କର୍ମରେ ସାହସ ଦେଖାଏ ବାଟ

ଧାମନଗର,୧୧।୧୨(ଡି.ଏନ.ଏ.)- ସାହସ ଓ ମନୋବଳ ରଖି କାର୍ଯ୍ୟ କଲେ କାହାରି ପେଟ ଅପୋଷା ରହିବ ନାହିଁ ା କୃଷି ବ୍ୟତୀତ ଆନୁଷଙ୍ଗିକ କୃଷି କିମ୍ବା ପ୍ରାଣୀଧନ ପାଳନ ଚାଷୀଙ୍କୁ ମଧ୍ୟ ସ୍ବାବଲମ୍ବୀ କରିପାରିବ। ଏକଦା ରିକ୍ସା ଟାଣି ପେଟ ପୋଷୁଥିବା ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ବନବାଗ ଗାଁର ଭୀମସେନ ଦାସ (୪୮) ଏବେ ନିଜ ଅଞ୍ଚଳରେ ଜଣେ ସଫଳ ଛେଳି ଚାଷୀଙ୍କ ପରିଚୟ ପାଇ ପାରିଛନ୍ତି। ନିଜ ଚେଷ୍ଟାରେ ଆଧୁନିକ କୌଶଳ ଶିକ୍ଷା କରି ଉନ୍ନତ ପ୍ରଜାତିର ଛେଳି ପାଳନ କରି ଏବେ ନିଜ ଭାଗ୍ୟ ନିଜେ ଗଢି ପାରିଛନ୍ତି। ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇ ସେ ପରିବାର ପ୍ରତିପୋଷଣ ସହ ନିଜ ପିଲାଙ୍କୁ ପାଠ ପଢ଼ାଇ ପାରୁଛନ୍ତି। ତାଙ୍କ ଜୀବନ ସଂଘର୍ଷର କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେଇଛି, ତା’ ନୁହେଁ ସେ ଆଗ୍ରହୀ ଚାଷୀଙ୍କୁ ମଧ୍ୟ ଛେଳି ପାଳନ ସମ୍ପର୍କରେ କୌଶଳ ଶିଖାଉଛନ୍ତି।
ଭୀମସେନ କହନ୍ତି, ସେ ଗରିବ । ଅନ୍ୟ କିଛି ସମ୍ବଳ ନ ଥିବାରୁ ଯୁବାବସ୍ଥାରେ ପେଟ ପୋଷିବା ଲାଗି ରିକ୍ସା ଟାଣିବା ଆରମ୍ଭ କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ରିକ୍ସା ଚଳାଇଛନ୍ତି। ଧୁଷୁରି ବଜାରରେ ରିକ୍ସା ଟାଣି ନଦୀଗଁା ଓ ହସନାବାଦ ଆଦି ବଜାରକୁ ଲୋକଙ୍କୁ ନେବାଆଣିବା କରୁଥିଲେ। ପରେ ଗାଡିମୋଟର ଚାଲିବାରୁ ସମସ୍ତଙ୍କ ଲାଗି ରିକ୍ସା ଅଲୋଡା ହୋଇଗଲା। ଏହାପରେ ସେ ଭିନ୍ନ ପନ୍ଥା ଆପଣାଇବାକୁ ଉଦ୍ୟମ କରିଥିଲେ। ମନରେ ସାହସ ଜୁଟାଇ ଉନ୍ନତ ପ୍ରଣାଳୀରେ ଛେଳି ଚାଷ କରିବାକୁ ପ୍ରଥମେ ଚିନ୍ତା କରି ୪ ,୫ ଟି ଛେଳି ପାଳିଥିଲେ। ଉନ୍ନତ ପ୍ରଣାଳୀରେ ଚାଷ କରି ବତ୍ତର୍ର୍ମାନ ସେ ଶତାଧିକ ଛେଳିର ମାଲିକ । ଥରେ ଧୂଷୁରୀ ଭିଏଏସ ଟିକାକରଣ ପାଇଁ ଗଁାକୁ ଆସିଥିଲେ। ତାଙ୍କ ନଜର ଭୀମସେନଙ୍କ ଛେଳି ଉପରେ ପଡିଥିଲା । ସେ ଭୀମସେନଙ୍କୁ ଡାକି ଉନ୍ନତ ଛେଳିି ପାଳନ କଥା କହିଥିଲେ । ପରେ ସରକାରଙ୍କ ଏନଏମପିଏସ ଯୋଜନାର ସହାୟତା ନେଇ ସବ୍‌ସିଡି ଅର୍ଥରେ ଭୀମସେନ ୨୫ ରୁ ୧୫ ଫୁଟରେ ଏକ ପକ୍କା ଗୁହାଳ ତିଆରି କରିଥିଲେ। ଭଲ ପରିବେଶରେ ସେଠାରେ ଛେଳି ରଖି ଯତ୍ନ ସହକାରେ ପାଳନ କଲେ। ଏପରିକି ରୋଗ ନ ହେବା ଲାଗି ସେ ଟିକାକରଣ କରିବା ସାଙ୍ଗକୁ ଛେଳିଙ୍କୁ କୃମି ନାଶକ, ଗର୍ଭଧାରଣ ଏବଂ ରୋଗ ନିରାକରଣ ଔଷଧ ଦେଲେ। ଏହି କାମରେ ତାଙ୍କର ସହଧର୍ମିଣୀ ମୀନାକ୍ଷୀ ସହଯୋଗ କରିଥିଲେ। ସେ ନିଜେ ଏବେ ଛେଳିଙ୍କୁ ଚିକିତ୍ସା କରିବା ସହିତ ଇଞ୍ଜେକ୍ସନ ଦେଇ ପାରୁଛନ୍ତି । ଏହାମଧ୍ୟରେ ଭୀମସେନଙ୍କ ପୂର୍ବ ଅବସ୍ଥା ବଦଳି ଯାଇଛି । ବାର୍ଷିକ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ସେ ରୋଜଗାର କରି ପାରୁଛନ୍ତି। ଏଥିରେ ସେ ତାଙ୍କ ବଡ଼ପୁଅକୁ ବିଏସସି ଏବଂ ସାନପୁଅକୁ ମାଟ୍ରିକ ପଢ଼ାଉଛନ୍ତି । ବଡ଼ ଝିଅକୁ ବିବାହ ଦେବା ଲକ୍ଷ୍ୟରେ ରହିଛନ୍ତି। ଦିନସାରା ଭୀମସେନ ବଣ ଜଙ୍ଗଲକୁ ଯାଇ ଛେଳି ଚରାଇ ଘରକୁ ଫେରିଥାନ୍ତି। ଛେଳିଙ୍କ ଯତ୍ନ ନେବାରେ ପରିବାରର ସମସ୍ତେ ତାଙ୍କୁ ସହଯୋଗ କରନ୍ତି । ଜଣେ ସଫଳ ଛେଳି ଚାଷୀ ଭାବେ ଜିଲାରେ ପ୍ରଥମ ସ୍ଥାନ ହାସଲ କରି ୨୦୧୬ରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ପୁରସ୍କୃତ ହୋଇଥିଲେ। ଏହାପରେ ବିଭାଗ ତରଫରୁ ତାଙ୍କୁ ଅଧିକ ପ୍ରୋତ୍ସାହନ ମିଳିଥିଲା। ଧୂଷୁରୀ ଅଞ୍ଚଳରେ ପରିବେଶରେ ବ୍ଲାକ ବେଙ୍ଗଲ ପ୍ରଜାତିର ଛେଳି ଭଲ ବଢ଼ି ପାରୁଛନ୍ତି। ଏହି ଛେଳି ଚାଷ କରିବା ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି ବୋଲ ଧୂଷୁରୀ ପ୍ରାଣୀଧନ ଚିକିତ୍ସକ ଡା. ନିରାକାର ଜେନା କହିଛନ୍ତି। ଆଧୁନିକ ପ୍ରଣାଳୀରେ ଛେଳି ଚାଷ କରି ସଫଳତା ପାଇବା ପରେ ଭୀମସେନଙ୍କୁ ଅନୁସରଣ କରି ଶଇଲୋ, ହସନାବାଦ, କୋଠାର, ଶ୍ରୀଗଙ୍ଗାରେ ଅନେକ ଚାଷୀ ଏବେ ଛେଳିଚାଷ କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri