Posted inଜାତୀୟ

କର୍ନାଟକ ସଙ୍କଟ: ମୋଦି ସରକାରଙ୍କ ପାଇଁ ୩୫୬ ଧାରା ଜାରି ଲାଗି ପୁଣି ଏକ ସୁଯୋଗ

ନୂଆଦିଲ୍ଲୀ,୨୦।୭: କର୍ନାଟକରେ ସଙ୍କଟ ଲାଗି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ସାମ୍ବିଧାନିକ ଧାରା ୩୫୬ର ଉପଯୋଗ କରିବା ଲାଗି ଦ୍ୱିତୀୟ ଇନିଂସ୍‌ରେ ପୁଣି ଏକ ସୁଯୋଗ ଆଣିଦେଇଛି। ତେବେ ଏହା ପୂର୍ବରୁ ଦୁଇ ରାଜ୍ୟରେ ୩୫୬ ଧାରା ଅନ୍ତର୍ଗତ ରାଷ୍ଟ୍ରପତି ଶାସନ ଜାରି ପାଇଁ ନିଜର ପ୍ରଥମ ଶାସନ କାଳରେ ଉଦ୍ୟମ କରି ମୋଦି ସରକାର ବିଫଳ ହୋଇଛନ୍ତି। ତେଣୁ କର୍ନାଟକରେ ଏହି ଧାରାର ଉପଯୋଗ ପୂର୍ବରୁ ମୋଦି ସରକାରଙ୍କୁ ଚିନ୍ତା କରିବାକୁ ପଡ଼ିବ। ୨୦୧୬ରେ ଅରୁଣାଚଳପ୍ରଦେଶରେ ରାଜନୈତିକ ଅଚଳାବସ୍ଥାରୁ କେନ୍ଦ୍ରର ଭାଜପା ସରକାର ଫାଇଦା ନେବାକୁ ଚେଷ୍ଟା କରି ଜାନୁୟାରୀ ୨୬ରେ ଏଠାରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ୍‌ କରିଥିଲେ। ତେବେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲା। ନ୍ୟାୟାଳୟ ଏନେଇ ରାଜ୍ୟପାଳଙ୍କଠାରୁ ରିପୋର୍ଟ ମାଗିଥିଲେ। ୧୧ ଫେବୃୟାରୀରେ ସୁପ୍ରିମ୍‌କୋର୍ଟ ନିଜ ରାୟରେ ଦର୍ଶାଇଥିଲେ ଯେ, ରାଜ୍ୟପାଳ ବାଚସ୍ପତିଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇପାରିବେ ନାହିଁ। ରାୟ ଅନୁସାରେ ରାଜ୍ୟ ସରକାରଙ୍କୁ ପୁଣି ଶାସନ ଡୋର ଧରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ଫେବୃୟାରୀ ୧୯ରେ ଏଠାରେ ରାଷ୍ଟ୍ରପତି ଶାସନ ଶେଷ ହୋଇଥିଲା। ଜୁଲାଇ ୧୩ରେ ସୁପ୍ରିମ୍‌କୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅଣ-ସାମ୍ବିଧାନିକ ଦର୍ଶାଇଥିଲେ। ରାଜ୍ୟରେ କାଲିଖୋ ପୁଲଙ୍କ କଂଗ୍ରେସ ସରକାର ପୁଣି ଶାସନ କରିଥିଲେ। ସେହିପରି ୨୦୧୬ରେ ଉତ୍ତରାଖଣ୍ଡରେ ବିଦ୍ରୋହୀ ବିଧାୟକଙ୍କ ଯୋଗୁ ହରିଶ୍‌ ରାଓ୍ବତଙ୍କ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ରାଜ୍ୟପାଳଙ୍କ ସୁପାରିଶ୍‌ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଅନୁମତି ଦେଇଥିଲେ। ତେବେ ରାଜ୍ୟ ସରକାର ହାଇକୋର୍ଟରେ ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ। ହାଇକୋର୍ଟ ଏହାକୁ ଭୁଲ୍‌ ବୋଲି ଦର୍ଶାଇଥିଲେ। କେନ୍ଦ୍ର ସରକାର ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଜୁଲାଇ ୧୩ରେ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ସୁପ୍ରିମ୍‌ କୋର୍ଟ ଅଣ-ସାମ୍ବିଧାନିକ ବୋଲି କହିଥିଲେ। ମୋଦି ସରକାରଙ୍କ ପାଖରେ ଏଭଳି ଦୁଇଥର ଅସଫଳ ହେବାର ଅଭିଜ୍ଞତା ରହିଛି। ତେଣୁ କର୍ନାଟକ ମାମଲାରେ ଏଭଳି ପଦକ୍ଷେପ ନେବା ପୂର୍ବରୁ କେନ୍ଦ୍ର ସରକାର ବାରମ୍ବାର ଚିନ୍ତା ନିଶ୍ଚିତ କରିବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ…

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri