କମ୍ପାନୀର ଜବରଦଖଲରେ ଚାଷଜମି – ଶାଗମାଛ ଦରରେ ଜମି ନେଇ ଯାଉଛି କମ୍ପାନୀ

ଯୋଡ଼ା,୨୪।୬(ଡ଼ିଏନଏ)- ସାଧାରଣ ଲୋକଙ୍କ ଜମିକୁ ବିଭିନ୍ନ ଉପାୟରେ ଶାଗମାଛ ମୂଲ୍ୟରେ ଟାଟା କମ୍ପାନୀ କିପରି ନିଜ ଅଧୀନକୁ ନେଉଛି, ତାର ଆଉ ଏକ ଉଦାହରଣ ଏବେ ଲୋକଲୋଚନକୁ ଆସିଛି। କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ରହୁଥିବା ସୁରେଶ ପଲେଇ ତାଙ୍କ ପୈତୃକ ଜମିକୁ ଟାଟାଷ୍ଟିଲ କମ୍ପାନୀ ଜବରଦଖଲ କରି ଅକ୍ତିଆରେ ରଖିଥିବା ଅଭିଯୋଗ କରିଛନ୍ତି। ସୁରେଶ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ବାପା ସ୍ବର୍ଗତ ନୀଳାଦ୍ରି ପଲେଇ ଟାଟାଷ୍ଟିଲରେ ଚାକିରୀିକରି ୧୯୮୬ମସିହାରେ ଅବସର ନେଇଥିଲେ। ୨୦୦୯-୧୦ ମସିହାରେ ଟାଟାଷ୍ଟିଲ କମ୍ପାନୀ ତାଙ୍କ କମାରଯୋଡ଼ା ମୌଜାସ୍ଥିତ ଖାତା ନଂ. ୭୫, ପ୍ଲଟ ନଂ. ୮୮୦, ଏ୦.୭୯.୮ ଡିସିମାଲ ଜମିରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ନିର୍ମାଣ କରିଛି। ଯେଉଁ ଜମିରେ କି ତାଙ୍କ ବାପା ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଉକ୍ତ ଜମିରେ କମ୍ପାନୀ ଟାଓ୍ବାର ନିର୍ମାଣ କରି କାରଖାନା ପାଇଁ ବିଦ୍ୟୁତ ସଂଯୋଗ କରିଛି। ଜମିର ପରିମାଣ ଏ୦.୭୯.୮ ଡିସିମାଲ ଥିଲେ ହେଁ ଟାୱାର ନିର୍ମାଣ କରାଯିବା ପରେ ଅବଶିଷ୍ଟ ଜମି କୌଣସି କାର୍ଯ୍ୟରେ ଲାଗିପାରୁ ନାହିଁ। କାରଣ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ଥିବାରୁ ସେଠାରେ ଚାଷ କାମ କିମ୍ବା ଅନ୍ୟ କୌଣସି ଘର ନିର୍ମାଣ କରାଯାଇପାରୁ ନାହିଁ। ଏହି ଟାୱାର ନିର୍ମାଣ ପାଇଁ ଜମି ନେବା ସମୟରେ ତାଙ୍କ ବାପା ଅଶିକ୍ଷିତ ଥିବାରୁ ଏକ ରସିଦରେ ଟିପଚିହ୍ନ ନେଇ ୩୦ହଜାର ଟଙ୍କା ଦେଇଥିଲେ। ଏପରି କି କିଛି ଦିନ ପରେ ଉକ୍ତ ବିଦ୍ୟୁତ ଟାୱାରକୁ ସ୍ଥାନାନ୍ତର କରାଯିବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଟାଓ୍ବାର ସ୍ଥାନାନ୍ତର କରାଯାଇ ନାହିଁ କିମ୍ବା ଜମିର ଉଚିତ୍‌ କ୍ଷତିପୂରଣ ଦିଆଯାଉ ନ ଥିବା ସେ କହିଛନ୍ତି। ଏନେଇ ସେ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତଭାବେ ଜଣାଇ ଆସୁଥିଲେ ହେଁ କେହି ତାଙ୍କ ଗୁହାରି ଶୁଣୁ ନ ଥିବା ସୁରେଶ ଅଭିଯୋଗ କରିଛନ୍ତି। ୨୩।୦୩।୨୦୧୮ରେ ଯୋଡ଼ାସ୍ଥିତ କମ୍ପାନୀ କର୍ତ୍ତୃୃପକ୍ଷଙ୍କୁ ଲିଖିତଭାବେ ଜଣାଇବାରୁ କମ୍ପାନୀ ଅଧିକାରୀ ପ୍ରକାଶ କୁମାର ମହାପାତ୍ର, ଅନ୍ୟଜଣେ କମ୍ପାନୀ ଅଧିକାରୀ ଦେବାଶିଷ ଜେନାଙ୍କୁ ଏ ବିଷୟରେ ଜମି ମାଲିକଙ୍କ ସହିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେବା ସହ କମ୍ପାନୀ ପକ୍ଷରୁ ଉକ୍ତ ଜମିର ଚିହ୍ନଟ କରିବା ପାଇଁ କୁହାଯାଇଥିଲା। ଜମି ମାଲିକ ସୁରେଶ ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ଜମି ଚିହ୍ନଟ ପାଇଁ ଆବେଦନ କରିବାରୁ ଏହାର ଚିହ୍ନଟ କରିବା ପାଇଁ ଯୋଡ଼ା ଆରଆଇ, ଅମିନ ଯାଇ ଉକ୍ତ ଜମିର ଚିହ୍ନଟ ପ୍ରକ୍ରିୟା କରି ଏହାର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ା ଏହି ଜମି ଚିହ୍ନଟର ସମସ୍ତ ତଥ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେବା ପରେ ମଧ୍ୟ କମ୍ପାନୀ ଏହାର କୌଣସି ସମାଧାନ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡ଼ା ଟାଟାଷ୍ଟିଲ ଅଧିକାରୀ ପ୍ରକାଶ ମହାପାତ୍ରଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଉକ୍ତ ଜମି ମାଲିକଙ୍କ ପରିବାରର ସଦସ୍ୟଙ୍କୁ କମ୍ପାନୀ ଚାକିରି ଦେଇଛି, ଜମିର କ୍ଷତିପୂରଣ ବାବଦକୁ ୩୦ହଜାର ଟଙ୍କା ମଧ୍ୟ ଦିଆଯାଇଛି। ବଡ଼ବିଲ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କମ୍ପାନୀ ପାଖକୁ ଏହାର ସମାଧାନ କରିବା ପାଇଁ ଏକ ନୋଟିସ ମଧ୍ୟ ଆସିଛି ା ତେବେ ଏନେଇ ଖୁବଶୀଘ୍ର ଆଲୋଚନା କରାଯିବ ବୋଲି ମହାପାତ୍ର କହିଛନ୍ତି। ଅପରପକ୍ଷରେ ଜମି ମାଲିକ ସୁରେଶଙ୍କୁ ପରିବାରୁ ତାଙ୍କ ପଚାରିବାରୁ କୌଣସି ସଦସ୍ୟଙ୍କୁ କମ୍ପାନୀ ପକ୍ଷରୁ ଜମି ବାବଦକୁ ଚାକିରି ଦିଆଯାଇ ନାହିଁ କି ଜମିର ଉଚିତ କ୍ଷତିପୂରଣ ଦିଆଯାଇ ନାହିଁ। ବାପାଙ୍କ ଅଶିକ୍ଷିତର ସୁଯୋଗ ନେଇ କମ୍ପାନୀ କର୍ତ୍ତୃପକ୍ଷ ସାମାନ୍ୟ କିଛି ଟଙ୍କାଦେଇ ଏତେ ବଡ଼ ଜମିକୁ ହଡ଼ପ କରିଛନ୍ତି ବୋଲି ସୁରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri