କରୋନା ଡର ନାହିଁ: ତୁର୍କମେନିସ୍ତାନରେ ଆରମ୍ଭ ହେବ ଫୁଟବଲ ସେସନ

ଅଶଗାବାଟ୍‌, ୧୯।୪ (ଏଏଫ୍‌ପି): ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଅଲିମ୍ପିକ୍‌ ଓ ୟୁରୋକପ୍‌ ଫୁଟବଲ୍‌ ସମେତ ବହୁ ବଡ଼ ତଥା ଛୋଟ ଇଭେଣ୍ଟ ଏହି କାରଣରୁ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। କିନ୍ତୁ ତ୍‌ୁର୍କମେନିସ୍ତାନରେ କଥା ଅଲଗା ହୋଇଛି। ଦର୍ଶକଙ୍କ ଦ୍ୱାରା ଖଚାଖଚ୍‌ ଭରା ଷ୍ଟାଡିୟମରେ ଏହି ଦେଶରେ ଫୁଟବଲ ସେସନ ଆରମ୍ଭ ହେବାକୁ ଯାଉଛି। ତୁର୍କମେନିସ୍ତାନରେ ଏପର୍ଯ୍ୟନ୍ତ କରୋନା ଭାଇରସର କୌଣସି ମାମଲା ଦେଖାଯାଇନାହିଁ। ଫଳରେ ଏଠାରେ ଦର୍ଶକଙ୍କ ଉପସ୍ଥିତିରେ ଫୁଟବଲ ସିଜନ ଆରମ୍ଭ ହେବା ନେଇ ପ୍ରାକ୍‌ ପ୍ରସ୍ତୁତି ଶେଷ ହୋଇଛି।
କୋଭିଡ୍‌-୧୯ ନେଇ ଅନ୍ୟଦେଶଗୁଡିକର ପଥ ଅନୁସରଣ କରି କେନ୍ଦ୍ର ଏସିୟାର ଏହି ଦେଶ ତୁର୍କମେନିସ୍ତାନ ୮ଟି ଦଳକୁ ନେଇ ଗଠିତ ଗତ ମାର୍ଚ୍ଚରେ ଆୟୋଜନ ହେବାକୁ ଥିବା ଲିଗ୍‌କୁ ସସ୍‌ପେଣ୍ଡ କରିଥିଲା। ତେବେ ଲିଗ୍‌ର ମ୍ୟାଚ୍‌ ଖେଳାଯାଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ରାଷ୍ଟ୍ରୀୟ ଫୁଟବଲ ମହାସଂଘର ସୁପାରିସ୍‌ କ୍ରମେ ଏହି ଲିଗ୍‌କୁ ସସ୍‌ପେଣ୍ଡ କରାଯାଇଥିଲା। ତେବେ ବର୍ତ୍ତମାନ ଗୋଟିଏ ମାସ ପରେ ପୁଣି ଫୁଟବଲ ଟ୍ରାକ୍‌କୁ ଫେରିବାକୁ ଯାଉଛି। ତେବେ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଏ ନେଇ ଚିନ୍ତା ପ୍ରକଟ କରିଛି। ତୁର୍କମେନିସ୍ତାନ କୋଭିଡ୍‌-୧୯ ନେଇ ଆଦୌ ଗୁରୁତର ସହ ଗ୍ରହଣ କରୁନାହିଁ ବୋଲି କୁହାଯାଇଛି। ଆମର ଏଠାରେ କରୋନା ଭାଇରସ ଆଦୌ ନାହିଁ । ତେଣୁ ଫୁବଟଲ ସେସନ ଆରମ୍ଭ କରାଗଲେ କ୍ଷତି କ’ଣ ବୋଲି ଜଣେ ୩୪ ବର୍ଷୀୟ ଯୁବ ବ୍ୟବସାୟର ଅଶିର ୟୁସୁପୋଭ କହିଛନ୍ତି। ପୂର୍ବରୁ ତୁର୍କମେନିସ୍ତାନ ସମେତ ତାଜିକିସ୍ତାନ ଓ ବେଲାରୁଷ ମଧ୍ୟ ପେସାଦାର ଫୁଟବଲ ଲିଗ୍‌କୁ ସସ୍‌ପେଣ୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri