କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ମୃତ୍ୟୁ ଘଟଣା: ପ୍ରଧାନ ଓ୍ବାର୍ଡନ ନିଲମ୍ବିତ, ଶିକ୍ଷୟିତ୍ରୀ ବହିଷ୍କାର

ମୁନିଗୁଡ଼ା,୧୩।୭:  ମୁନିଗୁଡ଼ା  ଜିଲା   ରାୟଗଡ଼ା ବ୍ଲକ ଅନ୍ତର୍ଗତ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ  ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁନିଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ରାଧାକାନ୍ତ ଛାତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୋଭାରାଣୀ ଛାତ୍ରୀଙ୍କୁ ନିଲମ୍ବନ କରିଥିବା ବେଳେ ଓ୍ବାର୍ଡେନ୍‌ ମମତା ଛାତ୍ରୀଙ୍କୁ ବହିଷ୍କାର, ରାତ୍ରି ସୁରକ୍ଷାକର୍ମୀ ଦାୟିତ୍ୱରେ ଥାଇ ସେଦିନ ଆସି ନ ଥିବା ଜିତେନ୍ଦ୍ର ମାଣ୍ଡିକାଙ୍କୁ କୈଫିୟତ ମଗାଯାଇଥିବା ନେଇ ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ଗତ ୧୦ତାରିଖ ରାତ୍ରିରେ ଉକ୍ତ ବିଦ୍ୟାଳୟର ଛାତ୍ରୀ ନନ୍ଦିନୀ କାଡ୍ରାକା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଏ ନେଇ ପ୍ରଥମେ ରାୟଗଡ଼ା ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରବଣ ବିବେକ ଏମ୍‌ ପ୍ରମୁଖ ପ୍ରାଥମିକ ତଦନ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri