କରୋନାକୁ ନେଇ ପାରାଦୀପରେ ପୁଣି ପ୍ରଶାସନିକ ସମୀକ୍ଷା: ବିଦେଶୀ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ହୋଟେଲରେ ରଖିବାକୁ ନିର୍ଦ୍ଦେଶ

ପାରାଦୀପ,୪ା୨(ସ୍ବ.ପ୍ର.): ଚୀନ୍‌ରୁ ସୃଷ୍ଟ କରୋନା ଭାଇରସ୍‌କୁ ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ କିପରି ଏହାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯିବ ସେ ନେଇ ପୁଣି ସୋମବାର ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ପାରାଦୀପ ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ସ୍ବତନ୍ତ୍ର ଭାବେ ପାରାଦୀପରେ ଥିବା ତାରକା ହୋଟେଲ କର୍ତ୍ତୃପକ୍ଷଙ୍କୁ ଡକାଯାଇଥିଲା। ବିଶେଷକରି ହୋଟେଲ୍‌ରେ କରୋନା ଭାଇରସ ସମ୍ପର୍କରେ ସରକାରୀ ନିର୍ଦ୍ଦେଶାବଳୀ, ହୋର୍ଡିଂ ଲଗାଇବା ଏବଂ ଚୀନ୍‌, ହଂକଂ, ଥାଇଲାଣ୍ଡ, ସିଙ୍ଗାପୁର ଆଦି ଏସୀୟ ଦେଶରୁ ଆସୁଥିବା ନାଗରିକଙ୍କୁ ମେଡିକାଲ ଯାଞ୍ଚପରେ ଯାଇ ରହିବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଏଥିସହ ପାରାଦୀପ ପୋର୍ଟରେ ଲାଗୁଥିବା ଜାହାଜ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ବୈଠକ ପରେ ଜିଲାପାଳ ମହାପାତ୍ର କହିଥିଲେ, ଏବେ ସୁଦ୍ଧା ଜଗତ୍‌ସିଂହପୁର ଜିଲାରେ ସେପରି ସନ୍ଦିଗ୍ଧ କେହି ନାହାନ୍ତି। ଯେହେତୁ ପାରାଦୀପ ବନ୍ଦର ଅଛି ଏଠାକୁ ବିଦେଶୀ ନାଗରିକ ଆସିବେ। ସେଥିପାଇଁ ଆମ୍ଭେ ସତର୍କତା ପାଇଁ ଆଗୁଆ ପଦକ୍ଷେପ ନେଇଛୁ ଏବଂ ପାରାଦୀପ ବନ୍ଦର ମଧ୍ୟ ଖୁବ୍‌ ଭଲ ପଦକ୍ଷେପ ନେଇଛି। ଅଙ୍କରେଜ ଅଞ୍ଚଳରୁ ଜାହାଜର ନାବିକଙ୍କ ସମ୍ପର୍କରେ ଯାଞ୍ଚ କରାଯାଉଛି ବୋଲି ସେ କହିଥିଲେ। ବୈଠକରେ ବନ୍ଦର ଚିକିତ୍ସାଳୟର ସିଏମ୍‌ଓ ଡା. ପ୍ରହଲାଦ ପଣ୍ଡା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପଣ୍ଡା, ବିଜୁ ମେମୋରିଆଲ ହସ୍ପିଟାଲର ଡା. ବସନ୍ତ ରାଉତ ଓ ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହାପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri