Posted inଜାତୀୟ

କର୍ନାଟକ ସରକାର ଟଳମଳ

ନୂଆଦିଲ୍ଲୀ/ବେଙ୍ଗାଲୁରୁ, ୨୯ା୫(ପି.ଟି.): କର୍ନାଟକରେ ଶାସକ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ କଂଗ୍ରେସ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ କୁମାରସ୍ବାମୀ ସରକାର ଟଳମଳ ହୋଇଛି। ଏଭଳି ସ୍ଥିତିରେ ଲୋକ ସଭା ନିର୍ବାଚନରେ ମେଣ୍ଟର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବଂ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା ଦର୍ଶାଇ ବିଧାନସଭା ଭଙ୍ଗ ପାଇଁ ବରିଷ୍ଠ ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ଦାବି କରିଛନ୍ତି। ମତଭେଦ ଦୂର କରି ସଙ୍କଟ ଟାଳିବା ପାଇଁ ଏଆଇସିସି ସାଧାରଣ ସମ୍ପାଦକ ତଥା ଦଳର କର୍ନାଟକ ପ୍ରଭାରୀ କେ.ସି. ବେଣୁଗୋପାଳ ଏବଂ ବରିଷ୍ଠ ନେତା ଗୁଲାମନବୀ ଆଜାଦ ବେଙ୍ଗାଲୁରୁ ଗସ୍ତ କରିଛନ୍ତି।
ଗତବର୍ଷ ଜେଡିଏସ୍‌-କଂଗ୍ରେସ ସରକାର ଗଠନ ହେବା ପରଠାରୁ ଏହା ଉପରେ ବିପଦର ବାଦଲ ଛାଇହୋଇରହିଛି। ଭାଜପା ଏହି ମେଣ୍ଟକୁ ଭାଙ୍ଗି ସରକାର ଗଠନ ପାଇଁ ଉଦ୍ୟମ ଚଳାଇଥିବା କଂଗ୍ରେସ ଏବଂ ଜେଡିଏସ୍‌ ନେତାମାନେ ସବୁବେଳେ ଅଭିଯୋଗ କରିଆସିଛନ୍ତି। ସାଧାରଣ ନିର୍ବାଚନରେ କ୍ଷମତାସୀନ ମେଣ୍ଟକୁ ମାତ୍ର ଗୋଟିଏ ଲୋକ ସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଭାଜପା ୨୫ଟି ଆସନ ଦଖଲ କରିଛି। ବରିଷ୍ଠ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କ୍ରିଷ୍ଣାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନରେ କଂଗ୍ରେସର ୨ ବିଧାୟକ ରବିବାର ତାଙ୍କୁ ସାକ୍ଷାତ କରିଥିଲେ। ବିଦ୍ରୋହୀ ବିଧାୟକ ରମେଶ ଜାର୍କିହୋଲି ଏବଂ ସୁନ୍ଦର ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହୁଥିଲେ ହେଁ କଂଗ୍ରେସ ନେତାମାନେ ସାକ୍ଷାତକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। କଂଗ୍ରେସ ବିଧାୟକ ଦଳ ବୈଠକ ୨୯ରେ ହେବାକୁ ଥିବାବେଳେ ସମସ୍ୟାର ସମାଧାନ ପାଇଁ ଆଜାଦ ଓ ବେଣୁଗୋପାଳ ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ୨୨୪ ସଦସ୍ୟ ବିଶିଷ୍ଟ କର୍ନାଟକ ବିଧାନସଭାରେ ଭାଜପାର ୧୦୫ ସଦସ୍ୟ ଥିବାବେଳେ ଶାସକ ମେଣ୍ଟର ୧୧୭ ବିଧାୟକ ଅଛନ୍ତି। ବିଧାନସଭା ନିର୍ବାଚନରେ କଂଗ୍ରେସ ୭୯, ଜେଡିଏସ୍‌ ୩୭ ଓ ବିଏସ୍‌ପି ଗୋଟିଏ ଆସନ ଦଖଲ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସରକାର ଭଙ୍ଗକରି ବିଧାନସଭା ନିର୍ବାଚନ ପାଇଁ ଦାବି କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ସରକାର ବଞ୍ଚାଇବା ଲାଗି ମେଣ୍ଟ ଦଳର ବିଶେଷକରି କଂଗ୍ରେସ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯(ପ୍ରଭୁକଲ୍ୟାଣ ପାଲ): କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri