କରୋନା ଭ୍ୟାକ୍ସିନକୁ ନେଇ ଖୁବ୍‌ଶୀଘ୍ର ମିଳିପାରେ ଖୁସି ଖବର

ଜେନେଭା,୧୭।୫: କରୋନା ଭାଇରସ ଏବେ ମହାମାରୀର ରୂପ ନେଇ ସାରା ବିଶ୍ୱକୁ ତା’କବଳକୁ ନେଇ ଯାଇଛି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ ଲାଗି ଯାଇଛନ୍ତି। ଇତିମଧ୍ୟରେ ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲୁଏଚ୍‌ଓ)କହିଛି ଏବେସୁଦ୍ଧା କରୋନାର ୮ଟି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ କରାଯାଇଛି। ଆହୁରି ମଧ୍ୟ୧୧୦ଟି ଭ୍ୟାକ୍ସିନ ବିଭିନ୍ନ ଦେଶରେ ପ୍ରସ୍ତୁତ ଚାଲିଛି। ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ଅନୁଯାୟୀ, ବିଶ୍ୱର ପ୍ରାୟ ସବୁ ଦେଶ କରୋନା ଭାଇରସର ମୂଳୋତ୍ପାଟନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ଆମେରିକା , ଚାଇନା ଓ ଜର୍ମାନୀ ଏ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି। ଆମେରିକା ଓ ଚାଇନା ସମେତ ଆଉ କିଛି ଦେଶ ଭ୍ୟାକ୍ସିନ ପ୍ରସ୍ତୁତିକୁ ନେଇ ତାରିଖ ମଧ୍ୟ ଘୋଷଣା କରି ସାରିଛନ୍ତି। ଶନିବାର ଚାଇନାର ସ୍ବାସ୍ଥ୍ୟ ଅଧିକାରୀ ଝାଙ୍ଗ ଓ୍ବେନହୋଙ୍ଗ କହିଥିଲେ ୨୦୨୧ ମାର୍ଚ୍ଚ ମାସରେ କରୋନା ଭାଇରସକୁ ନଷ୍ଟ କରିବାକୁ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଯାଇଥିବ। ତେବେ ଭ୍ୟାକ୍ସିନ ବିକଶିତ କରିବାକୁ ନେଇ ବହୁ ଅନିଶ୍ଚିତତା ଲାଗି ରହିଛି ବୋଲି ଚାଇନା କହିଛି। ମାର୍ସ ଓ ସାର୍ସ ସମେତ କରୋନା ଭାଇରସକୁ ଶେଷ କରିବାକୁ ଏପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇ ନାହିଁ। ଯଦି ଏଥିପାଇଁ ଗୋଟିଏ ବି ଭ୍ୟାକ୍ସିନ କାମ କରେ ତେବେ ଏହାବି ଆସନ୍ତା ବର୍ଷ ମାର୍ଚ୍ଚରୁ ଜୁନ୍‌ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ଓ୍ବେନହୋଙ୍ଗ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫକ୍ସ ନ୍ୟୁଜ ଭର୍ଚୁଆଲ ଟାଉନ ହଲରେ କହିଥିଲେ, ଚଳିତ ବର୍ଷ ଶେଷ ବେଳକୁ ଆମକୁ ଭ୍ୟାକ୍ସିନ ମିଳିଯାଇପାରେ। ଏହିଭଳି ଆହୁରି କିଛି ଦେଶ ମଧ୍ୟ ଦାବି କରିଥିଲେ କି ଖୁବ୍‌ଶୀଘ୍ର କରୋନା ଭ୍ୟାକ୍ସିନ ଆସିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri