କଷଟି ପଥରରେ ସଂଘୀୟ ସହଯୋଗିତା

ନୂଆଦିଲ୍ଲୀ,୭ା୫: ମହାମାରୀ କରୋନାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଅଦ୍ୟାବଧି ୧୧୨ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ଏହି ଘାତକ ଭୂତାଣୁ ୩.୫ ନିୟୁତ ଲୋକଙ୍କୁ ସଂକ୍ରମିତ କରିସାରିଲାଣି। ଆକ୍ରାନ୍ତଙ୍କ ମଧ୍ୟରୁ ୩୩% ଆମେରିକାର ହୋଇଥିବାବେଳେ ୟୁରୋପରେ ୪୨% ଓ ଏସିଆରେ ୧୬% ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ପର୍ଯ୍ୟାପ୍ତ ଯାଞ୍ଚ ବ୍ୟବସ୍ଥାର ଅଭାବକୁ ନେଇ ଚିନ୍ତା ବଢ଼ୁଥିବାବେଳେ ସାରା ବିଶ୍ୱର ୧% ଓ ଏସିଆର ପ୍ରାୟ ୭.୫% ଆକ୍ରାନ୍ତ ଭାରତରେ ଥିବା ଜଣାପଡ଼ିଛି। ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୫% କେବଳ ୯ଟି ରାଜ୍ୟରେ ରହିଛନ୍ତି। ସେଗୁଡ଼ିକ ହେଲା ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଉତ୍ତର ପ୍ରଦେଶ (ୟୁପି), ମଧ୍ୟପ୍ରଦେଶ (ଏମ୍‌ପି), ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ। ଏହି ଭୂତାଣୁର ପ୍ରକୃତି, ସଂକ୍ରାମକତା, ଏଥିରୁ ମୁକ୍ତି ପାଇଁ ଚିକିତ୍ସା ଓ ଏହାର ମୁକାବିଲା ପାଇଁ ସମାଧାନ ସ୍ଥାନୀୟ ସ୍ତରରେ କରାଯିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ରାଜ୍ୟଗୁଡ଼ିକ ଏହି ସଙ୍କଟକୁ ଦୂର କରିବା ପାଇଁ ନିଜ ନିଜ ସ୍ତରରେ ଉପାୟ ଆପଣାଇବା ବିଧେୟ। ସ୍ବାସ୍ଥ୍ୟସେବା ମଧ୍ୟ ରାଜ୍ୟ ସରକାରଙ୍କ ଅଧୀନ। ତେବେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ ପ୍ରଥମ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ବେଳେ ସେମାନଙ୍କ ସହ ବିଶେଷ ଭାବେ ବିଚାରବିମର୍ଶ କରାଯାଇ ନ ଥିଲା। କେବଳ ମାର୍ଚ୍ଚ ୧୯ରେ ଦିନିକିଆ ‘ଜନତା କର୍ଫ୍ୟୁ’ ପାଇଁ ଘୋଷଣା ବେଳେ ଲକ୍‌ଡାଉନ୍‌ ସମ୍ପର୍କରେ ସଙ୍କେତ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି।
କେନ୍ଦ୍ର-ରାଜ୍ୟ ମଧ୍ୟରେ ଏକ ସନ୍ତୁଳିତ ସମ୍ପର୍କ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ନିଜ ପ୍ରଥମ ଭାଷଣରେ ଆବେଗପୂର୍ଣ୍ଣ ଭାବେ କହିଥିଲେ। ତାଙ୍କର ସେହି ପ୍ରତିଶ୍ରୁତି ଓ ସଂଘୀୟ ସହଯୋଗିତା ପାଇଁ ପ୍ରତିଶ୍ରୁତିବଦ୍ଧତା ଏବେ ସମସ୍ୟା ଭିତରେ ଫସିଯାଇଛି। ବିଶେଷକରି ଅର୍ଥନୈତିକ କାର୍ଯ୍ୟକଳାପକୁ ପୁଣିଥରେ ସ୍ବାଭାବିକ କରିବା ସହ କରୋନା ମୁକାବିଲା ପରିପ୍ରେକ୍ଷୀରେ ଏହା ଜଳଜଳ ହୋଇ ଦେଖାଯାଉଛି।
ଦାଦନ ଶ୍ରମିକ, ଆର୍ଥିକ ଗତିବିଧି ଓ ସ୍ବାୟତ୍ତତାର ଆହ୍ବାନ
ଏକ ନୂଆ ଗାଇଡ୍‌ଲାଇନ୍‌ ସହ ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା ମହାମାରୀର ଅର୍ଥନୈତିକ ଓ ସାମାଜିକ ପ୍ରଭାବକୁ ଦୂର କରିବାରେ ସରକାରୀ ବିଫଳତାକୁ ସୂଚାଏ। ବିଶେଷକରି ୨୦୧୭-୧୮ରେ ଭାରତର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୬୬% ଅବଦାନ ଉପରୋକ୍ତ ରାଜ୍ୟଗୁଡ଼ିକର ରହିଥିଲା। ଏବେ ଏହି ରାଜ୍ୟଗୁଡ଼ିକରେ ଦେଶର ୮୦% ରେଡ୍‌ ଜୋନ୍‌ ଓ ୫୮% ଅରେଞ୍ଜ ଜୋନ୍‌ ରହିଛି। ଦ୍ୱିତୀୟ ଲକ୍‌ଡାଉନ୍‌ର ମାର୍ଗଦର୍ଶିକା ସାଜିଥିବା ଗାଇଡ୍‌ଲାଇନ୍‌ ଉପରେ ଦାଦନ ଶ୍ରମିକଙ୍କ ସମେତ ସାଧାରଣ ଜନତାଙ୍କ କ୍ଷୋଭ ଦେଖିବାକୁ ମିଳିଥିଲା। ଏହା ପରେ ଏପ୍ରିଲ ୨୯ ଓ ମେ ୧ରେ ଜାରି ନିର୍ଦ୍ଦେଶାବଳୀକୁ ଅପେକ୍ଷାକୃତ ସହଜ କରାଯାଇଛି। ଏଥିରେ ଦାଦନ ଶ୍ରମିକ, ଛାତ୍ରୀଛାତ୍ର ଓ ଯାତ୍ରୀଙ୍କ ଗତିବିଧି ଉପରେ କଟକଣାକୁ କୋହଳ କରାଯାଇଛି। ଫସିରହିଥିବା ଲୋକଙ୍କୁ ସେମାନଙ୍କ ସହରକୁ ଫେରିବା ପାଇଁ ଏହାକୁ ଏକ ସୁଯୋଗ ଭାବେ ଦେଖାଯାଉଛି।
ଶ୍ରମିକମାନେ ନିଜ ଗାଁ ଓ ସହରକୁ ଫେରିବା ପରେ ଆଗକୁ ଭାଇରସ୍‌ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଆର୍ଥିକ ଓ ସ୍ବାସ୍ଥ୍ୟ ସେବା ଅଭାବ ସହ ଯୁଝୁଥିବା ୟୁପି, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଏହି ରାଜ୍ୟଗୁଡ଼ିକର ଦାଦନ ଶ୍ରମିକମାନଙ୍କ ପ୍ରବେଶ ଫଳରେ ସ୍ଥିତି ଅଧିକ ଜଟିଳ ହେବ। ଝାଡ଼ଖଣ୍ଡର ଶ୍ରମିକମାନଙ୍କୁ ନିଜ ନିଜ ସହରକୁ ଫେରିବାକୁ ଅନୁମତି ଦିଆଗଲେ ଏହି ବର୍ଗର ଜନସଂଖ୍ୟା ୭-୮ ଲକ୍ଷ ବୃଦ୍ଧି ପାଇବ। ଏହା ରାଜ୍ୟର ସମସ୍ୟାଗୁଡ଼ିକୁ ବହୁଗୁଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଚିନ୍ତିତ ଥିବା କୁହାଯାଉଛି।
ସେହିପରି ଲକ୍‌ଡାଉନ୍‌ ଯୋଗୁ ଲୋକେ ଘରେ ଆବଦ୍ଧ ହୋଇ ରହୁଥିବାରୁ ଭାରତରେ ଘରୋଇ ଉପଭୋକ୍ତା ବ୍ୟୟ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ମାସିକ ମୁଣ୍ଡପିଛା ବ୍ୟୟ ୨୦୧୧-୧୨ ଓ ୨୦୧୭-୧୮ରେ ୮.୮% ହ୍ରାସ ପାଇଥିବାବେଳେ ଖାଦ୍ୟ ଉପରେ ଗ୍ରାମାଞ୍ଚଳ ମାସିକ ଖର୍ଚ୍ଚ ୧୦% କମିଥିଲା। ଏହି ଦୁଇ କ୍ଷେତ୍ରରେ ଗରିବ ରାଜ୍ୟଗୁଡ଼ିକରେ ସ୍ଥିତି ଆହୁରି ଖରାପ ହେବ ବୋଲି ଏ ସମ୍ପର୍କିତ ସର୍ଭେରୁ ଜଣାପଡ଼ିଛି। ଦ୍ୱିତୀୟରେ କଟକଣା ହଟାଯିବା ପରେ ଶ୍ରମିକମାନେ ନିଜ ଭିଟାମାଟିକୁ ଚାଲିଯାଉଥିବାରୁ ଶ୍ରମଶକ୍ତିର ଘୋର ଅଭାବ ଦେଖାଦେଇଛି। ଏଥିଯୋଗୁ କୃଷି, ଶିଳ୍ପ ଓ ନିର୍ମାଣ କାର୍ଯ୍ୟରେ ନିରନ୍ତରତା ବହୁଳ ଭାବେ ପ୍ରଭାବିତ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଭିତରେ ଓ ବାହାରେ ଶସ୍ୟ ଅମଳ, କିଣିବା ଓ ପରିବହନ ପାଇଁ ଆବଶ୍ୟକ ସ୍ବାୟତ୍ତତାକୁ ସଦ୍ୟ ଗାଇଡ୍‌ଲାଇନ୍‌ ସହାୟକ ହେବ। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକ ଦାଦନ ଶ୍ରମିକଙ୍କ ଜରୁରୀ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେଇପାରି ନାହାନ୍ତି। ଷ୍ଟ୍ରାଣ୍ଡେଡ୍‌ ଓ୍ବାର୍କର୍ସ ଆକ୍ସନ ନେଟ୍‌ଓ୍ବର୍କ ପକ୍ଷରୁ ମିଳିଥବା ସୂଚନାନୁସାରେ ଦେଶର ୯୬% ଶ୍ରମିକ ସରକାରଙ୍କଠାରୁ ରାଶନ ସାମଗ୍ରୀ ପାଇନାହାନ୍ତି।
ରାଜ୍ୟର ରାଜସ୍ବ ଓ ସଂଘବାଦ ପାଇଁ ସମାଧାନ
ବଳବତ୍ତର ଥିବା ନିୟମ କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟଗୁଡ଼ିକର ପ୍ରୟାସକୁ ବିପଦରେ ପକାଇବା ଭଳି ମନେହେଉଛି। ପିଏମ୍‌-କେୟାର୍ସ ରିଲିଫ୍‌ ଫଣ୍ଡ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି ପାଣ୍ଠିକୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅବଦାନ ଅଧୀନରେ ଖର୍ଚ୍ଚର ମାର୍ଗ ଭାବେ ବ୍ୟବହାର କରାଯିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି। ତେବେ ‘ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌’ ବା ‘କୋଭିଡ୍‌-୧୯ ପାଇଁ ରାଜ୍ୟ ରିଲିଫ୍‌ ଫଣ୍ଡ୍‌’ ସିଏସ୍‌ଆର୍‌ ବ୍ୟୟ ପାଇଁ ଯୋଗ୍ୟ ବିବେଚିତ ହୋଇନାହିଁ। ପୂର୍ବରୁ ଏହାର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠିବା ପରେ ଉପା-୨ ସରକାର ଏକ ସଂଶୋଧନ ଆଣିଥିଲେ। ରାଜନୈତିକ ଇଚ୍ଛାଶକ୍ତି ଥିଲେ ଏକ ଅଧ୍ୟାଦେଶ ବଳରେ ଏବେ ଆଇନରେ ସଂଶେଧନ ଅଣାଯାଇପାରିବ, ଯଦ୍ଦ୍ବାରା ରାଜ୍ୟଗୁଡ଼ିକ ମଧ୍ୟ ସିଏସ୍‌ଆର୍‌ ଫଣ୍ଡ୍‌ ଗ୍ରହଣ କରିପାରିବେ।
ସେହିପରି ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ଗତିବିଧି ସଙ୍କୁଚିତ ହେବା ସହ ଜିଏସ୍‌ଟି ଅଂଶଧନ ତଥା ଅନ୍ୟ ବକେୟା ରାଶି ମିଳିବାରେ ବିଳମ୍ବ ହେଉଛି। ଏଥିଯୋଗୁ କେରଳ ଓ ରାଜସ୍ଥାନ ସରକାର ସେମାନଙ୍କ ୧୫ ବର୍ଷର ବଣ୍ଡ୍‌ଗୁଡ଼ିକୁ ବିକ୍ରି କରିଦେଲେଣି। ଗୁଜରାଟ ଓ ମହାରାଷ୍ଟ୍ର ଭଳି ଆଉ କେତେକ ରାଜ୍ୟ ସରକାରଙ୍କ (ଆୟ ପାଇଁ ବଡ଼ ଅବଦାନ ଭାବେ ବିବେଚିତ) ଷ୍ଟାମ୍ପ୍‌ ଡ୍ୟୁଟି ରାଜସ୍ବରେ ୪୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ତୃତୀୟତଃ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧,୪୮୭ କୋଟି ଟଙ୍କା ଏମ୍‌ପିଲାଡ୍‌ ପ୍ରଦାନ କରାଯାଇଥିଲା, ଯାହାକି ରାଜ୍ୟଗୁଡ଼ିକର ପ୍ରାପ୍ୟର ମାତ୍ର ୫୫%। ଏମ୍‌ପିଲାଡ୍‌କୁ ବନ୍ଦ କରି ସେହି ପାଣ୍ଠିକୁ ଭାରତର କନ୍‌ସୋଲିଡେଟେଡ୍‌ ଫଣ୍ଡକୁ ସ୍ଥାନାନ୍ତର କରିବା ସଂଘୀୟ ବ୍ୟବସ୍ଥାର ବିରୋଧୀ। କାରଣ ଏହି ପଦକ୍ଷେପ ରାଜ୍ୟର ସ୍ବାୟତ୍ତତାକୁ ସୀମିତ କରିବା ସହ ଏମ୍‌ପିମାନଙ୍କ ଦ୍ୱାରା ସ୍ଥାନୀୟ ସ୍ତରରେ ସମାଧାନର ବାଟକୁ ବନ୍ଦ କରିଦେଇଛି। ଏଭଳି ସମୟରେ କରୋନା ଭାଇରସ୍‌ର ମୁକାବିଲା ଲାଗି ବର୍ତ୍ତମାନର ରଣନୀତି ସଂଘୀୟ ସହଯୋଗିତାକୁ ପ୍ରାଧାନ୍ୟ ଦେଇଆସୁଥିବା ସମ୍ବିଧାନର ବିରୁଦ୍ଧାଚରଣ ବୋଲି ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

କଣ୍ଟେନରରେ ଚାଲାଣ ହେଉଥିଲା ୩୭ ମଇଁଷି, ମାଡ଼ି ବସିଲା ପୋଲିସ

ଛତ୍ରପୁର, ୧୫/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୋଲିସ ଏକ କଣ୍ଟେନରକୁ ପିଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?