କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର

ଦଶରଥପୁର,୯।୩(ଡିଏନ୍‌ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ରୋଗାଗ୍ରସ୍ତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏହି ରୋଗକୁ ୱାଲ୍ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ଜାତୀୟ ମହାମାରୀ ରୋଗଭାବେ ଘୋଷଣା କରିବା ସହ ବିଶ୍ୱ ସମୁଦାୟ ଏହି ରୋଗକୁ ରୋକାଯିବା ଉପରେ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି। ତେବେ ଏହି କରୋନା ପାଇଁ ଏଥର ହୋଲି ଫିକା ପଡ଼ିବାର ଆଶଙ୍କା ଦେଖାଦେଇଛି। ଫଳରେ ରଙ୍ଗ ବେପାର ଉପରେ ଏହାର ଖୁବ୍‌ ପ୍ରଭାବ ପଡ଼ିଛି। ଦଶରଥପୁର ବ୍ଲକ ଅଞ୍ଚଳର ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ମଙ୍ଗଳପୁର ଓ ଝୁମ୍ପୁରୀ ବଜାରରେ ପ୍ରତ୍ୟେକ ବର୍ଷ ହୋଲିରେ ବ୍ୟବସାୟୀମାନେ ବିଭିନ୍ନ ରଙ୍ଗର ପସରା ମେଲାଇ ବିକ୍ରି କରିଥାନ୍ତି। ମାତ୍ର କରୋନା ସଂକ୍ରମଣ ଯୋଗୁ ସଚେତନତା ପୂର୍ବକ ହାତ ସଫା କରିବା, ମୁହଁରେ ମାସ୍କ ପିନ୍ଧିବା, ଜନସମାଗମ ସ୍ଥାନକୁ ନ ଯିବା, ଏପରି ଅନେକ ସତର୍କତା ଅବଲମ୍ବନ ପାଇଁ ସମଗ୍ର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। ଯଦ୍ଦ୍ବାରା ରଙ୍ଗ ବେପାର ଏଥର ପୁରା ମାନ୍ଦା ହୋଇଛି ବୋଲି ଦଶରଥପୁର ବ୍ଲକର ମଙ୍ଗଳପୁର ଓ ଝୁମ୍ପୁରୀ ବଜାରରେ ରଙ୍ଗ ଦୋକାନ ଖୋଲିଥିବା କେତେଜଣ ବ୍ୟବସାୟୀ ଏହି ସୂଚନା ଦେଇଛନ୍ତି। ବଜାରକୁ ଆସିଥିବା ରଙ୍ଗରେ କରୋନା ଭୂତାଣୁ ଥିବା ଆଶଙ୍କା କରି ଅଧିକାଂଶ ଗ୍ରାହକ ରଙ୍ଗ କିଣୁ ନ ଥିବା ଦୋକାନୀମାନେ କହିଛନ୍ତି। ରଙ୍ଗଖେଳ ପର୍ବ ହୋଲିକୁ ମାତ୍ର ଦିନଟିଏ ବାକିଥିବାବେଳେ ପ୍ରତ୍ୟେକ ବର୍ଷର ରଙ୍ଗ ବେପାର ଅନୁଯାୟୀ ଏଥର ଶତକଡା ୭୦ ଭାଗ ବ୍ୟବସାୟ କମିଥିବା ବ୍ଲକ ଅଞ୍ଚଳର କେତେଜଣ ରଙ୍ଗ ବ୍ୟବସାୟୀ ପ୍ରକାଶ କରିଛନ୍ତି। କରୋନା ସତର୍କତା ଓ ରଙ୍ଗଖେଳ ପ୍ରଭାବ ସମ୍ପର୍କରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଉମାକାନ୍ତ ମଲ୍ଲିକଙ୍କୁ ପଚାରିବାରେ, ରଙ୍ଗଖେଳ ସହ କରୋନା ସଂକ୍ରମଣର ସେପରି ଯଦିଓ କୌଣସି ସମ୍ପର୍କ ନାହଁି, ତଥାପି ସ୍ବାସ୍ଥ୍ୟବସ୍ଥା ଠିକ୍‌ ନ ଥିବା ଲୋକ କେମିକାଲ୍‌ଯୁକ୍ତ ରଙ୍ଗ ନ ଖେଳିବା ଉଚିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri