କରୋନା ମୃତକଙ୍କ ଶେଷ ଦର୍ଶନ ପାଇଁ ଡରୁଛନ୍ତି ପରିବାର ଲୋକେ!

ରୋମ,୨୩।୩: କରୋନା ଭାଇରସ। ଏତିକି ଶୁଣିଲେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଭୟ। କାରଣ ଏବେ କରୋନା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ସାରା ବିଶ୍ୱରେ ୧୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏତିକିରେ ବି ଥମି ନାହିଁ କରୋନା। ଏହାର କୌଣସି ସଠିକ୍‌ ଔଷଧ ନ ଥିବାରୁ ଚିକିତ୍ସକଙ୍କ ପାଇଁ ଏବେ ଏହା ଚ୍ୟାଲେଞ୍ଜ ହୋଇଯାଇଛି। ଚାଇନାରେ କରୋନାରେ ୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହାର ରେକର୍ଡ ଭାଙ୍ଗିଛି ଇଟାଲି। ଇଟାଲିରେ ଏବେସୁଦ୍ଧା ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଏବେ ଇଟାଲି ସରକାରଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପଟେ ଏହି ମୃତକଙ୍କର ଶେଷ ସଂସ୍କାର ବି ଇଟାଲି ସରକାରଙ୍କ ପାଇଁ ଆଉ ଏକ ସମସ୍ୟା ହୋଇ ଠିଆ ହୋଇଛି। ସେନାର ସହାୟତାରେ ମୃତକଙ୍କର ସଂସ୍କାର କରାଯାଉଛି। ଆୟାରଲ୍ୟାଣ୍ଡରେ କରୋନା ମୃତକଙ୍କ ସଂସ୍କାର ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଥିବା ଜଣାପଡିଛି। ସେଠାରେ ମୃତକଙ୍କ ଶରୀରକୁ ଛୁଇଁବା, ଆଲିଙ୍ଗନ କରିବା, ଚୁମ୍ବନ ଦେବା ଏମିତିକି ବିନା ବଡି ବ୍ୟାଗରେ ଦେଖିବାକୁ ବାରଣ କରାଯାଇଛି। ଏହାକୁ ଦେଖି କରୋନା ମୃତକଙ୍କ ପରିବାର ସେମାନଙ୍କ ପ୍ରିୟଜନଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଭୟ କରୁଛନ୍ତି ବୋଲି କୁହାଯାଉଛି। ସେହିପରି ଇଟାଲିରେ ବ୍ୟବଚ୍ଛେଦ ଗୃହରେ ପଡିରହିଥିବା ମୃତଦେହ ଗୁଡିକର ଏକ ତାଲିକା ପ୍ରସ୍ତୁତ କରାଯାଇ ସଂସ୍କାର କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଉଛି। ଏସବୁ ସଂସ୍କାର ନିର୍ଦ୍ଦିଷ୍ଟ କିଛି ସଂସ୍ଥା ଦ୍ୱାରା କରାଯାଉଥିବା କୁହାଯାଏ। ମାର୍ଚ୍ଚ ୮ରୁ ଇଟାଲିରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ କରୋନାରେ ଯେଉଁମାନଙ୍କ ମୃତ୍ୟୁ ହେଉଛି ସେମାନଙ୍କୁ ତୁରନ୍ତ ବଡି ବ୍ୟାଗରେ ଭର୍ତ୍ତି କରାଯାଇ ହସ୍ପିଟାଲରୁ ତୁରନ୍ତ ସଂସ୍କାର ସ୍ଥଳକୁ ପଠାଇ ଦିଆଯାଉଛି ବୋଲି କୁହାଯାଉଛି। ସେହିପରି ଏଲ୍‌ ଜଜିରାରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ ଅଧିକାଂଶ ସ୍ଥାନରେ ଲୋକେ ମୃତକଙ୍କ ସଂସ୍କାର ପାଇଁ ଭୟ କରୁଥିବାରୁ ଯେଉଁ ସଂସ୍ଥା ସଂସ୍କାର କରୁଛି ସେ ଭିଡିଓ କଲ୍‌ ମାଧ୍ୟମରେ ମୃତକଙ୍କ ପରିବାରକୁ ଶେଷ ଦର୍ଶନ କରାଇ ସଂସ୍କାର କାମ ଶେଷ କରୁଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri