କଳାକାର ହିଁ ବୁଝିପାରେ ଅନ୍ୟ କଳାକାରର ମନ: ରାପ୍‌ କଣ୍ଠଶିଳ୍ପୀ ଡୁଲେଶ୍ୱରଙ୍କୁ ସହାୟତାର ହାତ ବଢାଇଲେ ହ୍ୟୁମାନ ସାଗର

ଭବାନୀପାଟଣା,୧୯।୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ଡୁଲେଶ୍ୱର ତାଣ୍ଡି ଜଣେ ବିପ୍ଲବୀ ରାପ୍‌ ସଙ୍ଗୀତକାର। ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ। ହେଲେ ତାଙ୍କ ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ସେ ଅସୁବିଧାରେ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓଡ଼ିଶାର ଆଗ ଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ତାଙ୍କୁ ସହଯୋଗର ହତ ବଢ଼ାଇଛନ୍ତି। ସେ ଜଣେ ପ୍ରତିଭାର ମନକୁ ବୁଝି ପାରିଛନ୍ତି। ବୁଧବାର ଡୁଲେଶ୍ୱରଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରି ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଆବଶ୍ୟକ ହେଲେ ଆଗକୁ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଡୁଲେଶ୍ୱର ଫେସବୁକ ଆଇଡିରେ ପୋଷ୍ଟ କରି ହୁମାନ୍‌ ସାଗରଙ୍କୁ ଧନ୍ୟବାଦ ଜଣାଇଚନ୍ତି।
ସୂଚନା ଅନୁଯାୟୀ, ଡୁଲେଶ୍ୱର ଭବାନୀପାଟଣା ବ୍ଲକ ବୋର୍ଡା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ୨୦୦୮ ମସିହାରେ ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଯୁକ୍ତ ତିନି ସାରିବା ପରେ ମା’ଙ୍କ ଦେହ ଖରାପ ହେବା ଯୋଗୁ ଅର୍ଥ ଯୋଗାଡ କରିବା ପାଇଁ ସୁଦୂର ରାୟପୁରକୁ ଚାଲି ଯାଇଥିଲେ। ରାୟପୁରରେ କିଛି ଦିନ କାମ କଲାପରେ ହଠାତ୍‌ ବାପା ନୀଳାଞ୍ଚଳ ତାଣ୍ଡିଙ୍କ ପକ୍ଷାଘାତନ୍‌ରେ ୨୦୧୬ରେ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ମୃତ୍ୟୁପରେ ସେ ଓ ତାଙ୍କ ମା’ ଅଭାବ ଅସୁବିଧାରେ ରହୁଥିଲେ। ହେଲେ ସେ ବର୍ତ୍ତମାନ ନିଜ ପ୍ରତିଭାର ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ସେ ରାପର ଡୁଲେ ରୋକର୍‌ ଭାବେ ସବୁଆଡେ ପରିଚିତ। ନିଜର ଅଭାବୀ ସମସ୍ୟାକୁ ନେଇ ନିନନ୍‌ ଷ୍ଟପ୍‌ ରାପ୍‌ ସଙ୍ଗ ଉପସ୍ଥାପନା କରୁଛନ୍ତି। ସମାଜର ସାମ୍ପ୍ରତିକ ପରିସ୍ଥିତିର ବାସ୍ତବଚିତ୍ର ଉପସ୍ଥାପନା କରିବାରେ ସଫଳ ହୋଇପାରିଛନ୍ତି। ସେ ଦେଶର ବ୍ୟବସ୍ଥା, ଗରିବୀ ଓ ସାମାଜିକ ଅବ୍ୟବସ୍ଥା ଆଦିକୁ ନେଇ ନିଜ ରାପ୍‌ ସଙ୍ଗ ମାଧ୍ୟମରେ ବିପ୍ଲବ ଆରମ୍ଭ କରିଛନ୍ତି। ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇ ସେ ଲୋକଲୋଚନକୁ ଆସିବା ପରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଗାୟକ ହୁମାନ୍‌ ସାଗର ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri