Posted inଖେଳ

କରୋନା ମୁକାବିଲା: ୮ କୋଟି ଲେଖାଏ ଦାନ କଲେ ମେସି, ଗୁଆର୍ଡିଲୋ

ବାର୍ସିଲୋନା,୨୫।୩- କରୋନା ଭାଇରସ ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହି ଭାଇରସ ଯୋଗୁ ବିଭିନ୍ନ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ବାର୍ସିଲୋନା ଫରଓ୍ବାର୍ଡ ଲିଓନେଲ ମେସି ଓ ମାଞ୍ଚେଷ୍ଟର ସିଟି ମ୍ୟାନେଜର ପେପ ଗୁଆର୍ଡିଲୋ। ଦୁହେଁ ୧ ମିଲିୟନ ୟୁରୋ ଲେଖାଏ ଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ୮. ୨୬ କୋଟି ଟଙ୍କା। ଆର୍ଜେଣ୍ଟିନା ଷ୍ଟାର ମେସି ବାର୍ସିଲୋନାର ଏକ ମେଡିକାଲ କ୍ଲିନିକ ଓ ନିଜ ଦେଶର ଏକ ମେଡିକାଲ ସେଣ୍ଟରକୁ ଏହି ଅର୍ଥ ଦେଇଥିବା ମାର୍କା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଭାଇରସ ସହ ମୁକାବିଲା ପାଇଁ ମେସି ମେଡିକାଲ କ୍ଲିନିକକୁ ଦାନ କରିଛନ୍ତି। ତୁମ ସମର୍ଥନ ପାଇଁ ଧନ୍ୟବାଦ ବୋଲି ହସ୍ପିଟାଲ କ୍ଲିନିକ ପକ୍ଷରୁ ଟୁଇଟରରେ ଲେଖାଯାଇଛି। ପୂର୍ବତନ ବାର୍ସିଲୋନା ଖେଳାଳି ତଥା ମ୍ୟାନେଜର ଗୁଆର୍ଡିଲୋ ଆଞ୍ଜେଲ ସୋଲାର ଡାନିଏଲ ଫାଉଣ୍ଡେଶନ ଓ ମେଡିକାଲ କଲେଜ ଅଫ୍‌ ବାର୍ସିଲୋନା ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମ ଜରିଆରେ ଅର୍ଥ ଦାନ କରିଛନ୍ତି। ଗୁଆର୍ଡିଲୋ ଆଞ୍ଜେଲ ସୋଲାର ଡାନିଏଲ ଫାଉଣ୍ଡେଶନ ଜରିଆରେ ଏକ ନିୟୁତ ୟୁରୋ ଦାନ କରିଛନ୍ତି। ଏହି ଅର୍ଥ ସ୍ବାସ୍ଥ୍ୟ ସମ୍ପର୍କୀତ ସରଞ୍ଜାମ ଓ କରୋନା ଭାଇରସ ସହ ଲଢ଼େଇ ପାଇଁ ବିଭିନ୍ନ ଆବଶ୍ୟକ ବସ୍ତୁ କିଣାଯିବ। ଗୁଆର୍ଡିଲୋଙ୍କ ପୂର୍ବରୁ ଉକ୍ତ ଫାଇଣ୍ଡେଶନ ମାତ୍ର ୩ ଦିନରେ ୩୩ ହଜାର ୟୁରୋ ଆଦାୟ କରିଥିଲା। ଉଲ୍ଲେଖଥାଉ କି, ଚାଇନା ଓ ଇଟାଲି ପରେ ସ୍ପେନ କରୋନା ଦ୍ୱାରା ତୃତୀୟ ସର୍ବାଧିକ ପ୍ରଭାବିତ ହୋଇଥିଲା ଦେଶ। ଏପର୍ଯ୍ୟନ୍ତ ଦେଶରେ ୧୬୯୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୪୦ ହଜାର ପଜେଟିଭ ଅଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri