କଳିଙ୍ଗନଗର ଶିଳ୍ପାଞ୍ଚଳ: ବାୟୁ ଅପେକ୍ଷା ଜଳ ପ୍ରଦୂଷଣ ଉତ୍କଟ

ଯାଜପୁର ଅଫିସ,୬।୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଯୋଗୁ ଜଳ ସଞ୍ଚୟ ଓ ବିଶୋଧନ ପ୍ରକ୍ରିୟା ପରାହତ ହେଉଛି। ଏଠାରେ ବାୟୁ ଅପେକ୍ଷା ଜଳ ପ୍ରଦୂଷଣ ଉକତ୍ଟ ହୋଇଛି। ବିଶେଷକରି ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ଓ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍‌ପିଏଲ)ଉପଯୁକ୍ତ ଭାବେ ବିଶୋଧନ ନ କରି ବର୍ଯ୍ୟପାଣି ବାହାରକୁ ଛାଡୁଥିବାରୁ ଲୋକଙ୍କ ସ୍ବାସ୍ଥ୍ୟ ଓ କୃଷିକ୍ଷେତ୍ର ବିପଦରେ ପଡ଼ିଛି। ଏନେଇ ସ୍ଥାନୀୟ କେତେକ ସଚେତନ ବ୍ୟକ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ ହେଁ ଏସ୍‌ପିସିବି (ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ପକ୍ଷରୁ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ମାମଲାକୁ ରଫାଦଫା କରି ଚାଲିଛନ୍ତି। ଫଳରେ ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ ସହିତ ଲୋକଙ୍କ ସ୍ବାସ୍ଥ୍ୟହାନୀ ଘଟି ଏକ ମାରାତ୍ମକ ରୂପ ନେବାରେ ଲାଗିଛି। ଜଳ ସଞ୍ଚୟ ଓ ବିଶୋଧନ ପାଇଁ ସଜାଗ ନ ରହିଲେ ନିକଟ ଭବିଷ୍ୟତରେ ପାଣି ପାଇଁ ଯୁଦ୍ଧ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି କୃଷି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।
କଳିଙ୍ଗନଗରରେ ପ୍ରତିଷ୍ଠିତ କାରଖାନାଗୁଡ଼ିକର ପରିସରରେ କୋଇଲାଗୁଣ୍ଡ ଓ ବିଭିନ୍ନ ତୈଳ ପଦାର୍ଥ ମିଶ୍ରିତ ପାଣି ନିର୍ଗତ ହୋଇଥିବାରୁ ତାହା ବିଷ ସଦୃଶ ହୋଇଛି। ଏହା ସାଧାରଣ ଉପଯୋଗୀ ନୁହେଁ ବୋଲି ପରୀକ୍ଷା ରିପୋର୍ଟରେ କୁହାଯାଉଛି। ବିଶେଷକରି ଭିସା କୋକ୍‌ କାରଖାନାର ଉଦ୍‌ବୃତ୍ତ ଆବର୍ଜନା ପାଣି ଭିସା ଛକ ନିକଟରେ ଥିବା ବ୍ରିଜ ରାସ୍ତା ଦେଇ ବର୍ଯ୍ୟଜଳ ଯଖପୁରା ମୌଜା ଦେଇ ଅଅଁଳାପାଳ, ବାଲୁଙ୍ଗାବନ୍ଧି, ରୁଙ୍ଗୁରୁଙ୍ଗା, ମଙ୍ଗଳପୁର, ଖରଡି ଦେଇ ନୂଆଁଗାଠାରେ ଗଣ୍ଡନାଳାରେ ମିଶୁଛି। ମୋଟାମୋଟି ଭାବେ କାରଖାନାରୁ ନିସ୍କାସିତ ଆବର୍ଜନା ପାଣିରୁ ବିଷାକ୍ତ ପ୍ରାଙ୍ଗାରମ୍ଭ ବା ଫେନଲ ଏବଂ ସାୟାନାଇଡ ରହିଥିବା ପୂର୍ବରୁ ହୋଇଥିବା ପରୀକ୍ଷା ରିପୋର୍ଟରେ ଜଣାପଡ଼ିଥିଲା। ଏଣୁ ତୁରନ୍ତ ଏହାର ପ୍ରତିକାର ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଥିଲା। ୧୦ଦିନ ମଧ୍ୟରେ ଆକ୍ସନ ପ୍ଲାନ ଦାଖଲ ନ କଲେ ବିନା ନୋଟିସରେ କମ୍ପାନୀକୁ ସିଲ୍‌ କରି ଦିଆଯିବ ବୋଲି ବୋର୍ଡର ସଦସ୍ୟ ସଚିବ ତାଙ୍କ ପତ୍ର ସଂଖ୍ୟା ୨୦୪୮/୭ା୭ା୨୦୧୫ ଜରିଆରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏସ୍‌ସିବିର ଏହିସବୁ ପଦକ୍ଷେପ ଧୂଆଁବାଣ ସଦୃଶ ଥିଲା ବୋଲି ଅଭିଯୋଗ ହୋଇଛି। ଭିସା କର୍ତ୍ତୃପକ୍ଷ ଅତି ଚତୁରତାର ସହ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇ ଏହି ସମ୍ବେଦନଶୀଳ ଘଟଣାକୁ ଚପାଇ ଦେବାକୁ ସକ୍ଷମ ହୋଇଛନ୍ତି। ଯଦ୍ୱାରା ଭିସା କାରଖାନା ପରିସରର ବିଷାକ୍ତ ପାଣି ସେହି ରାସ୍ତାଦେଇ ଏବେବି ଅହରହ ବୋହୁଛି। ସେହିପରି ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଏକ ଲୌହଧାତୁର ପେଲେଟାଇଜେଶନ କାରଖାନା ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ବାହାରକୁ ବୁନ୍ଦାଏ ବି ପାଣି ନ ଛାଡ଼ିବାକୁ ଚୁକ୍ତିରେ ସ୍ବାକ୍ଷରିତ ହୋଇଥିଲା। ଏହି ସର୍ତ୍ତରେ ଏସ୍‌ପିସିବି ବିଆର୍‌ପିଏଲ୍‌କୁ ପରିଚାଳନା ଅନୁମତି ମଧ୍ୟ ଦେଇଥିଲା। କିନ୍ତୁ ବଡ଼ବିଲ୍‌ଠାରୁ କଳିଙ୍ଗନଗର ବିଆର୍‌ପିଏଲ୍‌ ପ୍ଲାଣ୍ଟକୁ ୨୨୦କିଲୋମିଟର ଦୀର୍ଘ ଲୌହ ସ୍ଲରୀ ସ୍ଥାନାନ୍ତରଣ ପାଇପ ଲାଇନରେ ଆସୁଥିବା ବର୍ଯ୍ୟଜଳ ଏବେ ବାହାରକୁ ଛଡ଼ା ଯାଉଛି। ପୂର୍ବରୁ ଏହି ପାଣିକୁ ମେସ୍କା କାରଖାନାକୁ ଯୋଗାଣ ହେଉଥିଲା। କିନ୍ତୁ ମେସ୍କୋ କାରଖାନା ବନ୍ଦ ହୋଇଯିବା ପରେ ୬ଟି ଅଣ୍ଡରଗ୍ରାଉଣ୍ଡ ପାଇପ୍‌ଲାଇନରେ ଏହି ବର୍ଯ୍ୟଜଳ କାରଖାନା ବାହାରକୁ ଛଡା ଯାଉଛି। ଫଳରେ ଘଣ୍ଟା ପ୍ରତି ପ୍ରାୟ ୫୦୦ ଘନମିଟର ବର୍ଯ୍ୟପାଣି ବାହାରକୁ ଛଡ଼ାଯାଉଥିବାରୁ ଗଣ୍ଡନାଳା ସମେତ ଆଖପାଖ ଅଞ୍ଚଳ ଜଳ ପ୍ରଦୂଷଣରେ ଉକତ୍ଟ ହେଉଛି। ଏହାର ପ୍ରତିବାଦରେ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ୨୦୧୭ରେ ଏନ୍‌ଜିଟିରେ ଏକ ମାମଲା ରୁଜୁ ହୋଇଛି। ଏହାକୁ ବିଆର୍‌ପିଏଲ୍‌ କାରଖାନା କର୍ତ୍ତୃପକ୍ଷ ଓ ଏସ୍‌ପିସିବି ଅଧିକାରୀ ଯେନେତେନ ପ୍ରକାରେ ରିପୋର୍ଟ ପ୍ରଦାନ କରି ମାମଲାକୁ ଗଡ଼ାଇବାରେ ସକ୍ଷମ ହୋଇଛନ୍ତି। ସେହିପରି ମାନପୁର ବ୍ରିଜ୍‌ଠାରୁ ଭିସା ଛକ ରାସ୍ତାରେ ଥିବା ଜିନ୍ଦଲ କାରଖାନାର ୫ରୁ ଊର୍ଦ୍ଧ୍ୱ ପୋଲ ଦେଇ ବର୍ଯ୍ୟ ପାଣି ବାହାରକୁ ଛଡ଼ା ଯାଉଛି। ଏ ସମ୍ପର୍କରେ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ କାରଖାନାରୁ ବାହାରୁଥିବା ପାଣି ବିପଦମୁକ୍ତ। ଆବଶ୍ୟକ ବିଶୋଧନ କରାଯାଇ ବାହାରକୁ ଛଡ଼ାଯାଉଛି। ତେବେ ଆଗାମୀ ଦିନରେ ବର୍ଯ୍ୟଜଳର ପରୀକ୍ଷାନୀରିକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri