Posted inଖେଳ

କରୋନାରୁ ଆରୋଗ୍ୟ ହେଲେ ଫେଲାଇନି

ସାଂଘାଇ, ୧୫ା୪ (ଏଏଫ୍‌ପି)-କରୋନା ଭାଇରସ୍‌ ପାଇଁ ଚାଇନାରେ ଚିକିତ୍ସିତ ହେଉଥିବା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଷ୍ଟାର ମାରୋନେ ଫେଲାଇନି ମଙ୍ଗଳବାର ଡାକ୍ତରଖାନା ଛାଡ଼ିଛନ୍ତି। ୩୨ ବର୍ଷୀୟ ଶାନ୍‌ଡଙ୍ଗ୍‌ ଲୁନେଙ୍ଗ୍‌ ମିଡ୍‌ଫିଲ୍ଡର ଚାଇନିଜ ସୁପର ଲିଗ୍‌ (ସିଏସ୍‌ଏଲ୍‌)ର ଏକମାତ୍ର ଖେଳାଳି ଭାବେ କରୋନା ରୋଗରେ ପୀଡ଼ିତ ହୋଇଥିଲେ। ବର୍ତ୍ତମାନ ସେ ୧୪ ଦିନ ପାଇଁ ପର୍ଯ୍ୟବେକ୍ଷଣରେ ରହିବେ। ବେଲଜିୟମର ଏହି ଅନ୍ତର୍ଜାତୀୟ ଖେଳାଳି କରୋନାରେ ଆକ୍ରାନ୍ତ ଥିବା ମାର୍ଚ୍ଚ ୨୨ରେ ସୂଚନା ଦେଇଥିଲେ। ଏବେ ସେ ସୁସ୍ଥ ଅନୁଭବ କରୁଥିବା ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି। ଜିନାନ ସହର ଅନ୍ତର୍ଗତ ଏକ ଡାକ୍ତରଖାନାରେ ଫେଲାଇନି ୩ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ। ରୋଗରୁ ମୁକ୍ତି ପାଇବା ପରେ ତାଙ୍କ ରୁମ୍‌ରେ ସେ ବ୍ୟାୟାମ କରୁଥିବାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ଇଭରଟନ ଖେଳାଳି ଫେଲାଇନି ଗତବର୍ଷ ଫେବୃୟାରୀରେ ୭.୨ ନିୟୁତ ୟୁରୋ ବିନିମୟରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ରୁ ଆସି ଶାନ୍‌ଡଙ୍ଗ୍‌ରେ ଯୋଗ ଦେଇଥିଲେ। ଚାଇନାରେ ତାଙ୍କ ପ୍ରଥମ ସିଜନ ବେଶ୍‌ ଫଳପ୍ରଦ ରହିଛି। ସେ ୩୪ଟି ମ୍ୟାଚରେ ବ୍ୟକ୍ତିଗତ ୧୨ଟି ଗୋଲ ସ୍କୋର କରିଥିବା ଅନ୍ୟ ୫ଟି ଗୋଲ୍‌ଦେବାରେ ସହାୟତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri