କରୋନା ସମ୍ପର୍କରେ ସୂଚନା ନ ଦେବାକୁ ଡବ୍ଲ୍ୟୁଏଚ୍‌ଓ ଉପରେ ଚାପ ପକାଇଥିଲା ଚାଇନା: ସିଆଇଏ

ଓ୍ବାଶିଂଟନ,୧୩।୫: ପୃଥିବୀରେ କରୋନା ସଂକ୍ରମଣ ବ୍ୟାପିବା ପଛରେ ଚାଇନାର ହାତ ରହିଛି। କରୋନା ସମ୍ପର୍କରେ ଆବଶ୍ୟକ ତଥ୍ୟ ଚାଇନା ଲୁଚାଇବା ସହିତ ଏନେଇ କୌଣସି ସୂଚନା ନ ଦେବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଉପରେ ଚାପ ପକାଇଥିବା ଆମେରିକା କହିଛି। ଆମେରିକାର ସେଣ୍ଟ୍ରାଲ ‌ ଇନଭେଷ୍ଟିଗେଟିଂ ଏଜେନ୍ସି(ସିଆଇଏ) ପକ୍ଷରୁ ଏସମ୍ପର୍କରେ କୁହାଯାଇଛି। ଏହାପୂର୍ବରୁ ଜର୍ମାନୀର ଗୋଇନ୍ଦା ସଂସ୍ଥା ପକ୍ଷରୁ ମଧ୍ୟ ସମାନ ପ୍ରକାର ରିପୋର୍ଟ ପ୍ରକାଶ ପାଇଥିଲା। କରୋନା ସଂକ୍ରମଣର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଡବ୍ଲୁଏଚ୍‌ଓ ପକ୍ଷରୁ ସତର୍କ ସୂଚନା ପ୍ରକାଶ ପାଇଥିଲେ ହୁଏତ ପୃଥିବୀର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ି ନ ଥାନ୍ତା। କିନ୍ତୁ ଚାଇନା ଏଭଳି ନ କରିବାକୁ ଡବ୍ଲ୍ୟୁଏଚ୍‌ଓ ଧମକ ଦେଇଥିବା ସିଆଇଏ କହିଛି। ଡବ୍ଲ୍ୟୁଏଚ୍‌ଓକୁ ସହଯୋଗ ନ କରିବାକୁ ଚାଇନା ଧମକ ଦେଇଥିବା ସିଆଇଏ ଅନୁମାନ କରୁଛି। ସିଆଇଏ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜାନୁୟାରୀରେ ଚାଇନା ଡବ୍ଲ୍ୟୁଏଚ୍‌ଓ୍‌କୁ ଏଭଳି ଧମକ ଦେଇଥିଲା। ଜର୍ମାନୀର ଗଣମାଧ୍ୟମ ସଂସ୍ଥା ଡେର୍‌ ସ୍ପିଜେଲ୍‌ ଦେଶର ଗୋଇନ୍ଦା ସଂସ୍ଥାର ସତର୍କକ ସୂଚନା ଆଧାରରେ ବାଦି କରିଥିଲା ଯେ, ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ବ୍ୟକ୍ତିଗତ ଭାବେ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌ଙ୍କୁ କରୋନା ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିବାରେ ବିଳମ୍ବ ଲାଗି କହିଥିଲେ। ତେବେ ଏଭଳି ଦାବିକୁ ପରବର୍ତ୍ତୀ ସମୟରେ ଡବ୍ଲୁଏଚ୍‌ଓ ପକ୍ଷରୁ ମିଥ୍ୟା ବୋଲି କୁହାଯାଇଥିଲା। ଡେର୍‌ ସ୍ପିଜେଲ ଅନୁସାରେ ଜାନୁୟାରୀ ୨୧ରେ ଜିନ୍‌ପିଙ୍ଗ୍‌ ମନୁଷ୍ୟଙ୍କଠାରେ କରୋନା ସଂକ୍ରମଣ ସୂଚନା ପ୍ରକାଶରେ କିଛି ଦିନ ପାଇଁ ବିଳମ୍ବ କରିବାକୁ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକଙ୍କୁ କହିଥିଲେ। କିନ୍ତୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଥିଲା ଯେ ଜିନ୍‌ପିଙ୍ଗ୍‌ ଏବଂ ମହାନିର୍ଦ୍ଦେଶକ ମଧ୍ୟରେ ଫୋନ୍‌ରେ କେବେ ମଧ୍ୟ କଥାବାର୍ତ୍ତା ହୋଇନାହିଁ। ଏବେ ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ ମୋ’ ରାଜନୈତିକ ଜୀବନ…

ଭୁବନେଶ୍ୱର,୨୪ା୫: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀରେ ଯୋଗଦେବାକୁ ଆସୁଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ…

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri