Posted inଖେଳ

କରୋନା ଦ୍ୱାରା ଭାରତୀୟ କ୍ରୀଡ଼ା ପ୍ରଭାବିତ

ନୂଆଦିଲ୍ଲୀ,୭।୩(ପି.ଟି.)- ବିଶ୍ୱବ୍ୟାପୀ କରୋନାଭାଇରସ୍‌ର ଆତଙ୍କ ଦେଖା ଦେଇଛି। ଏହା ମଧ୍ୟ ଭାରତୀୟ କ୍ରୀଡ଼ାକୁ ପ୍ରଭାବିତ କରିଛି। ପ୍ରଥମ ମେଜର ଇଭେଣ୍ଟ ଭାବେ ଶୁଟିଂ ବିଶ୍ୱକପକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ଦେଶରେ ତାରକା ଆଥଲେଟ୍‌ଙ୍କ ଅଲିମ୍ପିକ୍‌ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ନୂଆଦିଲ୍ଲୀରେ ଶୁଟିଂ ବିଶ୍ୱକପ୍‌ ମାର୍ଚ୍ଚ ୧୫ରୁ ୨୫ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା ଏବେ ଘୁଞ୍ଚିଛି। ଅନ୍ୟପଟେ ଟୋକିଓ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଏପ୍ରିଲ ୧୬ ତାରିଖର ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ମଧ୍ୟ ବାତିଲ କରାଯାଇଛି। ଭାରତରେ କରୋନାଭାଇରସ ରୋଗୀଙ୍କ ସଂଖ୍ୟା ଏବେ ୩୧କୁ ବୃଦ୍ଧି ପାଇଛି। ଏଥିମଧ୍ୟରେ ୧୬ଜଣ ଇଟାଲୀ ନାଗରିକ ମଧ୍ୟ ସାମିଲ ରହିଛନ୍ତି। ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩,୩୩୦ଜଣ ଲୋକ ଏଥିରେ ମୃତ୍ୟୁବରଣ କରିଛନ୍ତି। ୮୫ଟି ଦେଶରେ ପାଖାପାଖି ଏକ ଲକ୍ଷ ଲୋକ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।
ତେବେ ଏହା ସତ୍ତ୍ୱେ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବ ନିର୍ଦ୍ଧାରିତ ତାରିଖରେ ଆୟୋଜନ ହେବ। ମୁମ୍ବାଇରେ ମାର୍ଚ୍ଚ ୨୯ ତାରିଖରୁ ଏହା ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଅଲିମ୍ପିକ୍ସ ପୂର୍ବରୁ ଏବେ ଶୁଟିଂ ବିଶ୍ୱକପ୍‌ ଦୁଇଟି ସ୍ଥାନରେ ଆୟୋଜନ ହେବ। ରାଇଫଲ ଓ ପିସ୍ତଲ ପ୍ରତିଯୋଗିତା ମେ ୫ରୁ ୧୨ ତାରିଖ ମଧ୍ୟରେ ଆୟୋଜନ ହେବ। ସେହିପରି ଶଟ୍‌ଗନ ପ୍ରତିଯୋଗିତା ଜୁନ୍‌ ୨ରୁ ୯ ତାରିଖ ମଧ୍ୟରେ ଖେଳାଯିବ ବୋଲି ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ କହିଛି। ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ)କୁ ଜାତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ପ୍ରସ୍ତାବ ଦେବା ପରେ ଶୁଟିଂ ବିଶ୍ୱକପ୍‌କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଚାଇନା, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ ଓ ଇରାନରୁ ଯାତ୍ରୀଙ୍କୁ ଭାରତ ଆସିବାରେ ବାରଣ କରାଯାଇଛି। ଫଳରେ ମୋଟ ଉପରେ ୨୨ଟି ଦେଶ ଏହି ଓଭେଣ୍ଟରୁ ଓହରିଯାଇଛନ୍ତି ବୋଲି ଏନ୍‌ଆରଏଆଇ ତରଫରୁ କୁହାଯାଇଛି।
ତେବେ ଆଇପିଏଲ୍‌ ଆୟୋଜନ ପାଇଁ କୌଣସି ସମସ୍ୟା ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। କରୋନାଭାଇରସ ପାଇଁ ଆମେ ସବୁ ପ୍ରକାର ବିହିତ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି ସେ କହିଛନ୍ତି। ବିଶ୍ୱର ସବୁଠି ଟୁର୍ନାମେଣ୍ଟ ଚାଲୁ ରହିଛି। ଏବେ ଶ୍ରୀଲଙ୍କାରେ ଇଂଲଣ୍ଡ ସିରିଜ ଖେଳୁଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ଆସିଛି। କାଉଣ୍ଟି ଦଳଗୁଡିକ ମଧ୍ୟ ଅବୁଧାବି, ୟୁଏଇ ଯାତ୍ରା କରିଛନ୍ତି। ତେଣୁ ଆଇପିଏଲ୍‌ ଆୟୋଜନ ନେଇ କୌଣସି ସମସ୍ୟା ନାହିଁ। ମେଡିକାଲ ଟିମ୍‌ ମଧ୍ୟ ଏଥିପାଇଁ ପ୍ରସ୍ତୁତ କରାଯିବ।
କରୋନାଭାଇରସ ପାଇଁ ବିଶ୍ୱରେ ବିଭିନ୍ନ ବଡ଼ ଇଭେଣ୍ଟ ବାତିଲ ହୋଇସାରିଛି। ସାଇ ମଧ୍ୟ ସାରା ଦେଶରେ ଆଥଲେଟ ଓ ଷ୍ଟାଫ୍‌ଙ୍କ ପାଇଁ ବାୟୋମେଟ୍ରିକ ଆଟେଣ୍ଡାନ୍ସକୁ ବାତିଲ କରିଛି। ଜାପାନରେ ଖେଳାଯିବାକୁ ଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଘୁଞ୍ଚାଯାଇଛି କିମ୍ବା ବାତିଲ କରାଯାଇଛି। ଏପରିକି ଜୁଲାଇ- ଅଗଷ୍ଟରେ ଆୟୋଜନ ହେବାକୁ ଥିବା ବିଶ୍ୱର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ଆୟୋଜନ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ତେବେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ସ୍ପଷ୍ଟ କରିଛି।
ଆଶଙ୍କାରେ ଦୂତୀ
ଦେଶର ତାରକା କ୍ରୀଡ଼ାବିତ୍‌ମାନେ ମଧ୍ୟ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି। ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ, ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦ ଚିନ୍ତା ପ୍ରକଟ କରିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରି ନ ଥିବାରୁ ଦୂତୀ ଆଶଙ୍କାରେ ଅଛନ୍ତି। କରୋନାଭାଇରସ୍‌ କାରଣରୁ ବିଶ୍ୱରେ ବିଭିନ୍ନ ଟୁର୍ନାମେଣ୍ଟ ଆୟୋଜନ ହୋଇପାରୁ ନାହିଁ। ବିଦେଶରେ ମୋର ୩ଟି ଇଭେଣ୍ଟ ବାତିଲ ହୋଇ ସାରିଛି। ଟିକେଟ ବୁକ୍‌ କରିସାରିଥିଲେ ମଧ୍ୟ ଭିଜା ପାଇନାହିଁ। ଯଦି ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ଆସେ ତାହେଲେ ବିଶ୍ୱର ସବୁ ଆଥଲେଟ୍‌ଙ୍କ ପାଇଁ ସମସ୍ୟ ସୃଷ୍ଟି ହେବ। ଯଦି ୨୬ କିମ୍ବା ୨୭ଟି ଦେଶ ଓହରିଯାଆନ୍ତି ତା’ହେଲେ ଅଲିମ୍ପିକ୍ସ ଭଳି ମେଗା ଇଭେଣ୍ଟ ଆୟୋଜନ ହୋଇପାରିବ ନାହିଁ ବୋଲି ଦୂତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ…

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri