କଳାଧନ ମାମଲା ପାଇଁ ସ୍ବତନ୍ତ୍ର କୋର୍ଟ

କଟକ ଅଫିସ, ୧୯।୬: କଳାଧନ ଗଚ୍ଛିତ ପ୍ରମାଣ ମିଳିବା ପରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ ମାମଲା ପରିଚାଳନା ପାଇଁ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନ ସ୍ଥିତିରେ ଦେଶରେ ଅନେକ ପ୍ରତିବନ୍ଧକ ରହିଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯେତେ ପ୍ରଭାବଶାଳୀ କାର୍ଯ୍ୟ କଲେ ମଧ୍ୟ ଆଇନଗତ ପ୍ରକ୍ରିୟାରେ ବିଳମ୍ବ ପରିଲକ୍ଷିତ ହେଉଛି। କଳାଧନ ସମ୍ପର୍କିତ ୧୫ରୁ ୧୬ ହଜାର ମାମଲା ୧୦ ବର୍ଷ ହେବ ପଡ଼ି ରହିଛି। ତେଣୁ ଏହି ସବୁ ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି। କଳାଧନ ପ୍ରସଙ୍ଗରେ ଗଠିତ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଟିମ୍‌ (ଏସ୍‌ଆଇଟି) ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏହି କଥା କହିଛନ୍ତି।
ମଙ୍ଗଳବାର ଜଷ୍ଟିସ ପଶାୟତଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ କଳାଧନ ସମ୍ପର୍କରେ ଏସ୍‌ଆଇଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଓଡ଼ିଶାରେ ମାଇକ୍ରୋ ଫାଇନାନ୍ସରେ ବିନିଯୋଗ ହୋଇଥିବା ୯୦ ଲକ୍ଷ କଳାଟଙ୍କାକୁ ଠାବ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସଫଳତା ହାସଲ କରିଥିବା ଆଲୋଚନା ହୋଇଥିଲା। ମୁଖ୍ୟତଃ ଯାହାଙ୍କ ପାଖରୁ ଏହି ଟଙ୍କା ମିଳିଛି ତାହା କେଉଁଠୁ ଆସିଲା ଏବଂ କାହା ପାଇଁ ଯାଉଥିଲା ତାହା ଉପରେ ଆଇନଗତ ତର୍ଜମା କରାଯାଇଛି। କିଭଳି ଏହି ଟଙ୍କାକୁ ଇଡି ତଦନ୍ତ ପରିସରଭୁକ୍ତ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା।
ଗତ ନିର୍ବାଚନରେ ୩୮୦୦ କୋଟି ଟଙ୍କା ଜବତ ହୋଇଛି। ସେହିପରି ସୁଇସ୍‌ ବ୍ୟାଙ୍କରେ ଠାବ ଜମା ଟଙ୍କାକୁ ଫେରାଇ ଆଣିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହାବାଦ୍‌ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟତଃ ବିଭିନ୍ନ ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଠାବ କରାଯାଉଥିବା ଆୟ ବହିର୍ଭୂତ ସମ୍ପତ୍ତି ଉପରେ ଟିକସ ଲାଗୁ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ଏଥିସହିତ ଟିକସ ଆଦାୟ ନିୟମରେ ସଂଶୋଧନ ଅଣାଯିବା ଆବଶ୍ୟକ। କାରଣ ଆୟ ବହିର୍ଭୂତ ଟଙ୍କା ଉପରେ ଟିକସ ଆଦାୟ ଲାଗୁ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ସୁଇଜରଲାଣ୍ଡରେ ଗଚ୍ଛିତ ଥିବା ଟଙ୍କା ଉପରେ ମଧ୍ୟ ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି। ମୁଖ୍ୟତଃ ପୂର୍ବରୁ ସୁଇଜରଲାଣ୍ଡ ଏ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରୁ ନ ଥିଲା। ଦୁଇ ବର୍ଷ ତଳେ ସୁଇଜରଲାଣ୍ଡ ସହିତ ଏକ ବୈଠକ ଅନୁଷ୍ଠିତ ହେବା ପରେ ଏବେ ସେମାନେ ସୂଚନା ଦେଉଛନ୍ତି। ତେବେ ବାହାରେ ଥିବା ସବୁ ଟଙ୍କା ଯେ କଳାଧନ କହିବା ଠିକ୍‌ ନୁହେଁ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଦିଆଯିବ। ଯଦି ଆକାଉଣ୍ଟଧାରୀ ଜମା ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ତେବେ ତା’ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୂର୍ବରୁ ଏସ୍‌ଆଇଟିର ୭ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଅଦ୍ୟାବଧି ୬ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ବେଳେ ୨ ମାସ ମଧ୍ୟରେ ସପ୍ତମ ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ବୈଠକରେ ପୋଲିସ ଡିଜି ଡା. ଆର୍‌.ପି. ଶର୍ମା, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି, କମ୍ପାନୀ ପଞ୍ଜୀକରଣ ଅଧିକାରୀ, ସିବିଆଇ ଅଧିକାରୀ, ଆୟକର ଅଧିକାରୀ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ସୂଚନା ଥାଉ କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟିର ଶେଷ ବୈଠକ ଗତ ବର୍ଷ ଜୁନ ୧୬ରେ ହୋଇଥିଲା। ଉକ୍ତ ବୈଠକରେ କଳାଧନରେ ମାଓବାଦୀମାନେ ସେମାନଙ୍କ ସାମ୍ରାଜ୍ୟକୁ ବିସ୍ତାର କରୁଥିବା ଆଲୋଚନା ହୋଇଥିଲା। ମୁଖ୍ୟତଃ ମାଓବାଦୀ ନେତାଙ୍କଠାରୁ ନାର୍କୋଟିକ୍‌ସ ଡ୍ରଗ୍‌ସ ଧରାହୋଇଥିବା ବେଳେ ସେମାନଙ୍କର ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ପୂର୍ବ ବୈଠକରେ ନିଷ୍ପତ୍ତି ଅଗ୍ରଗତି ହୋଇଥିବା ଜଷ୍ଟିସ ପଶାୟତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

୨୯ ଦିନରେ ପହଞ୍ଚିଲା ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ପଟୁଆରରେ ସହର ପରିକ୍ରମା କଲେ ମା‘

ଛତ୍ରପୁର, ୧।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟା ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୋମବାର ଯାତ୍ରାର…

ବଡ଼ ଆକ୍ସନ ନେଲେ ମମତା ବାନାର୍ଜୀ: ନିର୍ବାଚନ ହାରିବା ପରେ…

କୋଲକାତା,୧।୬: ନିର୍ବାଚନ ହାରିବା ପରେ ବଡ଼ ଆକ୍ସନ ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହାଙ୍କୁ ତୃଣମୂଳ କଂଗ୍ରେସରୁ ବହିଷ୍କାର…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri