କରୋନାରୁ ଶିକ୍ଷା

ପ୍ରାକୃତିକ ହେଉ ବା ମନୁଷ୍ୟକୃତ ବିପର୍ଯ୍ୟୟରୁ ମଣିଷ ବହୁ କଥା ଶିଖିଥାଏ। ଆଜି କୋଭିଡ୍‌-୧୯ ରୋଗ ଲୋକଙ୍କ ମନରେ ଭୟ ସୃଷ୍ଟି କରିଦେଇଛି। ୨୦୧୯ ଶେଷ ଆଡ଼କୁ ଚାଇନାରୁ ବାହାରିଥିବା ଏହି ଭୂତାଣୁ ଯୋଗୁ ବିଶ୍ୱରେ ଅଦ୍ୟାବଧି ୭୬,୩୧୫ ଜଣଙ୍କ ପ୍ରାଣହାନି ଘଟିସାରିଲାଣି। ଦେଖିବାକୁ ଗଲେ ପ୍ରତିବର୍ଷ ଏହି ସମୟରେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଯକ୍ଷ୍ମା ଆଦି ରୋଗରେ ପୀଡ଼ିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଥାଏ। ହେଲେ କୌଣସି ଦେଶ ତା’ର ସାମଗ୍ରିକ ରିପୋର୍ଟ ପ୍ରସ୍ତୁତ କରୁନାହିଁ। ସମ୍ଭବତଃ ଏସବୁକୁ ସାଧାରଣ ସ୍ତରର ରୋଗ ଭାବେ ଦେଖାଯାଉଛି। ସେହି ଦୃଷ୍ଟିରୁ ଚିନ୍ତା କଲେ ଉପରଲିଖିତ କରୋନାଜନିତ ମୃତ୍ୟୁସଂଖ୍ୟା ସେଭଳି ଭୟ ସୃଷ୍ଟି କରିବା କଥା ନୁହେଁ। ୬ ଏପ୍ରିଲରେ ‘ଧରିତ୍ରୀ ଲାଇଭ୍‌’ରେ ପ୍ରସାରିତ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ୟ ହେବା ପରେ ଦେଇଥିବା ଭିଡିଓ ବାର୍ତ୍ତାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି କୋଭିଡ୍‌-୧୯ ରୋଗ ଆଦୌ ଭୟ ସୃଷ୍ଟି କରିବା କଥା ନୁହେଁ। ଦେଖିବାକୁ ଗଲେ ଭାରତରେ ପ୍ରତ୍ୟେକ ବର୍ଷ ଅନାହାର ଯୋଗୁ କେବଳ ୩ ଲକ୍ଷ ଶିଶୁଙ୍କ ମୃତ୍ୟୁ ଘଟିଥାଏ। ୨୦୧୮ରେ ଅନାହାର ମୃତ୍ୟୁ ସଂକ୍ରାନ୍ତ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଥିଲା। ସେହିଭଳି ପଞ୍ଜାବଠାରୁ ଆରମ୍ଭକରି ଓଡ଼ିଶାର ବରଗଡ଼ ଜିଲା ପର୍ଯ୍ୟନ୍ତ କର୍କଟ ରୋଗରେ ଆକ୍ରାନ୍ତ ଅନେକ ଶହ ଲୋକଙ୍କ ମୃତ୍ୟୁ ପ୍ରତିବର୍ଷ ଘଟୁଛି। କେବଳ ତଫାତ୍‌ ହେଉଛି ଯେ, କୋଭିଡ୍‌ ଭାଇରସ୍‌ ସଂକ୍ରାମକ। ସେଥିପାଇଁ ସାଧାରଣରେ ଅତ୍ୟଧିକ ମାତ୍ରାରେ ଭୟ ସୃଷ୍ଟି ହେଉଛି। ଅନ୍ୟପଟେ ଏହା ମଧ୍ୟ ଜଣାପଡ଼ିଛି ଯେ, ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ଅଧିକାଂଶ ବ୍ୟକ୍ତି ଆରୋଗ୍ୟ ହେଉଛନ୍ତି। ଏଥିସହିତ ଅନେକଙ୍କୁ ଏହି ସଂକ୍ରମଣ ଗ୍ରାସ କରିଥିବା ସତ୍ତ୍ୱେ ସେମାନେ ତାହାର ପ୍ରଭାବ ଜାଣିବାରେ ଅକ୍ଷମ। ଅର୍ଥାତ୍‌ ଆମ ଭିତରୁ ଅନେକଙ୍କୁ ଏହି ଭୂତାଣୁ ଧରିସାରି ଛାଡ଼ି ଦେଲାଣି ଏବଂ ଆମେ ସେ ସମ୍ପର୍କରେ କିଛି ଜାଣିପାରି ନାହୁଁ।
ଏହି ପରିପ୍ରେକ୍ଷୀରେ ଭାରତକୁ ଦେଖାଯାଉ। ଏଠାରେ ଅନେକ ଲୋକ ଅମାନିଆ ହେବାକୁ ପସନ୍ଦ କରିଥାଆନ୍ତି। ଭିଡ଼ ସେମାନଙ୍କୁ ସୁହାଇଥାଏ। ରାସ୍ତାରେ ଛେପ ଓ ପାନଛେପ ପକାଇବାରେ ଆନନ୍ଦ ପାଇଥାଆନ୍ତି। ପାଇଖାନା ବ୍ୟବହାର କରିବା ପରେ ସାମାନ୍ୟ ଦାୟିତ୍ୱ ପାଳନ ନ କରି ଅନେକେ ତାହାକୁ ଅପରିଷ୍କାର କରି ଛାଡ଼ିଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ। ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ରେଳ ଷ୍ଟେଶନରେ ଭାରତୀୟଙ୍କ ଅପରିଚ୍ଛନ୍ନ ଚରିତ୍ର ସ୍ପଷ୍ଟ ବାରି ହୋଇପଡ଼ିଥାଏ। ଏପରି କି ଉଡ଼ାଜାହାଜରେ ଯାଉଥିବା ଦାମୀ ଲୋକମାନେ ବିମାନ ବନ୍ଦରରେ ଯଥେଷ୍ଟ ଜାଗା ଥିଲେ ମଧ୍ୟ ପରସ୍ପରକୁ ଛୁଇଁଥାଆନ୍ତି। ପାଶ୍ଚାତ୍ୟରେ ଲୋକମାନେ ସାଧାରଣରେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ଅନେକେ ବ୍ୟକ୍ତିଗତ ସ୍ତରରେ ସ୍ବଚ୍ଛ ହେଉ ନ ଥିବାରୁ ଆଜି ସେଠାରେ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ସୁଉଚ୍ଚ କୋଠା, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, କଳା ମଚମଚ ରାସ୍ତା, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବୈଷୟିକ ବିକାଶ ଭଳି ଯେତେ ପ୍ରକାର ଭିତ୍ତିଭୂମି ଉନ୍ନତି କରାଯାଇଥିଲେ ମଧ୍ୟ ମଣିଷ ଶୃଙ୍ଖଳା ବଜାୟ ନ ରଖିବାରୁ ଆଜି କୋଭିଡ୍‌ କବଳରେ ପଡ଼ି ମାନସିକ ସ୍ତରରେ ହନ୍ତସନ୍ତ ହେଉଛି। ଏହି ରୋଗରେ ମରିବା ସୁନିଶ୍ଚିତ ନ ଥିଲେ ମଧ୍ୟ ଆମ ମଧ୍ୟରୁ ଅନେକେ ଭୟରେ ମରିଯାଉଛୁ। ବିଧିବଦ୍ଧ ଭାବେ ଯେତେ ଥର ଦୋହରା ଯାଉଛି ଯେ ଭୟ କରନାହିଁ, ଲୋକଙ୍କ ଡର ସେତିକି ପରିମାଣରେ ବୃଦ୍ଧି ପାଉଛି। ଏହି ମନୁଷ୍ୟକୃତ ରୋଗ ପାଇଁ ଔଷଧ ବାହାରିପାରି ନାହିଁ। ଏହାକୁ ନିୟନ୍ତ୍ରଣରେ ରଖିପାରିଥିବା ଚାଇନା ଆଜି ତା’ର ପଦ୍ଧତିକୁ ଗୋପନୀୟ ରଖିଆସିଛି। ଅନ୍ୟପକ୍ଷରେ ପ୍ରତ୍ୟେକ ଦେଶ ନିଜର ଗବେଷଣା ଓ ବିକାଶ ବିଭାଗ ବା ଶାଖା ମାଧ୍ୟମରେ ଏହାର ଔଷଧ ବାହାର କରିବା ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଯେହେତୁ ଔଷଧ ବାହାରିପାରି ନାହିଁ, ସାମାଜିକ ଦୂରତା ଓ ବ୍ୟକ୍ତିଗତ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି। ଏହା ମଧ୍ୟ କୁହାଗଲାଣି ଯେ, ଜଣେ ବ୍ୟକ୍ତି ସୁସ୍ଥ ସବଳ ରହିବା ପାଇଁ ଗ୍ରହଣ କରୁଥିବା ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରୁ ନ ଥିବାରୁ ତା’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଯାଉଛି। ରୋଗଗ୍ରସ୍ତ ବ୍ୟକ୍ତି ଓ ଭୟ ଜର୍ଜରିତ ମଣିଷ କରୋନା ଭଳି ଭୂତାଣୁ କଥା ଶୁଣି ଡରିଗଲେ ସେ ମାନସିକ ସ୍ତରରେ ଅଧିକ ଦୁର୍ବଳ ହୋଇଯାଆନ୍ତି। ମ୍ୟାଲେରିଆ, ଯକ୍ଷ୍ମା ଭଳି ରୋଗ ପାଇଁ ଔଷଧ ଥିଲେ ମଧ୍ୟ ପୃଥିବୀବ୍ୟାପୀ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ କରୋନାକୁ ଭୟ କଲେ ଏହା ଡରାଇ ଚାଲିବ।
କେତେକେ କହୁଛନ୍ତି ଯେ, ମେ ମାସ ଆଡ଼କୁ କୋଭିଡ୍‌-୧୯ ପୃଥିବୀରୁ ବିଦାୟ ନେଇଯିବ। କାରଣ ଖରା ତାପରେ ସେତେବେଳକୁ ଭୂତାଣୁଗୁଡ଼ିକ ମରିଯିବେ। କିନ୍ତୁ ସେଭଳି ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ। ପୁଣି ଏବେ ଲୋକଙ୍କୁ ୨୦ ସେକେଣ୍ଡ ପାଇଁ ହାତ ଧୋଇବା ଓ ମୁହଁରେ ମାସ୍କ ବା କନା ଗୁଡ଼ାଇବା ସକାଶେ ଅଧିକ ଜୋର ଦିଆଯାଉଛି। ନିଶ୍ଚିତ ଭାବେ ଏହି ପ୍ରତିଷେଧକ ପଦକ୍ଷେପ ନିଆଯିବା ଉଚିତ। ସବୁ ଭଲ କଥାକୁ ମାନିଲେ ଆମେ ନିଜେ ସୁରକ୍ଷିତ ରହିବା। ଅନ୍ୟପଟେ ମନେରଖିବାକୁ ହେବ ଯେ, କୋଭିଡ୍‌-୧୯ ରୋଗ ଏହି ମେ’ ମାସରେ ନୁହେଁ, ସମ୍ଭବତଃ ପୃଥିବୀ ପୃଷ୍ଠରୁ କେବେ ହେଲେ ଯିବ ନାହିଁ। ଗବେଷକଙ୍କ ମତରେ ଏହା ଏକ ସ୍ଥାୟୀ ଭୂତାଣୁ। ମଝିରେ ମଝିରେ ଆସିବ ଓ ପଳାଇଯିବ। ସେଥିପାଇଁ ଡରରେ ମରିବା ପରିବର୍ତ୍ତେ ନିଜ ଜୀବନରେ ଏବଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା, ସ୍ବଚ୍ଛତା ଏବଂ ଶୃଙ୍ଖଳିତ ବ୍ୟବହାରକୁ ସ୍ଥାୟୀ ରଖିପାରିଲେ ଆୟୁଷ ଅନୁଯାୟୀ ମୃତ୍ୟୁ ଆସିବ, କିନ୍ତୁ ଅକାଳରେ ଝଡ଼ିପଡ଼ିବା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri