କମୁନି ଝିଅବୋହୂଙ୍କୁ ଶାରିରୀକ ନିର୍ଯାତନା: ପ୍ରହସନ ପାଲଟିଛି ଆତ୍ମରକ୍ଷା କୌଶଳ ତାଲିମ

ଯାଜପୁର ଅଫିସ,୨୮।୯: ରାଜ୍ୟ ଯୁବ ନୀତି (ଷ୍ଟେଟ ୟୁଥ୍‌ ପଲିସି)-୨୦୧୩ ଅନୁଯାୟୀ କଲେଜ ଛାତ୍ରୀଙ୍କୁ ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପ୍ରଣୀତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଯାଜପୁର ଜିଲାରେ ପ୍ରହସନ ପାଲଟିଛି । ଜିଲାର କୌଣସି କଲେଜରେ ଏହି ମହତ ଯୋଜନାକୁ ଗାଇଡ୍‌ଲାଇନ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଛାତ୍ରୀଙ୍କ ଆମତ୍ରକ୍ଷା କୌଶଳ ପରାହତ ହେଉଛି। ଏହି ଅନୀୟମିତତାକୁ ଉଚ୍ଚଶିକ୍ଷା ବିଭାଗ ହୃଦୟଙ୍ଗମ କରି ଏକ ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯-୨୦ ବର୍ଷ ଏହି କାର୍ଯ୍ୟକ୍ରମକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ନୋଡାଲ କଲେଜ, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ, ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କଲେଜ ଏହି ନିର୍ଦ୍ଦେଶର ଅନୁପାଳନ କରିବ ନାହିଁ ସେହି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ନାରୀ ଅତ୍ୟାଚାର ଓ ବଳାକତ୍ାରର ଶିକାର ହୋଇଚାଲିଛନ୍ତି। ଅନେକ ସମୟରେ କଲେଜ ଛାତ୍ରୀମାନେ ଯୌନ ନିର୍ଯାତନା ଭୋଗୁଛନ୍ତି। ନିର୍ଜନ ରାସ୍ତାରେ ଯୁବତୀଟିଏ ଆଜି ଏକାକି ଯିବାର ସାହସ ଜୁଟାଇ ପାରୁନି। ଯୌତୁକ ରୂପୀ ରାକ୍ଷସ ଅନେକ ନବବଧୂଙ୍କ ସ୍ବପ୍ନରେ ନିଆଁ ଲଗାଇ ଦେଉଛି । ଯାଜପୁର ଜିଲାରେ ବୋହୂଙ୍କ ଚୁଟି ଧରି ଗାଁଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ଶ୍ୱଶୁର ମାଡ ମାରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । କହିବା ବାହୁଲ୍ୟ ଯେ, ନାରୀ ନିର୍ଯାତନା ସାମାଜିକ ବନ୍ଧନକୁ ଶିଥିଳ କରିଦେଇଛି। ଏହି ପରିପ୍ରେକ୍ଷୀରେ ମାର୍ଶଲ ଆର୍ଟ ଶିକ୍ଷା ନାରୀଙ୍କୁ ଶକ୍ତିମୟୀ କରିଛି। ରାଜ୍ୟର ଅନେକ ଯୁବତୀ ମାର୍ଶଲ ଆର୍ଟ ଶିକ୍ଷା ଗ୍ରହଣ କରି ଦେଶ ଓ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହିକ୍ରମରେ ଉଭୟ ମହିଳା ଓ ପୁରୁଷଙ୍କୁ ସୁଦୃଢ କରିବାକୁ ବିଭିନ୍ନ ଆସୋସିଏଶନ କାର୍ଯ୍ୟ କରୁଛି। ମାର୍ଶଲ ଆର୍ଟ ବ୍ୟତୀତ ଛାତ୍ରୀମାନେ ବୌଦ୍ଧିକ, ଯୋଗାସନ, ଧ୍ୟାନ, ସଂଯମ, ସମାଜସେବା, ସ୍ବାସ୍ଥ୍ୟରକ୍ଷା, ସୌଜନ୍ୟ ଓ ଶୃଙ୍ଖଳାଗତ ଜ୍ଞାନ ଆହରଣ କରି ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି । ତେଣୁ ଏହି ଶିକ୍ଷା ପ୍ରତି ଅଧିକାଂଶ ଅଭିଭାବକ ଓ ଛାତ୍ରୀ ଆକୃଷ୍ଟ ହୋଇଛନ୍ତି। ଏହିକ୍ରମରେ ଛାତ୍ରୀଙ୍କୁ ଅଧିକ ଶକ୍ତିମୟୀ କରିବାକୁ ସରକାର ଯୋଜନା କରିଥିଲେ ହେଁ କଲେଜ ଓ ସ୍କୁଲ କର୍ତ୍ତୃପକ୍ଷ ସେତେଟା ଆଗ୍ରହ ପ୍ରକାଶ କରିନାହାନ୍ତି। ଫଳରେ ଆଜି ବି ଛାତ୍ରୀମାନେ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଭୋଗୁଥିବା ଅନେକ ଦୃଷ୍ଟାନ୍ତ ରହିଛି ା ତେଣୁ ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ନୂଆ ନୀତି ଆପଣାଇଛନ୍ତି। ଏହିମର୍ମରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସମ୍ପାଦକ ଶ୍ୟାମଳୀ ମହାପାତ୍ର ସମସ୍ତ ଜିଲାପାଳଙ୍କୁ ଏହି ନୀତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାବାଦ ଉପଜିଲାପାଳ, ବିଡିଓ ଓ ତହସିଲଦାର ଏହି ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦନ ହେଉଛି କି ନାହିଁ ତାହା ନୀରିକ୍ଷଣ କରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର କୁହନ୍ତି, ପ୍ରତ୍ୟେକ ଛାତ୍ରୀ ଆମତ୍ସୁରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଝିଅମାନେ ଶାରୀରିକ ଭାବେ ଦୁର୍ବଳ ହୋଇଥିବାରୁ ନାରୀ ସବୁବେଳେ ନିର୍ଯାତିତ ହୋଇଥାଏ। ତେଣୁ ଝିଅବୋହୂଙ୍କ ସୁରକ୍ଷା ପାଇଁ ସରକାର ସ୍କୁଲ ଓ କଲେଜସ୍ତରରେ ଆମତ୍ରକ୍ଷା କୌଶଳକୁ ବାଧ୍ୟତାମୂଳକ କରିବା ଆବଶ୍ୟକ। ପ୍ରତ୍ୟେକ ସ୍କୁଲରେ ଏଥିପାଇଁ ଜଣେ ଜଣେ ବିଶେଷଜ୍ଞ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri