କଳାହାଣ୍ଡି ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ୩୨୯ ଛାତ୍ରୀଛାତ୍ରଙ୍କୁ ୪ ଶିକ୍ଷକ

ଭବାନୀପାଟଣା,୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଗ୍ରାମାଞ୍ଚଳର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେଉଁଠି ବିଦ୍ୟାଳୟ ପାଇଁ ଶ୍ରେଣୀ ଗୃହ ଅଭାବ ତ କେଉଁଠି ଶିକ୍ଷକ ଅଭାବ। ପୁଣି କେଉଁଠି ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ରଙ୍କ ଅଭାବରୁ ତାଲା ପଡ଼ିବା ଅବସ୍ଥାକୁ ଚାଲିଆସିଛି। ଶିକ୍ଷାଧିକାର ଆଇନ ଅନୁସାରେ, ୩୫ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ନିୟୋଜନ କରାଯିବାର ଧାର୍ଯ୍ୟ କରାଯାଇଛି। ମାତ୍ର ପରିତାପର ବିଷୟ କଳାହାଣ୍ଡି ଜିଲା ଗ୍ରାମାଞ୍ଚଳର ଅନେକ ବିଦ୍ୟାଳୟ ଏବେ ବି ମାତ୍ର ଜଣେ ଲେଖାଏ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। ଏପରିକି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୨୯ଜଣ ଛାତ୍ରୀଛାତ୍ର ପାଠ ପଢୁଥିଲେ ମଧ୍ୟ ଶିକ୍ଷାଦାନ ଲାଗି ମାତ୍ର ୪ ଜଣ ଶିକ୍ଷକ ନିୟୋଜିତ ହେଇଛନ୍ତି ।  ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ଜିଲାର ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ଅଧୀନ ଓଡ୍ରି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟ ଉନ୍ନୀତ ହେବା ପରେ ନବମ ଓ ଦଶମ ଶ୍ରେଣୀ ଖୋଲିବାର ପ୍ରାୟ ୧୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଉକ୍ତ ଶ୍ରେଣୀ ପାଇଁ ଥିବା ଇଂରାଜୀ, ବିଜ୍ଞାନ ଓ ଗଣିତ ବିଷୟ ଶିକ୍ଷା ଦାନ ନିମିତ୍ତ ଅଭିଜ୍ଞ ଶିକ୍ଷକ ନିୟୋଜିତ କରାଯାଇ ନାହିଁ । ପ୍ରାଥମିକ ଶ୍ରେଣୀ ପାଇଁ ନିୟୋଜିତ ଶିକ୍ଷକ ହିଁ ପାଠ ପଢ଼ାଉଛନ୍ତି। ଦୁଇରୁ ଅଧିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଗୋଟିଏ କୋଠରୀରେ ବସାଇ ଶିକ୍ଷାଦାନ କରାଯାଉଛି । କେବଳ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ବ୍ୟତୀତ ଅନ୍ୟ କେହି ଶିକ୍ଷା ବିଭାଗ ଅଧିକାରୀ ପରିଦର୍ଶନରେ ଆସୁ ନ ଥିବାରୁ ବିଦ୍ୟାଳୟର ସମସ୍ୟା ସମ୍ବନ୍ଧରେ ଶିକ୍ଷା ବିଭାଗ ଗୁରୁତ୍ୱ ଦେଉ ନ ଥିବା ଅନେକ ଛାତ୍ରାଭିଭାବକ ଅଭିଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri