କମ୍ପାନୀ କର୍ମଚାରୀଙ୍କ କଲୋନୀରେ ସରକାରୀ ବାବୁ, ପୋଲିସ; ନାଲ୍‌କୋ ଉପରେ ଚାପ ଚର୍ଚ୍ଚା

ଅନୁଗୋଳ ଅଫିସ/ବଅଁରପାଳ, ୧।୭(ଡି.ଏନ.ଏ.)  କର୍ମଚାରୀଙ୍କ ପାଇଁ କଲୋନୀ ନିର୍ମାଣ କରିଛି ନାଲ୍‌କୋ। ହେଲେ ପ୍ରାୟ ଶତାଧିକ କ୍ୱାର୍ଟର୍ସରେ ରହୁଛନ୍ତି ସରକାରୀ ଅଧିକାରୀ ଓ ପୋଲିସ। ଭଡ଼ା ଦେଉଥିଲେ ବି ସେମାନେ ଏଠାରେ ରହିବା ନିୟମ ବହିର୍ଭୂତ। ତଥାପି ନାଲ୍‌କୋ ଉପରେ ଚାପ ପକାଇ ଏହି ସରକାରୀ ଅଧିକାରୀ ଓ ପୋଲିସ ବାବୁମାନେ ଦୀର୍ଘବର୍ଷ ହେଲା କ୍ୱାର୍ଟର୍ସରେ ରହି ଆସୁଥିବା କଲୋନୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଥିବା ଏହି ନାଲ୍‌କୋ ସ୍ମେଲଟର ଟାଉନଶିପ୍‌ କଲୋନୀରେ ରହିଛି ୩ ହଜାରରୁ ଅଧିକ କ୍ୱାର୍ଟର୍ସ। ୧୯୯୦ରେ କର୍ମଚାରୀଙ୍କ ରହଣି ପାଇଁ ନାଲ୍‌କୋ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିଲା। ନବରତ୍ନ କମ୍ପାନୀର କଲୋନୀ ହୋଇଥିବାରୁ ଏଠାରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ନାଲ୍‌କୋ ପାଓ୍ବାର ପାଣ୍ଟରୁ କଲୋନୀକୁ ବିଦ୍ୟୁତ୍‌ ଯୋଗାଣ ହେଉଛି। ତେଣୁ ପାଓ୍ବାର କଟ୍‌ର ସମ୍ଭାବନା ନ ଥିବା ବେଳେ ୨୪ ଘଣ୍ଟିଆ ହାଇଭୋଲଟେଜ ବିଦ୍ୟୁତ୍‌ ଓ ପାନୀୟ ଜଳର ସୁବିଧା ଉପଲବ୍ଧ ହେଉଛି। ସେହିପରି ନିଜସ୍ବ ସୁରକ୍ଷା ବ୍ୟବସ୍ଥା, ପାର୍କ, ମନ୍ଦିର, ଚକାଚକ୍‌ ରାସ୍ତା କଲୋନୀ ପରିବେଶକୁ ଅନ୍ୟ ଅଞ୍ଚଳଠାରୁ ସ୍ବତନ୍ତ୍ର ବୋଲି ଦର୍ଶାଉଛି। ତେଣୁ ଏଠାରେ ରହି ଅୟସ କରିବାର ମୋହ କେତେଜଣ ସରକାରୀ ଅଧିକାରୀ ଓ ପୋଲିସ ବାବୁଙ୍କୁ କ୍ୱାର୍ଟର୍ସ ମୁହଁା କରିଛି। ଖାସ୍‌ ଏହି କାରଣରୁ ଅନେକ ବାବୁ ନାଲ୍‌କୋ ଉପରେ ଯେନେତେନେ ପ୍ରକାର ଚାପ ପକାଇ କ୍ୱାର୍ଟର୍ସ ଅକ୍ତିଆର କରିନେଉଥିବା କଲୋନୀବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଏପରି କି ସୁବିଧା ପାଇଁ କେତେଜଣ କ୍ୱାର୍ଟର୍ସରେ ଅଫିସ ମଧ୍ୟ ଖୋଲିଥିବା କିଛି ଶ୍ରମିକନେତା କହିଛନ୍ତି। କ୍ୱାର୍ଟର୍ସ ମାଡ଼ିବସିଥିବା ତାଲିକାର ଶୀର୍ଷରେ ରହିଛି ପୋଲିସ। ଦୀର୍ଘଦିନ ହେଲା କଲୋନୀର ୪୭ଟି କ୍ବାର୍ଟର୍ସ ପୋଲିସ ଅକ୍ତିଆରରେ ରହିଛି। ସେହିପରି ୧୦ଟି କ୍ବାର୍ଟର୍ସରେ ଡାକ ବିଭାଗ ଅଧିକାରୀ, ୨୦ଟିରେ ବିଭିନ୍ନ ବ୍ୟାଙ୍କ ଅଧିକାରୀ, ୩ଟିରେ କାରଖାନା ଓ ବାଷ୍ପିତ୍ର ବିଭାଗ ଅଧିକାରୀ, ୩ଟି କ୍ୱାର୍ଟର୍ସରେ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର, ୨ଟିରେ ବିଏସ୍‌ଏନଏଲ, ୫ଟିରେ ସେଣ୍ଟ୍ରାଲ ଏକ୍ସସାଇଜ୍‌, ୧ଟିରେ କେନ୍ଦ୍ରୀୟ ଶ୍ରମ ବିଭାଗ, ଗୋଟିଏରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଧିକାରୀ ଓ ୩ଟି କ୍ୱାର୍ଟର୍ସରେ ଆୟକର ବିଭାଗ ଅଧିକାରୀ ରହୁଛନ୍ତି। ଏଥିସହ ବହୁ ପ୍ରଶାସନିକ ଓ ପୋଲିସ ଅଧିକାରୀ ମାସ ମାସ ଧରି ନାଲ୍‌କୋ ଅତିଥି ନିବାସରେ ଡେରା ପକାଉଛନ୍ତି। ଅନୁଗୋଳ ସଦର ମହକୁମାରେ ସର୍କିଟ ହାଉସ ଠାରୁ ଆରମ୍ଭ କରି ବହୁ ସରକାରୀ ବଙ୍ଗଳା ଥିଲେ ବି ସମ୍ପୃକ୍ତ ବାବୁମାନେ ସେଠାରେ ନ ରହି ନାଲ୍‌କୋ ଅତିଥି ନିବାସ ବୁକ୍‌ କରୁଥିବା ଅନେକ ସମୟରେ ଦେଖାଯାଉଛି। ଅନ୍ୟପକ୍ଷରେ ନାଲ୍‌କୋ କଲୋନୀରେ ବହୁ ପୋଲିସ ବାବୁ ରହୁଥିଲେ ବି ଏକାଧିକ କ୍ୱାର୍ଟର୍ସରୁ ଚୋରି ହେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଜନୈକ ଅଧିକାରୀଙ୍କ କହିବା ଅନୁଯାୟୀ, ଜିଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ କେତେଜଣ ସରକାରୀ ଅଫିସର ଓ ପୋଲିସ ଏଠାରେ ରହୁଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ କ୍ୱାର୍ଟର୍ସ ମିଳିଥିବା ଓ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କ୍ୱାର୍ଟର୍ସ ସହ ଅତିଥିନିବାସ ଥିଲେ ବି ସେମାନେ ନାଲ୍‌କୋ କଲୋନୀରେ କାହିଁକି ଭଡ଼ାରେ ରହୁଛନ୍ତି ତାହା ବୁଝାପଡ଼ୁନି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri