କରୋନା ସଂକ୍ରମଣ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗପ୍ରତିରୋଧକ ଶକ୍ତି

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ନେଇ ଭିନ୍ନ ଭିନ୍ନ ଗୁଜବ ମଧ୍ୟ ଉଠୁଛି। କେହି କେହି ଭିଟାମିନ୍‌-ସି, ଭିଟାମିନ୍‌-ଇ ଖାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଶରୀରରେ କୌଣସି ଭିଟାମିନ୍‌ର ଅଭାବ ଦେଖାଦେଲେ ହିଁ ଏହାର ସପ୍ଲିମେଣ୍ଟ୍‌ ଗ୍ରହଣ କରିବା ଆବଶ୍ୟକ ବୋଲି ଆମେରିକା ୟେଲ୍‌ ବିଶ୍ୱବିଦ୍ୟାଳୟର ଇମ୍ୟୁନୋଲୋଜିଷ୍ଟ୍‌ ଅକିକୋ ଇବାସାକି କହିଛନ୍ତି। ଅନ୍ୟଥା ବିଭିନ୍ନ ଭିଟାମିନ୍‌ ଗ୍ରହଣ ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସାଧାରଣତଃ ଭିଟାମିନ୍‌-ଡିର ସପ୍ଲିମେଣ୍ଟ୍‌ ଗ୍ରହଣ ସବୁବେଳେ କରାଯାଇଥାଏ। ପୃଥିବୀର ଗରିବ ରାଷ୍ଟ୍ରଠାରୁ ଆରମ୍ଭ କରି ବିକଶିତ ରାଷ୍ଟ୍ରରେ ବି ଭିଟାମିନ୍‌-ଡି ଅଭାବ ଦେଖାଦେଇଥାଏ। ଭିଟାମିନ୍‌-ଡି ଦ୍ୱାରା ଶରୀରର ବହୁବିଧ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ତେଣୁ ଏହାର ସପ୍ଲିମେଣ୍ଟ ଗ୍ରହଣ କଲେ ପ୍ରାୟତଃ କ୍ଷତି ହୋଇ ନ ଥାଏ। କେହିକେହି ଗ୍ରୀନ୍‌-ଟି ପିଇବା, ସବୁଜ ପନିପରିବା ଖାଇବା, ଲାଲ୍‌ ଲଙ୍କା ଖାଇବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ କରୋନା ଭୂତାଣୁ ସଂକ୍ରମଣ ହେଉ ନ ଥିବା କହୁଛନ୍ତି। ତେବେ ପ୍ରକୃତପକ୍ଷେ ଦୈନଦିନ ଭୋଜନରେ ସନ୍ତୁଳିତ ଆହାରକୁ ପ୍ରାଥମିକତା ଦେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ଇବାସାକି କୁହନ୍ତି। ଯେତେବେଳେ ପୃଥିବୀରେ ଏଭଳି ମହାମାରୀ ଦେଖାଦେଇଛି ସେତେବେଳେ ଏଭଳି ବହୁ ଗୁଜବ ଉଠିଥାଏ। ତେବେ ଏହା କେତେ ଦୂର ବିଜ୍ଞାନ ଦ୍ୱାରା ପ୍ରମାଣିତ ତାହା ଦେଖିବାର ଆବଶ୍ୟକ ମଧ୍ୟ ରହିଛି। ଶରୀରର ରୋଗ ପ୍ରତିରୋଧକ କ୍ଷମତା ୩ଟି ଅଂଶରେ ଥାଏ। ପ୍ରଥମଟି ତ୍ୱଚା ହୋଇଥିବାବେଳେ ଦ୍ୱିତୀୟଟି ନାଶାପଥ ଏବଂ ତୃତୀୟଟି ମ୍ୟୁକସ ଝିଲ୍ଲି( ଲସିକା)। ଏଗୁଡ଼ିକ ମଧ୍ୟ ଦେଇ ଭୂତାଣୁ ଶରୀରରେ ପ୍ରବେଶ କରିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦାୟୀ ଥିବା ଆଣ୍ଟିବଡ଼ି ଜିନ୍‌ ଯଦି ଆଣ୍ଟିଜେନ୍‌ଠାରୁ ଶକ୍ତିଶାଳୀ ହେଲା ତେବେ ଶରୀରରେ ସଂକ୍ରମଣ ହେବା ସମ୍ଭବ ନୁହେଁ। ଆଣ୍ଟିବଡ଼ିକୁ ଶକ୍ତିଶାଳୀ କରିବା ଲାଗି ସନ୍ତୁଳିତ ଆହାର ହିଁ ଜରୁରୀ। ଏପରିସ୍ଥଳେ ଗୁଜବର ବଶବର୍ତ୍ତୀ ହୋଇ ବିଭିନ୍ନ ଭିଟାମିନ୍‌ ଏବଂ ମନଇଛା ଖାଦ୍ୟ ଗ୍ରହଣ କେବେ ମଧ୍ୟ ଉପଯୋଗୀ ନୁହେଁ ବୋଲି ଇବାସାକି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri