କରୋନା ମୁକାବିଲା ପ୍ରସ୍ତୁତି ପରଖିଲେ ବାଗ୍‌ଚୀ

ପୁରୀ ଅଫିସ,୩୦ା୩: ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ରବିବାର ପୁରୀ ଗସ୍ତରେ ଆସିଥିଲେ। କରୋନା ମୁକାବିଲା ନେଇ ପୁରୀ ଜିଲା ପ୍ରଶାସନ କେତେ ପ୍ରସ୍ତୁତ ତାହା ପରଖିଥିଲେ। ଏହି ଅବସରରେ ଜିଲା ନିୟନ୍ତ୍ରଣ କକ୍ଷ, ପୋଲିସ ନିୟନ୍ତ୍ରଣ କକ୍ଷ, ଆଇସୋଲେଶନ ସେଣ୍ଟର ବୁଲିବା ସହ ଜିଲାପାଳ, ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଚେତନତା ଓ ସତର୍କତା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, କେତେ ସଂଖ୍ୟକ ବେଡ୍‌ ପ୍ରସ୍ତୁତ ରହିଛି, ଆଇସୋଲେଶନ ସେଣ୍ଟରରେ ସମସ୍ତ ପ୍ରକାର ସୁବିଧା ମିଳୁଛି ନା ନାହିଁ ଆଦି ପଚାରି ବୁଝିଥିଲେ। ଲୋକେ କିଭଳି ସାମାଜିକ ଦୂରତା ମାନୁଛନ୍ତି, ବାହାର ରାଜ୍ୟର ଶ୍ରମିକ, ନିରାଶ୍ରୟ, ମାନସିକ ବିକାରଗ୍ରସ୍ତ, ଗରିବ ଓ ଦିନମଜୁରିଆଙ୍କ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ନେବା ସହ ବରିଷ୍ଠ ନାଗରିକ ଦେଖାଶୁଣା ଉପରେ ଗୁରୁତ୍ୱ ଦେଇଥିଲେ। ପୋଲିସ ନିୟନ୍ତ୍ରଣ କକ୍ଷ ପରିଦର୍ଶନ ବେଳେ ତାଙ୍କୁ ଏସ୍‌ପି ଉମାଶଙ୍କର ଦାଶ ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ। ବରିଷ୍ଠ ନାଗରିକଙ୍କ ପାଇଁ ରେଜିଷ୍ଟ୍ରେଶନ ବ୍ୟବସ୍ଥା ହୋଇଛି। ସ୍ବେଚ୍ଛାସେବୀମାନେ ସେମାନଙ୍କ ପାଖକୁ ଯାଇ ଆବଶ୍ୟକ ଜିନିଷପତ୍ର ଏବଂ ଔଷଧ ଯୋଗାଇ ଦେଉଛନ୍ତି ବୋଲି ଏସ୍‌ପି କହିଥିଲେ।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ କେଉଁଭଳି ଭାବେ ବ୍ୟବସ୍ଥା ହୋଇଛି ସେନେଇ ବାଗ୍‌ଚୀଙ୍କୁ ସୂଚନା ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ, ଆୟୁର୍ବେଦ ମହାବିଦ୍ୟାଳୟ, ଜିଲା ସଂକ୍ରାମକ ରୋଗ ଚିକିତ୍ସାଳୟ ପରିସରରେ ହୋଇଥିବା ଆଇସୋଲେଶନ ସେଣ୍ଟର, କରୋନା ସନ୍ଦିଗ୍ଧ ଆସିଲେ ସେମାନଙ୍କୁ କିପରି ଚିକିତ୍ସା କରାଯାଇପାରିବ, ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ରଖିଥିଲେ। ବାଗ୍‌ଚୀ ପୁରୀ ମେଡିକାଲ କଲେଜକୁ ଯାଇ ସମସ୍ତ ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ଜରୁରୀ ପରିସ୍ଥିତିରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ସେଠାରେ ୨୫୦ ଶଯ୍ୟା ପ୍ରସ୍ତୁତ ହୋଇଛି। ସେହିପରି ବାଲିଗୁଆଳି ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଅସ୍ଥାୟୀ ମେଡିକାଲ ଶିବିର ପରିଦର୍ଶନ କରିଥିଲେ। ଲକ୍‌ଡାଉନ ନିୟମକୁ କିପରି ଜିଲାରେ ପାଳନ କରାଯାଉଛି ଏବଂ ଗରିବ, ଦିନମଜୁରିଆ, ରାଜ୍ୟ ବାହାର ଶ୍ରମିକଙ୍କୁ ରାଶନ ଏବଂ ରନ୍ଧାଖାଦ୍ୟ ପ୍ରଦାନ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ ତଥ୍ୟ ରଖିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଜିଲା ନିୟନ୍ତ୍ରଣ କକ୍ଷ ବୁଲି ବାଗ୍‌ଚୀ ସନ୍ତୋଷ ବ୍ୟକ୍ତ କରିଥିଲେ। ବାଗ୍‌ଚୀଙ୍କ ଏହି ଗସ୍ତ ସମୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ସଦର ବିଡିଓ ଜ୍ୟୋତିଶଙ୍କର ସାହୁ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିରଜା ଶଙ୍କର ରଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri