କଳାକାର ଭତାରୁ ବଁଚିତ୍‌ କନିଷ୍ଠ: ଅଦରକାରୀ ପାଲଟିଛେ ମାନ୍‌ପତର

 

ଲାଠୋର, ୧୪ା୧ (ଡି.ଏନ୍‌.ଏ.)-
ସରକାର କଳାକାରମାନକୁ ମାସିକ ୧୨ଶହ ଟଁକା ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ଅନେକ ଗଁାଗଁଡ଼ାରେ କଳାକାରମାନେ ଭତା ପାଏବାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ସେ ହିସାବେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁହିବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ଗଣ୍ଡାବଜା କଳାକାର କନିଷ୍ଠ କୁମ୍ଭାର ଭତାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କନିଷ୍ଠକଁର ପରିବାର କହେଲେ ମାଏକିନା ବିଳମତୀ, ଝି’ବନିତା ଆର ପୁଓ ଟୁନାକେ ନେଇ ତାକର ସଁସାର। ଜମିବାଡ଼ି ବଲି କିଛି ନାଇଁ, ପରିବାରଟା ମୂଲୁ ସୁଖ୍‌ବାସୀ ଆଏ। ଦମ୍ପତି ପରହର କାମବୁତା କରି ଦୁଇପଏସା ରୁଜ୍‌ଗାର କରୁଛନ୍‌। ସେଥ୍‌ରେ ତାକର ପରିବାରର ତେଲ୍‌ନୁନ, କପଡ଼ାଲତା, ଉଷୋକଷା ଖରଚ୍‌ ତୁଲଉଛନ୍‌। ହେଲେ ଅଭାବ ଅନାଟନ ଘରେ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ଝି’ ବନିତା ପଁଚମ ଶ୍ରେଣୀରୁ ପାଠ୍‌ପଢ଼ା ଛାଡ଼ି ଘରେ ମା’ବାପ୍‌କେ ସାହାଯ୍‌ କରୁଛନ୍‌। ପୁଓ ଟୁନାକେ କଷ୍‌ଟେମଷ୍‌ଟେ ନବମ ଶ୍ରେଣୀରେ ପଢ଼ଉଛନ୍‌। ଇତାର ବାହାରେ କନିଷ୍ଠ ବଛରକ ପାଖାପାଖି ୧୦ ଜାଗାରେ ବଜା ବଜାବାର ଡକ୍‌ରା ପାଉଛନ୍‌। ସେଥ୍‌ରୁ ସେ ବଛରକ ୧୦ ହଜାର ଟଁକା କମାନି କରୁଛନ୍‌। କୁଲିମଜୁରି ଆର ବଜା ବଜେଇ କନିଷ୍ଠ ବଛରକ ପାଖାପାଖି ୩୦ ହଜାର ଟଁକା କମାନି କରୁଛନ୍‌। ହେଲେ ସେଟା ପରିବାରର ଦିହିକେ ଅଁଟ୍‌ଲେ ପେଟ୍‌କେ ନାଇଁ। ଏନ୍‌ତାଥି ସେ ରୁଜ୍‌ଗାର ବଢ଼ାବାର ଚିନ୍‌ତା କଲେ ବି ସେ ବାଟ୍‌ ନାଇଁ ପାଏବାର। ସେନ୍‌ତା କଳାକାର ଭତା ପାଏବାର ଲାଗି ସେ ଅନେକ ଥର ଅନେକ ଲୁକ୍‌କୁ ଭେଟି ଗୁହାରି କରି ନିରାଶ ହେଇଛନ୍‌। ଦିନ୍‌ଥିଲା କନିଷ୍ଠ ଗଣ୍ଡାବଜା ବଜେଇ ଭିନେ ଭିନେ ଜାଗାରୁ ପାଖାପାଖି ୧୩ ଖଁଡ୍‌ ମାନପତର ପାଇଥିଲେ। ହେଲେ ସେସବୁ ଆଏଜ୍‌ ତାକର ଲାଗି ଅଦରକାରୀ ପାଲଟିଛେ। କଳାକାର ଭତା ପାଏବାର ଆଶ୍‌ରେ ବଛ୍‌ରେ ତଲେ ଝନେ ଲୋକ୍‌କେ କନିଷ୍ଠ ଦରକାରୀ କାଗଜପତର ସହିତେ ୩ ହଜାର ଟଁକା ଦେଇଥିଲେ। ହେଲେ ସେ ଲୋକ୍‌ ଭତା ତ କରେଇ ନାଇଁପାରଲେ, ପଏସା ବି ନାଇଁ ଫିରାଲେ। ତୁରେକେଲା ବ୍ଲକ ଅଂଚଲରେ କେହି ଝନେ ନିରିହ କଳାକାରମାନକୁ ଭୁରତେଇ ଭତା କରେଇ ଦେବାର ବାହାନାରେ ୩ ହଜାର ଟଁକା ଲେଖେଁ ଠକୁଥିବାର ଅନେକ କଳାକାର ଅଭିଯୋଗ କରିଛନ୍‌। ଇ ଦିଗେ ଥାନୀଅ ପରଶାସନ ଦୁରୁଷ୍‌ଟି ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ସେନ୍‌ତା ଜିଲା ପରଶାସନ ଗଁଗଁାଲିରେ ଥିବାର ପୁରଖା କଳାକାରମାନକୁ ଚିନ୍‌ହଁଟ କରି କଳାକାର ଭତା ଯୁଗେଇଦେବାକେ ଅଂଚଲର କଳାକାରମାନେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri