Posted inଖେଳ

କରୋନା ପ୍ରଭାବ: ଡେନର୍ବିଙ୍କ ପାଇଁ ବିମାନ ବ୍ୟବସ୍ଥା କଲେ ସ୍ବିଡେନ ସରକାର

ନୂଆଦିଲ୍ଲୀ, ୧ା୪ (ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ କାରଣ ଯୋଗୁ ଏବେ ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଅନ୍ୟ କ୍ରୀଡ଼ା ଭଳି ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଦଳର ଟ୍ରେନିଂ ମଧ୍ୟ ବନ୍ଦ ରହିଛି। ତେଣୁ ଭାରତୀୟ ଦଳର ସ୍ବିଡିଶ୍‌ କୋଚ୍‌ ଥୋମାସ ଡେନର୍ବି ବୁଧବାର ସ୍ବଦେଶ ଫେରିବା ପାଇଁ ବ୍ୟବସ୍ଥା ହୋଇଛି। ଭାରତରେ ଥିବା ସେମାନଙ୍କ ନାଗରିକଙ୍କୁ ଫେରାଇ ନେବାପାଇଁ ସ୍ବିଡେନ ସରକାରଙ୍କ ପକ୍ଷରୁ ବିମାନ ବ୍ୟବସ୍ଥା କରାଯାଇଛି। ସେଥିରେ ଡେନର୍ବି ଏବଂ ତାଙ୍କ ସାଥି ଫିଟ୍‌ନେସ୍‌ କୋଚ୍‌ ପେର କାର୍ଲସନ ସ୍ବଦେଶ ଫେରିବେ। ନଭେମ୍ବରରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଡେନର୍ବି ଭାରତୀୟ ଦଳର ଦାୟିତ୍ୱରେ ଅଛନ୍ତି। ” ବର୍ତ୍ତମାନ ଟ୍ରେନିଂ ବନ୍ଦ। ଖେଳାଳିମାନେ ସେମାନଙ୍କ ଘରକୁ ଫେରି ଯାଇଛନ୍ତି। ତେଣୁ ମୁଖ୍ୟ କୋଚ୍‌ ଡେନର୍ବି ବୁଧବାର ସ୍ବିଡେନ ଫେରିଯିବେ“ ବୋଲି ସର୍ବଭାରତୀୟ ଫୁଟବଲ ଫେଡେରେଶନ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଭାରତର ୫ଟି ଭେନ୍ୟୁରେ ହେବାର କାର୍ଯ୍ୟସୂଚୀ ରହିଛି।
୬୦ ବର୍ଷୀୟ ଅଭିଜ୍ଞ ଡେନର୍ବି ଗତବର୍ଷ ନଭେମ୍ବରରେ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପାଇଁ କୋଚ୍‌ ନିଯୁକ୍ତ ହୋଇଥିଲେ। ପୂର୍ବରୁ ତାଙ୍କ ପ୍ରଶିକ୍ଷଣରେ ସ୍ବିଡେନ ମହିଳା ଫୁଟବଲ ଦଳ ୨୦୧୧ରେ ଜର୍ମାନୀରେ ଅନୁଷ୍ଠିତ ମହିଳା ଫିଫା ବିଶ୍ୱକପରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ତାଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲା। ୨୦୧୯ରେ ଫ୍ରାନ୍ସରେ ଅନୁଷ୍ଠିତ ମହିଳା ଫିଫା ବିଶ୍ୱକପ ସମୟରେ ଡେନର୍ବି ନାଇଜେରିଆ ସିନିୟର ଦଳର କୋଚ୍‌ ଥିଲେ। ଭାରତରେ ଟ୍ରେନିଂ ପ୍ରକ୍ରିୟା ଆରମ୍ଭ ପାଇଁ ସ୍ଥିତି ଉପୁଜିଲେ ଡେନର୍ବି ପ୍ରତ୍ୟାବର୍ତ୍ତନ କରିବେ ବୋଲି କୁଶାଲ କହିଛନ୍ତି। ପ୍ରକାଶଯୋଗ୍ୟ ଯେ, ଭାରତରେ ମାର୍ଚ୍ଚ ୨୫ରେ ୨୧ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି। ଏହା ଏପ୍ରିଲ ୧୪ ପର୍ଯ୍ୟନ୍ତ ଚାଲିବ। କରୋନା ଭାଇରସ ସଂକ୍ରମଣ ଯୋଗୁ ଅନେକ ପ୍ରତିଯୋଗିତା ସ୍ଥଗିତ କିମ୍ବା ବାତିଲ ହୋଇଥିଲେ ହେଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ହେବାନେଇ କୁଶାଲ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri