Posted inଜାତୀୟ

କରୋନା ଭୟ: ଭାରତୀୟ ବିମାନକୁ ଅନୁମତି ମିଳୁନି, ଯୋଗାଯୋଗ ବିଳମ୍ବକୁ ଦାୟୀକଲା ଚାଇନା

ଉହାନ,୨୨ା୨:ଚାଇନାରେ କରୋନା ଭାଇରସ୍‌ ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ାଇ ଚାଲିଥିବା ବେଳେ ପରିସ୍ଥିତି ଅଣାୟତ ହୋଇପଡ଼ିଛି। ଏବେସୁଦ୍ଧା ଚାଇନାରେ କରୋନା ମୃତ୍ୟୁସଂଖ୍ୟା ୨,୩୪୫ରେ ପହଞ୍ଚିଥିବାବେଳେ ପ୍ରାୟ ୭୬ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୨୮ ଦେଶର ନାଗରିକ ଏହି ରୋଗରେ ଆକ୍ରାନ୍ତ ଥିବାବେଳେ ଚାଇନାରୁ ସେମାନଙ୍କୁ ସ୍ବଦେଶକୁ ନେବା ଲାଗି ପ୍ରୟାସ ଜାରି ରହିଛି। ଅନୁରୂପ ଭାବେ ଅନେକ ଭାରତୀୟ ଚାଇନାରେ ଏବେବି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁସେନାର ରିଲିଫ ବିମାନ ଯାଇଥିବା ବେଳେ ଚାଇନା ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଅନୁମତି ଦେଉ ନ ଥିବା ଅଭିଯୋଗ କରାଯାଇଛି। ଫେବୃୟାରୀ ୧୬ରୁ ଜାପାନ, ୟୁକ୍ରେନ, ଫ୍ରାନ୍ସ ବିମାନକୁ ଚାଇନା ଅନୁମତି ଦେଇଥିବା ବେଳେ ଭାରତକୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଉଛି। କରୋନା ସଂକ୍ରମତି ଚାଇନାକୁ ଭାରତ ସହଯୋଗର ହାତ ବଢ଼ାଇ ଥିବାବେଳେ ଏପର୍ଯ୍ୟନ୍ତ ରିଲିଫ ବିମାନକୁ ଅନୁମତି ଦିଆଯାଇ ନାହିଁ। ଚାଇନାରେ ଥିବା ଭାରତୀୟଙ୍କୁ ଉକ୍ତ ରିଲିଫ ବିମାନରେ ସ୍ବଦେଶ ଫେରାଇ ଆଣିବା ଲାଗି ଏବେ ବି ପ୍ରୟାସ ଜାରି ରହିଛି। ଚାଇନା ଦୂତାବାସର ମୁଖପାତ୍ର କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ନୁହେଁ ବରଂ ଦୁଇଦେଶର ବିଭାଗୀୟ ସମ୍ପର୍କରେ ବିଳମ୍ବ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ହୁବେଇ ସ୍ଥିତି ଏବେ ଉଦ୍‌ବେଗଜନକ ରହିଛି। ଭାରତୀୟଙ୍କ ସୁରକ୍ଷା ଓ ସହାୟତା ଦାୟିତ୍ୱ ଚାଇନା ମଧ୍ୟ ନେଉଛି। କରୋନା ସଂକ୍ରମଣକୁ ରୋକିବା ଓ ନାଗରିକଙ୍କୁ ସୁରକ୍ଷିତ ଭାବେ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।
ଉହାନରେ ଭାରତୀୟମାନେ ସ୍ବଦେଶ ଫେରିବା ଲାଗି ଅପେକ୍ଷା କରିଥିବା ବେଳେ ଚାଇନାର ଅନୁମତି ଦେବାରେ ବିଳମ୍ବ ଯୋଗୁ ଚିନ୍ତା ବଢ଼ିଯାଇଛି। ପୂର୍ବରୁ ଭାରତ ୬୫୦ ନାଗରିକଙ୍କୁ ସେଠାରୁ ଉଦ୍ଧାର କରିସାରିଛି। ପରିସ୍ଥିତି ଉଦ୍‌ବେଗଜନକ ହୋଇପଡ଼ି ଥିବାବେଳେ ସେଠାରେ ଥିବା ଅନ୍ୟ ଭାରତୀୟଙ୍କୁ ଫେରାଇ ଅଣାଯିବା ଲାଗି ପ୍ରୟାସ ଜାରି ରହିଛି। ଚାଇନା ଅନୁମତି ଦେଲେ ସମସ୍ତ ଭାରତୀୟଙ୍କୁ ବିମାନରେ ସ୍ବଦେଶକୁ ଅଣାଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରୀ ସ୍ତ୍ରୀ, ୧ ବିଲିୟନ ଡଲାର

କାମ୍ପାଲା,୧୩ା୪: ଉଗାଣ୍ଡା ସେନାମୁଖ୍ୟ ଜେନେରାଲ ମୁହୁଜି କେଇନେରୁଗାବା ତୁର୍କୀ ନିକଟରେ ୨ଟି ବିଚିତ୍ର ଦାବି କରିଛନ୍ତି। ତାଙ୍କର ପ୍ରଥମ ଦାବି ହେଲା ସୋମାଲିଆର ଆତଙ୍କବାଦୀଙ୍କ ବିରୋଧରେ ଦୀର୍ଘବର୍ଷ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri