Posted inଖେଳ

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି। ଅନେକ ପ୍ରମୁଖ ଟୁର୍ନାମେଣ୍ଟକୁ ଇତି ମଧ୍ୟରେ ବାତିଲ କରାଯାଇଛି। ଭାରତୀୟ ଘରୋଇ କ୍ରିକେଟର ପ୍ରମୁଖ ପେସାଦାର ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ। ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ କ୍ରୀଡ଼ାର ଭବିଷ୍ୟତକୁ ନେଇ ଆକଳନ କରିବା କଷ୍ଟକର। ତେବେ ଚଳିତ ବର୍ଷ ତଥା ଆଗାମୀ କ୍ରିକେଟ ସିଜିନରେ ରାଜ୍ୟ କ୍ରିକେଟର ସ୍ଥିତି କିପରି ରହିବ ତାହାକୁ ନେଇ ମତାମତ-

ଭିଜନ-୨୦୨୪ ଉପରେ ଆଞ୍ଚ ଆସିବ
ସବୁ କିଛି ଭଲଭାବେ ଚାଲିଥିଲା। ଆମେ କ୍ଲବ ସ୍ତରୀୟ ଟୁର୍ନାମେଣ୍ଟ ସଫଳପୂର୍ଣ୍ଣ ଭାବେ ଆୟୋଜନ କରିଛୁ। ଏଥିରୁ ଅନେକ ନୂତନ ପ୍ରତିଭା ସମ୍ମୁଖକୁ ଆସିଛନ୍ତି। ହେଲେ ପରବର୍ତ୍ତୀ କୌଣସି ପଦକ୍ଷେପ ପୂର୍ବରୁ ଆମ ହାତ ବାନ୍ଧି ହୋଇ ଗଲା।କରୋନା ଭାଇରସର ପ୍ରଭାବ ଯୋଗୁଁ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ କୌଣସି ସ୍ପଷ୍ଟ ଘୋଷଣା କରିନାହିଁ । ଭିଜନ-୨୦୨୪କୁ ଲକ୍ଷ୍ୟରେ ରଖି ଯେଉଁ ସମସ୍ତ କାର୍ଯ୍ୟକ୍ରମ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆରମ୍ଭ କରିଥିଲା, ସେଥିରେ ନିଶ୍ଚିତ ଭାବେ ଆଞ୍ଚ ଆସିବ। ତଥାପି ରାଜ୍ୟ କ୍ରିକେଟ ଦୁର୍ବଳ ହେବନି ବୋଲି ଆମର ବିଶ୍ୱାସ। – ସଞ୍ଜୟ ବେହେରା, ସମ୍ପାଦକ, ଓସିଏ

ସବୁକିଛି ଅନିଶ୍ଚିତତା ଭିତରେ ରହିଛି
ଘରୋଇ କ୍ରିକେଟ ଟୁର୍ନାମେଣ୍ଟକୁ ନେଇ ବିସିସିଆଇ ଖେଳସୂଚୀ ଘୋଷଣା କରିନାହିଁ। ଏଣୁ ଆଗାମୀ ଦିନରେ କେଉଁ ସବୁ ଟୁର୍ନାମେଣ୍ଟ ହେବା ତାହା ସ୍ପଷ୍ଟ ହେଉନି। କେବଳ ଓଡ଼ିଶା କ୍ରିକେଟ ନୁହେଁ ଭାରତର ସମସ୍ତ ରାଜ୍ୟରେ କ୍ରିକେଟ ଖେଳ ଉପରେ ଏବେ ପ୍ରଭାବ ପଡ଼ିଛି। ବୋଧ ହୁଏ ଆଗାମୀ ଦିନରେ ଟୁର୍ନାମେଣ୍ଟ ଆୟୋଜନ କରାଗଲେ ମ୍ୟାଚ ସଂଖ୍ୟା କମିବ। କ୍ଲବ ଟୁର୍ନାମେଣ୍ଟରୁ ଯେଉଁ ସମସ୍ତ ଖେଳାଳି ସମ୍ମୁଖକୁ ଆସିଛନ୍ତି, ଦଳ ଚୟନରେ ସେମାନଙ୍କ ଉପରେ ନଜର ରଖାଯିବ।ଜୁନିୟର ବର୍ଗର କ୍ରିକେଟକୁ ନେଇ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ସମ୍ମୁଖକୁ ଆସୁନି। ସବୁ କିଛି ଏବେ ଅନିଶ୍ଚିତତା ଭିତରେ ରହିଛି । – ସୁବ୍ରତ କୁମାର ବେହେରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓସିଏ

ସ୍ଥିତି ସୁଧୁରିବା ଯାଏ ଅପେକ୍ଷା
ଗୋଟିଏ ବର୍ଷର ଖେଳ ଖରାପ ହୋଇଗଲେ ବି କୌଣସି ଅସୁବିଧା ନାହିଁ । ଏବେ ସମଗ୍ର ମାନବସମାଜ ମାରାତ୍ମକ ଭାଇରସ ଯୋଗୁଁ ଚିନ୍ତାରେ । ଯଦି ସବୁକିଛି ଠିକ ହୋଇଯାଏ, ତାହେଲେ ପୁନର୍ବାର କ୍ରିକେଟ ଟୁର୍ନାମେଣ୍ଟ ଗୁଡ଼ିକ ଆରମ୍ଭ ହେବ । ସେତେବେଳେ ପ୍ରସ୍ତୁତି ପାଇଁ ଆମ ପାଖରେ କେତେ ସମୟ ରହିବ ଓ ଏହାକୁ ଆମେ କେତେମାତ୍ରାରେ ଉପଯୋଗ କରିବୁ ତାହା ଚ୍ୟାଲେଞ୍ଜିଂ ହେବ । – ରଶ୍ମୀରଞ୍ଜନ ପରିଡ଼ା, କୋଚ୍‌

କ୍ରିକେଟଠାରୁ ଜୀବନ ମୂଲ୍ୟବାନ
କ୍ରିକେଟର ବିକାଶ ଆଜି ନହେଲେ କାଲି ବି ହୋଇ ପାରିବ । ଏବେ ଦେଶର ପରିସ୍ଥିତି ଯାହା, ସେ ସମୟରେ କ୍ରିକେଟର ବିକାଶ କଥା ଭାବି ହେଉନାହିଁ । ରାଜ୍ୟ କ୍ରିକେଟ ଉପରେ ଏହା ନିଶ୍ଚିତ ଭାବେ ବଡ଼ ଧରଣର ପ୍ରଭାବ ପକାଇବ । ହେଲେ ଏବେ ମଣିଷର ଜୀବନ ମୂଲ୍ୟବାନ।- ସୌରଜିତ ମହାପାତ୍ର, ପୂର୍ବତନ କ୍ରିକେଟ ଖେଳାଳି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri