କର୍ମରେ ସାହସ ଦେଖାଏ ବାଟ

ଧାମନଗର,୧୧।୧୨(ଡି.ଏନ.ଏ.)- ସାହସ ଓ ମନୋବଳ ରଖି କାର୍ଯ୍ୟ କଲେ କାହାରି ପେଟ ଅପୋଷା ରହିବ ନାହିଁ ା କୃଷି ବ୍ୟତୀତ ଆନୁଷଙ୍ଗିକ କୃଷି କିମ୍ବା ପ୍ରାଣୀଧନ ପାଳନ ଚାଷୀଙ୍କୁ ମଧ୍ୟ ସ୍ବାବଲମ୍ବୀ କରିପାରିବ। ଏକଦା ରିକ୍ସା ଟାଣି ପେଟ ପୋଷୁଥିବା ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ବନବାଗ ଗାଁର ଭୀମସେନ ଦାସ (୪୮) ଏବେ ନିଜ ଅଞ୍ଚଳରେ ଜଣେ ସଫଳ ଛେଳି ଚାଷୀଙ୍କ ପରିଚୟ ପାଇ ପାରିଛନ୍ତି। ନିଜ ଚେଷ୍ଟାରେ ଆଧୁନିକ କୌଶଳ ଶିକ୍ଷା କରି ଉନ୍ନତ ପ୍ରଜାତିର ଛେଳି ପାଳନ କରି ଏବେ ନିଜ ଭାଗ୍ୟ ନିଜେ ଗଢି ପାରିଛନ୍ତି। ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇ ସେ ପରିବାର ପ୍ରତିପୋଷଣ ସହ ନିଜ ପିଲାଙ୍କୁ ପାଠ ପଢ଼ାଇ ପାରୁଛନ୍ତି। ତାଙ୍କ ଜୀବନ ସଂଘର୍ଷର କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେଇଛି, ତା’ ନୁହେଁ ସେ ଆଗ୍ରହୀ ଚାଷୀଙ୍କୁ ମଧ୍ୟ ଛେଳି ପାଳନ ସମ୍ପର୍କରେ କୌଶଳ ଶିଖାଉଛନ୍ତି।
ଭୀମସେନ କହନ୍ତି, ସେ ଗରିବ । ଅନ୍ୟ କିଛି ସମ୍ବଳ ନ ଥିବାରୁ ଯୁବାବସ୍ଥାରେ ପେଟ ପୋଷିବା ଲାଗି ରିକ୍ସା ଟାଣିବା ଆରମ୍ଭ କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ରିକ୍ସା ଚଳାଇଛନ୍ତି। ଧୁଷୁରି ବଜାରରେ ରିକ୍ସା ଟାଣି ନଦୀଗଁା ଓ ହସନାବାଦ ଆଦି ବଜାରକୁ ଲୋକଙ୍କୁ ନେବାଆଣିବା କରୁଥିଲେ। ପରେ ଗାଡିମୋଟର ଚାଲିବାରୁ ସମସ୍ତଙ୍କ ଲାଗି ରିକ୍ସା ଅଲୋଡା ହୋଇଗଲା। ଏହାପରେ ସେ ଭିନ୍ନ ପନ୍ଥା ଆପଣାଇବାକୁ ଉଦ୍ୟମ କରିଥିଲେ। ମନରେ ସାହସ ଜୁଟାଇ ଉନ୍ନତ ପ୍ରଣାଳୀରେ ଛେଳି ଚାଷ କରିବାକୁ ପ୍ରଥମେ ଚିନ୍ତା କରି ୪ ,୫ ଟି ଛେଳି ପାଳିଥିଲେ। ଉନ୍ନତ ପ୍ରଣାଳୀରେ ଚାଷ କରି ବତ୍ତର୍ର୍ମାନ ସେ ଶତାଧିକ ଛେଳିର ମାଲିକ । ଥରେ ଧୂଷୁରୀ ଭିଏଏସ ଟିକାକରଣ ପାଇଁ ଗଁାକୁ ଆସିଥିଲେ। ତାଙ୍କ ନଜର ଭୀମସେନଙ୍କ ଛେଳି ଉପରେ ପଡିଥିଲା । ସେ ଭୀମସେନଙ୍କୁ ଡାକି ଉନ୍ନତ ଛେଳିି ପାଳନ କଥା କହିଥିଲେ । ପରେ ସରକାରଙ୍କ ଏନଏମପିଏସ ଯୋଜନାର ସହାୟତା ନେଇ ସବ୍‌ସିଡି ଅର୍ଥରେ ଭୀମସେନ ୨୫ ରୁ ୧୫ ଫୁଟରେ ଏକ ପକ୍କା ଗୁହାଳ ତିଆରି କରିଥିଲେ। ଭଲ ପରିବେଶରେ ସେଠାରେ ଛେଳି ରଖି ଯତ୍ନ ସହକାରେ ପାଳନ କଲେ। ଏପରିକି ରୋଗ ନ ହେବା ଲାଗି ସେ ଟିକାକରଣ କରିବା ସାଙ୍ଗକୁ ଛେଳିଙ୍କୁ କୃମି ନାଶକ, ଗର୍ଭଧାରଣ ଏବଂ ରୋଗ ନିରାକରଣ ଔଷଧ ଦେଲେ। ଏହି କାମରେ ତାଙ୍କର ସହଧର୍ମିଣୀ ମୀନାକ୍ଷୀ ସହଯୋଗ କରିଥିଲେ। ସେ ନିଜେ ଏବେ ଛେଳିଙ୍କୁ ଚିକିତ୍ସା କରିବା ସହିତ ଇଞ୍ଜେକ୍ସନ ଦେଇ ପାରୁଛନ୍ତି । ଏହାମଧ୍ୟରେ ଭୀମସେନଙ୍କ ପୂର୍ବ ଅବସ୍ଥା ବଦଳି ଯାଇଛି । ବାର୍ଷିକ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ସେ ରୋଜଗାର କରି ପାରୁଛନ୍ତି। ଏଥିରେ ସେ ତାଙ୍କ ବଡ଼ପୁଅକୁ ବିଏସସି ଏବଂ ସାନପୁଅକୁ ମାଟ୍ରିକ ପଢ଼ାଉଛନ୍ତି । ବଡ଼ ଝିଅକୁ ବିବାହ ଦେବା ଲକ୍ଷ୍ୟରେ ରହିଛନ୍ତି। ଦିନସାରା ଭୀମସେନ ବଣ ଜଙ୍ଗଲକୁ ଯାଇ ଛେଳି ଚରାଇ ଘରକୁ ଫେରିଥାନ୍ତି। ଛେଳିଙ୍କ ଯତ୍ନ ନେବାରେ ପରିବାରର ସମସ୍ତେ ତାଙ୍କୁ ସହଯୋଗ କରନ୍ତି । ଜଣେ ସଫଳ ଛେଳି ଚାଷୀ ଭାବେ ଜିଲାରେ ପ୍ରଥମ ସ୍ଥାନ ହାସଲ କରି ୨୦୧୬ରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ପୁରସ୍କୃତ ହୋଇଥିଲେ। ଏହାପରେ ବିଭାଗ ତରଫରୁ ତାଙ୍କୁ ଅଧିକ ପ୍ରୋତ୍ସାହନ ମିଳିଥିଲା। ଧୂଷୁରୀ ଅଞ୍ଚଳରେ ପରିବେଶରେ ବ୍ଲାକ ବେଙ୍ଗଲ ପ୍ରଜାତିର ଛେଳି ଭଲ ବଢ଼ି ପାରୁଛନ୍ତି। ଏହି ଛେଳି ଚାଷ କରିବା ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି ବୋଲ ଧୂଷୁରୀ ପ୍ରାଣୀଧନ ଚିକିତ୍ସକ ଡା. ନିରାକାର ଜେନା କହିଛନ୍ତି। ଆଧୁନିକ ପ୍ରଣାଳୀରେ ଛେଳି ଚାଷ କରି ସଫଳତା ପାଇବା ପରେ ଭୀମସେନଙ୍କୁ ଅନୁସରଣ କରି ଶଇଲୋ, ହସନାବାଦ, କୋଠାର, ଶ୍ରୀଗଙ୍ଗାରେ ଅନେକ ଚାଷୀ ଏବେ ଛେଳିଚାଷ କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri