ଭୂତ କମ୍ପାନୀ ସହ ରାଣାଙ୍କ ଲିଙ୍କ୍‌

ମୁମ୍ବାଇ,୯ା୩: ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ରବିବାର ଗିରଫ କରିଛି। ୨୦ ଭୂତ କମ୍ପାନୀଙ୍କ ସହ ରାଣାଙ୍କ ଲିଙ୍କ ରହିଥିବା ଅଭିଯୋଗ ଆସିଛି। ଏହି କମ୍ପାନୀଗୁଡିକ ପ୍ରତିଷ୍ଠା ଦ୍ୱାରା ବେଆଇନ ନିବେଶ ଏବଂ ଅର୍ଥ ହେରଫେର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହିଭଳି ଭାବେ ୨ ହଜାର କୋଟି ଟଙ୍କାର ନିବେଶ ଏବେ ଇଡି ସ୍କାନରରେ ରହିଛି। ତାଙ୍କ ପାଖରେ ପ୍ରାୟ ୪୪ ବହୁମୂଲ୍ୟ ପେଣ୍ଟିଂ ରହିଛି। ଇଡି ସୂଚନା ମୁତାବକ, ରାଣାଙ୍କ ପରିବାର ଲଣ୍ଡନରେ ସମ୍ପତ୍ତି ହାସଲ କରିଛନ୍ତି। କେଉଁ ସୂତ୍ରରୁ ଅର୍ଥରେ ଏହି ସମ୍ପତ୍ତି ସେଠାରେ କିଣା ଯାଇଛି ତାହା ଇଡି ତଦନ୍ତ ଘେରରେ ରହିଛି। ସାଉଥ ମୁମ୍ବାଇରେ ରହିଥିବା ତାଙ୍କ ବାସଭବନ ଉପରେ ଇଡି ପ୍ରଥମେ ଚଢାଉ କରିଥିଲା। ଏବେ ତଦନ୍ତ ଘେରରେ ତାଙ୍କର ୩ ଝିଅ ଏବଂ ସ୍ତ୍ରୀ ରହିଛନ୍ତି। ରାଣାଙ୍କ ସ୍ତ୍ରୀ ବିନ୍ଦୁ ଏବଂ ୩ ଝିଅଙ୍କୁ ଜେରା ବେଳେ ଇଡି ବିଭିନ୍ନ ଘଟଣା ଜାଣିବାକୁ ପାଇଛି। ରାଣାଙ୍କ ପରିବାର ୨ ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ପ୍ରାୟ ୧୨ରୁ ଅଧିକ ଭୂତ କମ୍ପାନୀ ଏବଂ ଡମି କମ୍ପାନୀ ଦ୍ୱାରା ଅର୍ଥ ହେରଫେର କରିଥିବା ତଦନ୍ତ ଏଜେନ୍ସି ପକ୍ଷରୁ କୁହାଯାଇଛି। ରାଣା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ଯେଉଁ ଦାମୀ ପେଣ୍ଟିଂ ରହିଛି ସେଥି ମଧ୍ୟରୁ କିଛି ଭାରତୀୟ ରାଜନେତାଙ୍କ ସହ ସମ୍ପର୍କ ରଖିଥିବା ଜଣା ପଡିଛି।

ଟଣାହେଲେ ଡିଏଚ୍‌ଏଫ୍‌ଏଲ୍‌ ପ୍ରମୋଟର
ୟେସ୍‌ ବ୍ୟାଙ୍କ ମାମଲାରେ ସିବିଆଇ ରାଣା କପୁରଙ୍କ ସହ ଡିଏଚ୍‌ଏଫ୍‌ଏଲ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ଏବଂ ପ୍ରମୋଟର କପିଲ ଓ୍ବାଧଓ୍ବାନ ମଧ୍ୟ ଟଣାହୋଇଛନ୍ତି। ତାଙ୍କ ନାମରେ ସିିବିଆଇ ମାମଲା ରୁଜୁ କରିଛି।

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାଣାଙ୍କ ସ୍ତ୍ରୀ
ରାଣା କପୁରଙ୍କ ସ୍ତ୍ରୀ ବିନ୍ଦୁ କପୁର ରବିବାର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଏହି ମାମଲାରେ ରାଣାଙ୍କ ସହ ସମ୍ପୃକ୍ତି ନେଇ ବିଭିନ୍ନ ପ୍ରଶ୍ନ ବିନ୍ଦୁଙ୍କୁ ଅଧିକାରୀମାନେ କରିଛନ୍ତି। ରବିବାର ସକାଳେ ବିନ୍ଦୁ ଇଡି କାର୍ଯ୍ୟାଳୟରୁ ବାହାରୁଥିବା ଦେଖାଯାଇଥିଲା ତାଙ୍କ ସହ ଇଡିର ଦୁଇ ଜଣ ଅଧିକାରୀ ରହିଥିଲେ।

ଏୟାରପୋର୍ଟରେ ରାଣାଙ୍କ ଝିଅ ଅଟକ
ଏକ ନ୍ୟୁଜ ଏଜେନ୍ସି ତଥ୍ୟ ମୁତାବକ ରାଣାଙ୍କ ଝିଅ ରୋଶନୀ କପୁରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରବିବାର ଅଟକ ରଖାଯାଇଥିଲା। ବ୍ରିଟିଶ ଏୟାରଓ୍ବେଜର ଏକ ବିମାନରେ ସେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଥିଲା। ଦିଓ୍ବାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚ୍‌ଏଫ୍‌ଏଲ୍‌)କୁ ବେଆଇନ ଋଣ ଯୋଗାଣ ଅଭିଯୋଗରେ ତାଙ୍କ ବାପା ରାଣା କପୁରଙ୍କୁ ଇଡି ଗିରଫ କରିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ରାଣା ଏବଂ ତାଙ୍କ ପରିବାର ସଦସ୍ୟ ବିରୋଧରେ ଇଡି ଲୁକ୍‌ ଆଉଟ ନୋଟିସ ଜାରି କରିଛି। ଇଡିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ରାଣାଙ୍କ ସ୍ତ୍ରୀ ବିନ୍ଦୁ, ଝିଅ ରାକ୍ଷୀ କପୁର ଟଣ୍ଡନ, ରଶନୀ କପୁର ଏବଂ ରାଧା କପୁର ମଧ୍ୟ ଇଡି ନଜରରେ ରହିଛନ୍ତି।

ଅସୁବିଧାରେ ବ୍ୟାଙ୍କର ଫରେକ୍ସକାର୍ଡଧାରୀ
ୟେସ୍‌ ବ୍ୟାଙ୍କ ଉପରେ କଟକଣା ଲାଗିବା ଯୋଗୁ ଏହି ବ୍ୟାଙ୍କର ଫରେକ୍ସ କାର୍ଡ ବ୍ୟବହାର କରୁଥିବା ଟ୍ରାଭେଲର ଏବଂ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କ ଊପରେ ୫୦ ହଜାର ଟଙ୍କାର ଉଠାଣ କଟକଣା ଲାଗିବା ଯୋଗୁ ଲୋକମାନେ ଗତ ୩ ଦିନ ଧରି ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ଜଣାପଡିଛି। ୟେସ୍‌ ବ୍ୟାଙ୍କ ସହ ଫୋନ୍‌ପେର ଅନୁବନ୍ଧନ ରହିଥିଲା। କଟକଣା ଯୋଗୁ ଏହା ନେଣଦେଣରେ ଅସୁବିଧା ସାମ୍ନା କରିବା ଯୋଗୁ ଆଇସିଆଇସିଆଇକୁ ନିଜ ସହ ସାମିଲ କରିବା ପରେ ଫୋନପେରେ ନେଣଦେଣ ସ୍ବାଭାବିକ ହୋଇଛି। ବୁକ୍‌ମାଇଁ ଫରେକ୍ସ ଡଟ୍‌ କମ୍‌ ଭଳି ସଂସ୍ଥା ୟେସ୍‌ ବ୍ୟାଙ୍କ ସହ ସହବନ୍ଧିତଥିବାରୁ ଏହାର ଗ୍ରାହକମାନେ ବିଦେଶରେ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri