Posted inଖେଳ

କଳିଙ୍ଗରେ ହକି କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)-
ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ହେବାକୁଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ଦଳର କ୍ୟାମ୍ପ ସୋମବାର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପୁରୁଷ ଦଳର ଖେଳାଳିମାନେ ପର୍ଯ୍ୟାୟକ୍ରମେ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଭାରତୀୟ ପୁରୁଷ ଦଳ ଯୋଗ୍ୟତା ପର୍ଯ୍ୟାୟରେ ରୁଷିଆକୁ ଭେଟିବାକୁଥିବାବେଳେ ମହିଳା ଦଳ ଆମେରିକା ସହିତ ମୁକାବିଲା କରିବ। ଯୋଗ୍ୟତା ପର୍ଯ୍ୟାୟର ବିଜେତା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ।
ହକି କ୍ୟାମ୍ପ ପାଇଁ ରବିବାର ମହିଳା ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଅବଶିଷ୍ଟ ଖେଳାଳି ଏବଂ କୋଚ୍‌ ଜୋର୍ଡ ମାରିଜନେ ସୋମବାର କ୍ୟାମ୍ପରେ ଯୋଗ ଦେଇଛନ୍ତି। ମହିଳା ଦଳ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି। ପ୍ରଥମ ଦିବସରେ ଖେଳାଳିମାନେ ରନିଂ, ଷ୍ଟ୍ରେଚିଂ ଏବଂ ଅନ୍ୟ ଶାରୀରିକ ଅଭ୍ୟାସ କରିଛନ୍ତି। ଭାରତୀୟ ପୁରୁଷ ଦଳ ଏଫଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ରେ ୫ମ ସ୍ଥାନରେ ଥିବାବେଳେ ରୁଷିଆର ର଼୍ୟାଙ୍କିଙ୍ଗ୍‌ ୨୨। ସେହିପରି ଭାରତୀୟ ମହିଳା ଦଳର ର଼୍ୟାଙ୍କିଙ୍ଗ୍‌ ୯ମ ଥିବାବେଳେ ଆମେରିକା ୧୩ତମ ସ୍ଥାନରେ ରହିଛି। ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ସମେତ ଏକାଧିକ ଟୁର୍ନାମେଣ୍ଟ ଖେଳି ସାରିଥିବାବେଳେ ମହିଳା ଦଳ ପ୍ରଥମଥର ପାଇଁ ଏଠାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ।
”ରୁଷିଆକୁ ଭେଟିବା ପୂର୍ବରୁ ଆମେ ୩ ସପ୍ତାହଧରି ଏଠାରେ ଅଭ୍ୟାସ କରିବୁ। ଦଳର କେତେକ ବିଭାଗ ଉପରେ ଆମର ଗୁରୁତ୍ୱର ସହ ଫୋକସ ରହିବ। ଆକ୍ରମଣାତ୍ମକ ଖେଳ ଜାରି ରହିବା ସହ ଡିଫେନ୍ସକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଶର୍ଟ କର୍ନର ଉପରେ ଆମେ କାମ କରିବୁ। ରୁଷିଆ ଏକ ଭଲ ଦଳ। ପୂର୍ବରୁ ଆମେ କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ବିପକ୍ଷରେ ଖେଳି ସାରିଛୁ। ଆମ ଖେଳାଳିମାନେ ଘରୋଇ ପରିବେଶରୁ ଫାଇଦା ଉଠାଇବା ଆଶା ରହିଛି“ ବୋଲି ସନ୍ଧ୍ୟାରେ ପହଞ୍ଚତ୍ଥିବା କୋଚ୍‌ ଗ୍ରେମ୍‌ ରିଡ୍‌ ପ୍ରକାଶ କରିଛନ୍ତି। ଅଧିନାୟକ ମନପ୍ରୀତ ସିଂ ମଧ୍ୟ ଅନୁରୂପ ମତ ଦେଇଛନ୍ତି। ”ରୁଷିଆର ରକ୍ଷଣଭାଗ ବେଶ୍‌ ଦୃଢ଼। ଆମେ ଏହି ଦଳକୁ କୌଣସି ପରିସ୍ଥିତିରେ ହାଲ୍‌କାଭାବେ ନେଉନାହୁଁ। ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆମେ ସମ୍ମାନ ଜଣାଇଥାଉ। ରୁଷିଆର ଦକ୍ଷତା କ’ଣ ଆମେ ଜାଣିଛୁ। ତେଣୁ କୋହଳ ମନୋଭାବର ପ୍ରଶ୍ନ ଉଠୁନାହିଁ। ଗତଥର ଜୁନ୍‌ରେ ଏଠାକାର ପରିବେଶ ରୁଷିଆ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା। ମାତ୍ର ଏବେ ସେ ପରିବେଶ ନାହିଁ। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଖେଳିବାକୁ ଆସିଥିବାରୁ ସେମାନେ ନିଶ୍ଚିତ ଭଲଭାବେ ପ୍ରସ୍ତୁତ ହୋଇ ଆସିଥିବେ ବୋଲି ଆଶା। ରୁଷିଆ ନିଜ ପ୍ରଦର୍ଶନ ଦ୍ୱାରା ଯେ କୌଣସି ଦଳକୁ ବିସ୍ମିତ କଲାଭଳି କ୍ଷମତା ରଖିଛି। ତେଣୁ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ପଡ଼ିବ“ ବୋଲି ମନପ୍ରୀତ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ପୁରୁଷ ହକି ଦଳ ନିକଟରେ ବେଲ୍‌ଜିୟମ ଟୁର୍‌ରେ ଚମତ୍କାର ପ୍ରଦର୍ଶନ କରି ୫ ମ୍ୟାଚ ବିଶିଷ୍ଟ ସିରିଜ ଜିତିଥିଲା। ଭୁବନେଶ୍ୱର ଦର୍ଶକ ସର୍ବଦା ବହୁ ସଂଖ୍ୟାରେ ଭାରତକୁ ଅତୀତରେ ସମର୍ଥନ କରି ଆସିଛନ୍ତି। ଏଥର ମଧ୍ୟ ତାହାର ପୁନରାବୃତ୍ତି ଘଟିବ ଏବଂ ଆମେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବୁ ବୋଲି ମନପ୍ରୀତ ଦୃଢ଼ ଆଶା ପୋଷଣ କରିଛନ୍ତି। ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ରୁଷିଆ ଭେଟ ହୋଇଥିଲା। ଏହି ମ୍ୟାଚରେ ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା। ରୁଷିଆ ଉଜ୍‌ବେକିସ୍ତାନକୁ ୧୨-୧ ଗୋଲରେ ଏବଂ ପୋଲାଣ୍ଡକୁ ୩-୨ ଗୋଲରେ ହରାଇଥିବାବେଳେ ଦକ୍ଷିଣ ଆଫ୍ରିକାଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri