂକ୍ରାନ୍ତ ମାମଲା ରହିଛି ୩୬୮। ଲୋକେ ବାରମ୍ବାର କଟକଣା ଉଲ୍ଲଂଘନ କରୁଥିବା ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଗାଁଠୁ ସହର ପର୍ଯ୍ୟନ୍ତ ସବୁ ପ୍ରମୁଖ ଛକ, ବଜାର ଓ ରାସ୍ତାରେ ପୋଲିସ ପକ୍ଷରୁ କଡ଼ା ପ୍ରହରା ଦିଆଯାଉଛି। ଜାଗା ଜାଗାରେ ବ୍ୟାରିକେଡ୍‌ ପକାଇ ଅଧିକାରୀମାନେ ଲୋକଙ୍କୁ ଯାଞ୍ଚ କରୁଛନ୍ତି। ଏପରି କି ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯାନବାହନ ଜବତ କରାଯିବା ସହ ଜରିମାନା ଆଦାୟ ହେଉଛି। ତଥାପି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉନାହିଁ। ଅତ୍ୟାବଶ୍ୟକ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ସରକାର ବାରମ୍ବାର କହୁଥିଲେ ମଧ୍ୟ ଅନେକ ଲୋକ ମାନୁ ନାହାନ୍ତି।
ଅପରପକ୍ଷେ ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ଭିଡିିଓ ବାର୍ତ୍ତା ଜରିଆରେ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ ପାଳନରେ ରାଜ୍ୟ ପୋଲିସ ଭଲ କାମ କରିଛି। ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ସମର୍ପଣ ପାଇଁ ସେମାନେ ଆଜି ରାଜ୍ୟବାସୀଙ୍କ ସ୍ନେହ ଓ ସମ୍ମାନ ହାସଲ କରିପାରିଛନ୍ତି। ସେଥିପାଇଁ ଅଭିନନ୍ଦନ। ଲକ୍‌ଡାଉନ୍‌ ତିନି ସପ୍ତାହ ଚାଲିବ। କିନ୍ତୁ କରୋନା ବିରୋଧରେ ଲଢ଼େଇ କିଛି ମାସ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟ ଓ ଜୀବନ ରକ୍ଷା ନିମନ୍ତେ ଈଶ୍ୱର ଆମକୁ ଗୁରୁଦାୟିତ୍ୱ ଦେଇଛନ୍ତି। ଏହି ପବିତ୍ର କାମ ପାଇଁ ଆମକୁ ପୂର୍ଣ୍ଣ ସମର୍ପିତ ରହିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri