କରୋନା ସମ୍ପର୍କରେ ଶିଶୁଙ୍କୁ ସଚେତନ କରାଯିବ

କଟକ ଅଫିସ୍‌,୯।୫: ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁମାନଙ୍କର ସୁରକ୍ଷା ପାଇଁ ଏକ ରାଜ୍ୟ ସ୍ତରୀୟ ପ୍ରଚାର ଅଭିଯାନର ଶୁକ୍ରବାର ଶୁଭାରମ୍ଭ ହୋଇଛି। ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟର ୨୭ଟି ଜିଲାରେ ୧୦୧ଟି ପଞ୍ଜୀକୃତ ଅନୁଦାନ ପ୍ରାପ୍ତ ଶିଶୁ ସୁରକ୍ଷା ସଂସ୍ଥାରେ ଥିବା ୩୩୨୨ ଶିଶୁଙ୍କୁ ହାଇଜେନିକ୍‌ କିଟ୍‌ ବିତରଣ କରାଯିବ। ଏହା ସହିତ କରୋନା ସମ୍ପର୍କରେ ସଚେତନ କରାଯିବ। ରାଜ୍ୟ ଆଇନସେବା ପ୍ରାଧିକରଣ, ୟୁନିସେଫ ଏବଂ ପାରାଦୀପ ଫସପେଟ ଲିମିଟେଡର ମିଳିତ ଉଦ୍ୟମରେ ଏହି ସେବା ଯୋଗାଇ ଦିଆଯିବ। ଏହି ଅବସରରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ମିନାକ୍ଷୀ ଦାସ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ରାଜ୍ୟ ଆଇନ ସେବା ପ୍ରାଧିକରଣର ଉପ ସଚିବ ଜ୍ୟୋତିରଞ୍ଜନ ଦାସ, ସହ ସଚିବ ରୁଦ୍ର ପ୍ରକାଶ ନାୟକ, ୟୁନିସେଫର ମୋନିକା ଓଲେଜକା ନିଏଲସେନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

ଇରାନ-ଆମେରିକା ଯୁଦ୍ଧ ସମ୍ପର୍କରେ ପୁଣିଥରେ ଆସିଲା ଅଶୁଭ ସଙ୍କେତ: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ, ୨୭।୫: ବିଶ୍ୱ ପୁଣିଥରେ ଏପରି ଏକ ସନ୍ଧିରେ ପଡ଼ିଥିବା ପରି ମନେ ହେଉଛି ଯେଉଁଠାରେ ଏକ ଛୋଟ ଚିଙ୍ଗାରି ମଧ୍ୟ ସମଗ୍ର ମଧ୍ୟପ୍ରାଚ୍ୟକୁ ଜଳାଇ ପାରେ।…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

ସିମନବାଡିରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ: ଭାଇଚାରା ପାଇଁ…

ଦାରିଙ୍ଗବାଡି,୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପାଟ୍ଟଖଣ୍ଡା ଖେଳ ପଡିଆଠାରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ନିଜ ଗୋରୁ ନେଇ ଯାଉଥିବା ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତାରେ ଚଲାଇବା ଘଟଣା: ଥାନା ଘେରାଉ କଲେ ଯାଦବ ସମାଜ, ପୂରା ଘଟଣା ଜାଣିଲେ…

ଚନ୍ଦାହାଣ୍ଡି,୨୭।୫(ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ଗୋରୁ, ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ…

ସୌଜନ୍ୟତା ଭୁଲିଗଲେ ଜିଲାପାଳ: ପୂର୍ବତନ ଏମ୍‌ପିଙ୍କୁ ଚୌକି ଦେଲେନାହିଁ, ଠିଆ ହୋଇ କହିଲେ

ବଲାଙ୍ଗୀର/ଲୋଇସିଂହା,୨୭ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ):ପୂର୍ବତନ ଏମପି ତଥା ବର୍ଷୀୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri