କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ତାମିଲନାଡୁର ଅଦାନକୋଟ୍ଟଇ ସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବିଜ୍ଞାନ ଛାତ୍ରୀ କେ. ଜୟଲକ୍ଷ୍ମୀଙ୍କ ଘଟଣାରୁ। କାଜୁ ବିକ୍ରି କରି ଘର ଚଳାଉଥିବା ଜୟଲକ୍ଷ୍ମୀଙ୍କୁ ଏବେ ଆମେରିକା ମହାକାଶ ଗବେଷଣା କେନ୍ଦ୍ର(ନାସା)କୁ ଯିବା ପାଇଁ ସୁଯୋଗ ମିଳିଛି। ୨୦୨୦ ମେ’ରେ ତାଙ୍କୁ ନାସା ଯିବା ପାଇଁ ଚୟନ କରାଯାଇଛି। ଆଉ ଏଥିପାଇଁ ବାଧକ ସାଜିଥିବା ଟଙ୍କା ମଧ୍ୟ ଆଦାୟ ହୋଇଯାଇଛି। ଜୟଲକ୍ଷ୍ମୀଙ୍କ ନାସା ସ୍ବପ୍ନକୁ ପୂରା କରିବା ପାଇଁ ଲୋକମାନେ ଚାନ୍ଦା କରି ଟିକେଟ ମୂଲ୍ୟକୁ ଏକତ୍ରିତ କରିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ଯିବା ପାଇଁ ମଧ୍ୟ ତାଙ୍କୁ ସୁଯୋଗ ମିଳିଛି। ତେବେ ତାଙ୍କ ଏହି ଯାତ୍ରା ପଛର କାହାଣୀ ବେଶ୍‌ ରୋଚକ ରହିଛି। ସୂଚନାଯୋଗ୍ୟ, ଜୟଲକ୍ଷ୍ମୀ ମା’ ଓ ମାନସିକ ଦିବ୍ୟାଙ୍ଗ ଭାଇଙ୍କ ସହ ରୁହନ୍ତି। ତାଙ୍କ ବାପା ଅଲଗା ରହୁଥିବା ବେଳେ ସେ ଘରର ଏକମାତ୍ର ରୋଜଗାରିଆ ସଦସ୍ୟ। ତେଣୁ ଜୟଲକ୍ଷ୍ମୀ କାଜୁ ବିକ୍ରି କରିବା ସହ ଅଷ୍ଟମ ଓ ନବମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇ ଘରର ପ୍ରତିପୋଷଣ କରିଥାନ୍ତି। ଏକଦା ଜୟଲକ୍ଷ୍ମୀ କ୍ୟାରମ୍‌ ମ୍ୟାଚ୍‌ର ଅଭ୍ୟାସ କରୁଥିବା ବେଳେ ତାଙ୍କ ସାମ୍ନାରେ ଥିବା ଖବରକାଗଜକୁ ପଢ଼ିଥିଲେ। ଖବରକାଗଜରୁ କଟା ଯାଇଥିବା ଧାନ୍ୟ ଥାସ୍‌ନେମଙ୍କ ଏକ ଗପକୁ ସେ ପଢ଼ିଥିଲେ। ଗତ ବର୍ଷ ଥାସ୍‌ନେମଙ୍କୁ ନାସା ଯିବା ପାଇଁ ସୁଯୋଗ ମିଳିଥିବା ବେଳେ ତାଙ୍କଠାରୁ ପ୍ରେରଣା ପାଇ ଜୟଲକ୍ଷ୍ମୀ ତୁରନ୍ତ ଅନ୍‌ଲାଇନ୍‌ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ। କିନ୍ତୁ ସେ ଇଂଲିଶ୍‌ ଭାଷା ଜାଣି ନ ଥିଲେ। ଏଥିପାଇଁ ସେ ପ୍ରାୟ ୧ମାସ ଧରି ରାତି ଦିନ ଏକ କରି ଇଂଲିଶର ଅଭ୍ୟାସ କରିଥିଲେ। ଆଉ ଏହି ପରୀକ୍ଷାରେ ଗ୍ରେଡ-୨ରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ନାସା ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ତାଙ୍କ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଭଳି ସୃଷ୍ଟି ହୋଇଥିଲା ଟଙ୍କା। ଡିସେମ୍ବର ୨୭ରେ ତାଙ୍କୁ ୧.୬୯ ଲକ୍ଷ ଟଙ୍କା ଜମା କରିବାକୁ ଥିଲା। ଏଥିପାଇଁ ଜୟଲକ୍ଷ୍ମୀ ସୋସିଆଲ ମିଡିଆ ଜରିଆରେ ଏବଂ ପୁଦୁକୋଟେର ଜିଲାପାଳଙ୍କୁ ସାହାଯ୍ୟ ଲୋଡିଥିଲେ। ଜିଲାପାଳ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ପାସପୋର୍ଟ ଅଧିକାରୀ ମଧ୍ୟ ତାଙ୍କୁ ୫ଶହ ଟଙ୍କା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ନିଜର ଆଦର୍ଶ ମାନୁଥିବା ବେଳେ ସେ ବୈଜ୍ଞାନିକ ହୋଇ ରକେଟ ତିଆରି କରିବା ପାଇଁ ସ୍ବପ୍ନ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri