କରୋନା ମୁକାବିଲା ନେଇ ଓଡ଼ିଶା ପୋଲିସକୁ ଡିଜିଙ୍କ ପ୍ରଶଂସା

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁର ମୁକାବିଲା ପାଇଁ ଲକଡାଉନ ଘୋଷଣା ପରେ ଓଡ଼ିଶା ପୋଲିସର କାର୍ଯ୍ୟ ବଢ଼ିଯାଇଛି। ଗତ ସପ୍ତାହରୁ ଧରି ଏଯାବତ ପୋଲିସମାନେ ଜଗିରହି ଲୋକଙ୍କୁ ସଚେତନ କରିବା ସହ ଘରୁ ନ ବାହାରିବା ପାଇଁ ଦିନରାତି ବୁଲି ପ୍ରଚାର କରୁଛନ୍ତି। ସେମାନଙ୍କ ଏଭଳି ନିଷ୍ଠା କାର୍ଯ୍ୟ ଓଡ଼ିଶାବାସୀଙ୍କ ମନ ଜିଣିଛି। ସେମାନେ ନିଜ ଜୀବନ ବାଜି ଲଗେଇ ସମାଜ ପାଇଁ କାମ କରୁଛନ୍ତି। ପୋଲିସଙ୍କ ଏଭଳି କାର୍ଯ୍ୟଶୈଳୀକୁ ଦେଖି ଅଭିନନ୍ଦନ ଜଣାଇଛନ୍ତି ପୋଲିସ ଡିଜି ଅଭୟ। ସେ ଆହୁରି କହିଛନ୍ତି ଯେ, ତାଲାବନ୍ଦ ୩ ସପ୍ତାହ ଚାଲିବ, କିନ୍ତୁ କରୋନା ଲଢ଼େଇ ୬ ମାସ ଚାଲିବ। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟ ଓ ଜୀବନ ରକ୍ଷା ପାଇଁ ଆମକୁ ଗୁରୁଦାୟିତ୍ୱ ମିଳିଛି । ଏ ନେଇ ଆମକୁ ଦୀର୍ଘ ସମୟ ପାଇଁ ସମର୍ପିତ ରହିବାକୁ ପଡ଼ିବ। ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ, ଜୀବନ ରକ୍ଷା ଆମ ଦାୟିତ୍ୱ ବୋଲି ଡିଜିପି କହିଛନ୍ତି। କରୋନାକୁ ନେଇ ଆଜି ବି ଅନେକ ଲୋକ ଲକଡାଉନ ନିୟମକୁ ଉଲ୍ଲଂଘନ କରିଛନ୍ତି। ଦୁଇଦିନ ମଧ୍ୟରେ ରାଜ୍ୟରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୪୦୪ରୁ ଊଦ୍ଧର୍‌ବ ମାମଲା ରୁଜୁ ହୋଇଛି। ଲକ ଡାଉନ ଉଲ୍ଲଂଘନରେ ୩୮୦, ହୋମ କ୍ୱାରାଣ୍ଟାଇନ ନିୟମ ଭାଙ୍ଗି ୧୦ଟି ଏବଂ କୋଭିଡ-୧୯ ନିୟମ ଉଲ୍ଲଂଘନରେ ୧୪ଟି ମାମଲା ରୁଜୁ ହୋଇଛି। ଏଣିକି ଯେଉଁମାନେ ଲକଡାଉନ ନିୟମକୁ ମାନୁ ନାହାନ୍ତି ସେମାନଙ୍କ ବିରୋଧରେ କଡ଼ା କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri