କର୍ତ୍ତବ୍ୟ ଆଗ, ସବୁ ପଛ

କେନ୍ଦୁଝର, ୨୭ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)-କର୍ତ୍ତବ୍ୟ ଆଗ, ଆଉ ସବୁ ପଛ। ଏହାକୁ ପାଥେୟ କରି କେନ୍ଦୁଝର ପୌରପାଳିକା ସଫେଇ କର୍ମଚାରୀ ଆଗେଇ ଆସିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସ୍ବଚ୍ଛ ପରିବେଶକୁ ପ୍ରାଥମିକତା ଦିଆଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ ସ୍ବଚ୍ଛ ପରିବେଶରେ ରହି ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ବେଳେ ସଫେଇ କର୍ମଚାରୀମାନେ ମଇଳା ଆବର୍ଜନା ସଫେଇ କରିବା ପାଇଁ ବାହାରକୁ ବାହାରିଛନ୍ତି। କମ୍‌ ଦରମାରେ କାମ କରୁଥିବା ଏହି କର୍ମଚାରୀମାନେ ସମସ୍ତଙ୍କୁ ସୁସ୍ଥ ପରିବେଶ ଯୋଗାଇ ଦେଇ ଉଦାହରଣ ପାଲଟିଛନ୍ତି।
କେନ୍ଦୁଝର ପୌରପାଳିକାରେ ମୋଟ ୧୮୦ଜଣ ମହିଳା ଓ ପୁରୁଷ ସଫେଇ କର୍ମଚାରୀ ଅଛନ୍ତି। ପ୍ରତ୍ୟେକ ଦିନ ସେମାନେ ବିଭିନ୍ନ ଓ୍ବାର୍ଡରେ ରାସ୍ତାଘାଟ ସଫେଇ କାମ କରିବା ସହ ମଇଳା ଆବର୍ଜନାକୁ ସଂଗ୍ରହ କରିବା ସହ ଟ୍ରାକ୍ଟରରେ ଲୋଡ କରି ବାହାରେ ପକାଇଥାନ୍ତି। ତେବେ ଅନେକ କର୍ମଚାରୀ ବିନା ଗ୍ଲୋଭସ, ନୋଜ ମାସ୍କ, ଜୋତାରେ କାମ କରୁଥିବା ଦେଖିବାକୁ ମିଳୁଛି ା କରୋନା ପାଇଁ ରାସ୍ତାଘାଟ ଶୂନଶାନ ରହିଥିଲେ ହେଁ ସେମାନେ କର୍ତ୍ତବ୍ୟ କରିଚାଲିଛନ୍ତି ା ସେମାନଙ୍କୁ ନା ମିଳୁଛି ପ୍ରୋତ୍ସାହନ ଭତ୍ତା ନା ମିଳୁଛି ସୁରକ୍ଷା ସରଞ୍ଜାମ। ସେମାନଙ୍କୁ ଆଗୁଆ ମୁଜରି ଦେବା ସହ ପ୍ରୋତ୍ସାହନ ଭତ୍ତା ଦେବା ଆବଶ୍ୟକ ବୋଲି କେନ୍ଦୁଝର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି ା ଏ ସମ୍ପର୍କରେ କେନ୍ଦୁଝରଗଡ ପୌରପାଳିକା ସହକାରୀ ନିର୍ବାହୀଯନ୍ତ୍ରୀ ସଂଗ୍ରାମ ବେହେରା କହିଛନ୍ତି ଯେ, ସଫେଇ କର୍ମଚାରୀମାନେ ସେମାନଙ୍କ କାମ ଠିକ୍‌ ଭାବରେ କରୁଛନ୍ତି ା ସେମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri