କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର

ଦଶରଥପୁର,୯।୩(ଡିଏନ୍‌ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ରୋଗାଗ୍ରସ୍ତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏହି ରୋଗକୁ ୱାଲ୍ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ଜାତୀୟ ମହାମାରୀ ରୋଗଭାବେ ଘୋଷଣା କରିବା ସହ ବିଶ୍ୱ ସମୁଦାୟ ଏହି ରୋଗକୁ ରୋକାଯିବା ଉପରେ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି। ତେବେ ଏହି କରୋନା ପାଇଁ ଏଥର ହୋଲି ଫିକା ପଡ଼ିବାର ଆଶଙ୍କା ଦେଖାଦେଇଛି। ଫଳରେ ରଙ୍ଗ ବେପାର ଉପରେ ଏହାର ଖୁବ୍‌ ପ୍ରଭାବ ପଡ଼ିଛି। ଦଶରଥପୁର ବ୍ଲକ ଅଞ୍ଚଳର ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ମଙ୍ଗଳପୁର ଓ ଝୁମ୍ପୁରୀ ବଜାରରେ ପ୍ରତ୍ୟେକ ବର୍ଷ ହୋଲିରେ ବ୍ୟବସାୟୀମାନେ ବିଭିନ୍ନ ରଙ୍ଗର ପସରା ମେଲାଇ ବିକ୍ରି କରିଥାନ୍ତି। ମାତ୍ର କରୋନା ସଂକ୍ରମଣ ଯୋଗୁ ସଚେତନତା ପୂର୍ବକ ହାତ ସଫା କରିବା, ମୁହଁରେ ମାସ୍କ ପିନ୍ଧିବା, ଜନସମାଗମ ସ୍ଥାନକୁ ନ ଯିବା, ଏପରି ଅନେକ ସତର୍କତା ଅବଲମ୍ବନ ପାଇଁ ସମଗ୍ର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। ଯଦ୍ଦ୍ବାରା ରଙ୍ଗ ବେପାର ଏଥର ପୁରା ମାନ୍ଦା ହୋଇଛି ବୋଲି ଦଶରଥପୁର ବ୍ଲକର ମଙ୍ଗଳପୁର ଓ ଝୁମ୍ପୁରୀ ବଜାରରେ ରଙ୍ଗ ଦୋକାନ ଖୋଲିଥିବା କେତେଜଣ ବ୍ୟବସାୟୀ ଏହି ସୂଚନା ଦେଇଛନ୍ତି। ବଜାରକୁ ଆସିଥିବା ରଙ୍ଗରେ କରୋନା ଭୂତାଣୁ ଥିବା ଆଶଙ୍କା କରି ଅଧିକାଂଶ ଗ୍ରାହକ ରଙ୍ଗ କିଣୁ ନ ଥିବା ଦୋକାନୀମାନେ କହିଛନ୍ତି। ରଙ୍ଗଖେଳ ପର୍ବ ହୋଲିକୁ ମାତ୍ର ଦିନଟିଏ ବାକିଥିବାବେଳେ ପ୍ରତ୍ୟେକ ବର୍ଷର ରଙ୍ଗ ବେପାର ଅନୁଯାୟୀ ଏଥର ଶତକଡା ୭୦ ଭାଗ ବ୍ୟବସାୟ କମିଥିବା ବ୍ଲକ ଅଞ୍ଚଳର କେତେଜଣ ରଙ୍ଗ ବ୍ୟବସାୟୀ ପ୍ରକାଶ କରିଛନ୍ତି। କରୋନା ସତର୍କତା ଓ ରଙ୍ଗଖେଳ ପ୍ରଭାବ ସମ୍ପର୍କରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଉମାକାନ୍ତ ମଲ୍ଲିକଙ୍କୁ ପଚାରିବାରେ, ରଙ୍ଗଖେଳ ସହ କରୋନା ସଂକ୍ରମଣର ସେପରି ଯଦିଓ କୌଣସି ସମ୍ପର୍କ ନାହଁି, ତଥାପି ସ୍ବାସ୍ଥ୍ୟବସ୍ଥା ଠିକ୍‌ ନ ଥିବା ଲୋକ କେମିକାଲ୍‌ଯୁକ୍ତ ରଙ୍ଗ ନ ଖେଳିବା ଉଚିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri